ବାହାରିନର ଭାରତୀୟ ଦୂତାବାସରେ ୮୦ ତମ ସ୍ୱାଧୀନତା ଦିବସ ହୋଇଯାଇଛି |

Spread the love

ବାହାରିନର ଭାରତୀୟ ଦୂତାବାସରେ ୮୦ ତମ ସ୍ୱାଧୀନତା ଦିବସ ହୋଇଯାଇଛି |

ବାହାରିନ : ଭରତ ଚନ୍ଦ୍ର ମହାରଣା (ଦର୍ଶନ ସମୀକ୍ଷା)

ଭାରତର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ବିନୋଦ୍ କେ ଜାକବ୍ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ପରେ ସେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କର ବାର୍ତା ପ୍ରଦାନ କରିଥିଲେ | ରାଷ୍ଟ୍ରଦୂତ ତାଙ୍କ ଭାଷଣରେ ଭାରତ ର ସୌନ୍ଦର୍ୟ, କଳା ଏବଂ ଐତିୟକୁ ଭୁୟସୀ ପ୍ରଶଂସା କରିଥିଲେ |ଏଥିରେ ବାହାରିନ ଓଡ଼ିଆ ସମାଜର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ ପ୍ରଦାନ କର|ଯାଇଥିଲା |

ସବୁ ଭାରତୀୟ ଏକତ୍ରିତ ହୋଇ ଭାରତର ଜାତୀୟ ସଂଗୀତ ଗାନ କରିଥିଲେ | ବାହାରିନ ଓଡ଼ିଆ ସମାଜର ସଦସ୍ୟ ମାନେ ସମସ୍ତ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ପ୍ରଦାନ କରିବା ସହ ସବୁ ଭାରତୀୟ ଏକତ୍ରିତ ହୋଇ ରହିବାର ବାର୍ତା ପ୍ରଦାନ କରିଥିଲେ |

ପରିଶେଷରେ ସମସ୍ତ ଭାରତୀୟ ଏକ ହୋଇ ଭାରତ ମାତାର ଜୟ ଗାନ କରିବା ସହ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟ ଧ୍ୱନି ରେ ଭାରତୀୟ ଦୂତାବାସ ପ୍ରକମ୍ପିତ ହୋଇ ଊଠିଥିଲା ।