ପାରଳା ବିଧାୟକଙ୍କ ଉଦାର ମାନପବିକତା…..
ଅଜଣା ରୋଗରେ ଗୁରୁତର ଥିବା 3 ବର୍ଷର ଶିଶୁକୁ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ
ପାରଳାଖେମୁଣ୍ଡି, 16/8(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ଉଦାର ମାନବିକତାର ଏକ ସ୍ୱତନ୍ତ୍ର ପରିଚୟ ସାମ୍ନାକୁ ଆସିଛି. ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାହାଡ଼ ଶିଖରରେ ଅବସ୍ଥିତ ବେବେ ଗ୍ରାମରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ସମୟରେ ଗ୍ରାମର ଜଣେ ୩ ବର୍ଷର ଏକ ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଥିବା ବିଧାୟକଙ୍କ ଦୃଷ୍ଟିକୁ ଆସିଥିଲା.

ଗରିବ ପରିବାରକୁ ଚିକିତ୍ସା ପାଇଁ ଉଚ୍ଚମାନର ଚିକିତ୍ସା କରାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ବିଷୟ ବିଧାୟକ ଜାଣିବା ପରେ ବିଧାୟକ ଭାବବିହ୍ୱଳ ହୋଇ ପରିବାରକୁ ଆଶ୍ୱାସନା ଦେଇଥିଲେ। ଅର୍ଥ ଅଭାବ ଯୋଗୁଁ ଶିଶୁର ଚିକିତ୍ସା ଅଟକିବ ନାହିଁ ବୋଲି କହିବା ସହ ଉଚ୍ଚଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଆବଶ୍ୟକ ହେଲେ ନିଜ ଦାୟିତ୍ୱରେ ଶିଶୁଟିକୁ ଭୁବନେଶ୍ୱରର ଏକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବା ପାଇଁ ପଦକ୍ଷେପ ନେବେ ବୋଲି ପରିବାରକୁ ଜଣାଇଥିଲେ।
ବିଧାୟକଙ୍କ ଏହି ମାନବିକ ପଦକ୍ଷେପକୁ ଶିଶୁର ପରିବାର ସମେତ ଗ୍ରାମବାସୀ ସ୍ୱାଗତ କରିଥିଲେ। ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିବା ସହ ଅସହାୟ ପରିବାରର ଶିଶୁର ଚିକିତ୍ସା ପାଇଁ ଆଗକୁ ଆସିବା ଘଟଣା ଗ୍ରାମବାସୀ ଓ ସମ୍ପୃକ୍ତ ପରିବାରଙ୍କ ଠାରେ ନୂତନ ଆଶାର ସଂଚାର ହୋଇଛି।
ପାରଳା ଆଇଆଇସି ପ୍ରଶାନ୍ତ ଭୂପତିଙ୍କ ଉତ୍କୃଷ୍ଟ ସେବା ପାଇଁ ପୋଲିସ ଡିଜିଙ୍କ ଡିସ୍କ ଓ ପ୍ରଂଶସା ପତ୍ର ପ୍ରଦାନ
ପାରଳାଖେମୁଣ୍ଡି, 16/8(ତାରିଣୀ ପ୍ରସାଦ ପଣ୍ଡା):
ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ପ୍ରଶାନ୍ତ ଭୂପତିଙ୍କୁ ପୋଲିସ ଡିଜି ତଥା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଠାରୁ ତାଙ୍କର କର୍ମମୟ ସମୟରେ ନିଜର ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ପୋଲିସ ଡିଜିଙ୍କ ପ୍ରଶଂସା ପତ୍ର ସମେତ ୨୦୨୫-୨୬ ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଡିସ୍କ ସମ୍ମାନ ପ୍ରଦାନ କରାଯାଇଛି । ଗତ ୧୨ ତାରିଖ ଦିନ ଭୁବନେଶ୍ବର ସ୍ଥିତ ପୋଲିସ ଭବନ ଠାରେ ଅନୁଷ୍ଠିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ସମାରୋହରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇଆଇସି ପ୍ରଶାନ୍ତ ଭୂପତିଙ୍କୁ ତାଙ୍କର ସେବା, କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି । ପାରଳା ଆଇ:ଆଇ:ସି ଶ୍ରୀ ଭୂପତି ଏହି ପ୍ରଶଂସନୀୟ ସମ୍ମାନ ପାଇବା ପରେ ସମଗ୍ର ପାରଳା ସହରରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧିଗଣ ଓ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଚାଲିଛି ଶୁଭେଚ୍ଛାର ସ୍ରୋତ ।
ଗଜପତି ପୋଲିସର ସଫଳତା…..
ଜଙ୍ଗଲ ମଧ୍ୟରୁ 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବେଆଇନ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, 16/8(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ ସମଗ୍ର ଜିଲ୍ଲାରେ ପୁଲିସର ଅଭିଯାନ ଜୋରଦାର ହୋଇଛି. ମୋହନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଏକ ଜଙ୍ଗଲରୁ ୩୦୩ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ – କରାଯାଇଛି. ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ 50 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ବୋଲି ସୂଚନା ମିଳିଛି. ବିଶେଷ ସୂତ୍ରରୁ ସୂଚନା ପାଇ ମୋହନା ପୁଲିସ କର୍ଜବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ଚଢ଼ଉ କରିଥିଲା ତଲାସୀ ବେଳେ ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା।

ପୁଲିସ ଏହାକୁ ଜବତ କରି ଥାନାକୁ ଆଣିଛି ଗଜପତି ଜିଲ୍ଲାର ବିଭିନ୍ନ ଜଙ୍ଗଲ ଓଁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ମହଜୁଦ ଓ ଚୋରାଚାଲାଣ ହେଉଥିବା ଅଭିଯୋଗ ରହିଛି. ଏହାକୁ ରୋକିବା ପାଇଁ ପୁଲିସ ପକ୍ଷରୁ ନିୟମିତ ଭାବେ ଚଢ଼ଉ ଓ ତଲାସୀ ଅଭିଯାନ ଜାରି ରହିଛି।
ଗଜପତି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରହୋରେ ପାଳିତ
ପାରଳାଖେମୁଣ୍ଡି,16/8(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି | ଜିଲ୍ଳାସ୍ତରୀୟ ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କର ଅଭିଭାଷଣରେ ଗଜପତି ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଟେ. ଏଥିସହ କଳା, ସାହିତ୍ୟ, ସଂସ୍କୃତି ଆଦି କ୍ଷେତ୍ରରେ ପାରଳାଖେମୁଣ୍ଡି ସମଗ୍ର ଓଡିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି. ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପାରଳାର ମହାରାଜା ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ ଅଟେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିବା ସହ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ତ୍ୟାଗ, ଆଦଶ, ଜନସେବା ଆଦିରେ ପ୍ରତେକ ବ୍ୟକ୍ତି ନିଜ ନିଜକୁ ସାମିଲ କରି ଦେଶର ଉନ୍ନତି କରିବା ସହ ସମାଜର ସେବା କରନ୍ତୁ ବୋଲି ଆୱାନ ଦେଇଥିଲେ.

ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଏବଂ ପ୍ୟାରେଡ଼ରେ କୃତିତ୍ୱ ହାସଲ କରିଥିବା କୃତିମାନଙ୍କୁ ମାନପତ୍ର ପୁରସ୍କାର ଓ ସିଲଡ଼ ଆଦି ପ୍ରଦାନ କରିଥିଲେ. ଏହି ଉତ୍ସବରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନା, ପାରଳା ଡ଼ିଏଫଓ କେ. ନାଗରାଜୁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ.











