Spread the love

ବୁଗୁଡ଼ା ଏନଏସିରେ ତ୍ରିରଙ୍ଗା ଶୋଭାଯାତ୍ରା,୫୦୦ ମିଟର ଲମ୍ବା ତ୍ରିରଙ୍ଗା ପତକା ନେଇ ହେଲା ଶୋଭାଯାତ୍ରା, ଯୋଗଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବୁଗୁଡ଼ା,୧୩।୮(ଡ.କୁମୁଦ ଚନ୍ଦ୍ର ବେହେରା) ଦର୍ଶନ ସମୀକ୍ଷା

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସିରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ୫୦୦ ମିଟର ବିଶାଳ ତ୍ରିରଙ୍ଗା ପତାକା କୁ ଛାତ୍ର ଛାତ୍ରୀ ଏବଂ ମହିଳା ମାନେ ଧରି ସହର ପରିକ୍ରମା କରିଥିଲେ l ଏନଏସିର ବ୍ଳକ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କ ଦେଇ ପିପୁଲସ ହାଇସ୍କୁଲ ଛକ ସେଠାରୁ ବିରଞ୍ଚିନାରାୟଣ ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ପରିକ୍ରମା କରିଥିବା ବେଳେ ଏଥିରେ ପୋଲସରା ବିଧାୟକ ତଥା ରାଜ୍ୟ ମତ୍ସ,ପଷୁ ସମ୍ପଦ ଓ ଏମ ଏସ ଏମ ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସାମିଲ ହୋଇଥିଲେ l ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ୫୦୦ ମିଟର ଲମ୍ବା ତ୍ରିରଙ୍ଗା ପତକା ହୋଇଥିବା ବେଳେ ଜାତୀୟ ପତାକା ତ୍ରିରଙ୍ଗା ଆମ ସ୍ବାଭିମାନ, ଗୌରବ ଓ ବଳିଦାନର ପ୍ରତୀକ ଆସନ୍ତୁ ଦେଶପ୍ରେମ ସଞ୍ଚିତ ଏହି ସଂକଳ୍ପ ନେଇ ଦେଶ ଓ ରାଜ୍ୟର ବିକାଶରେ ଯୋଗଦାନ ଦେଇ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଏକ ଐତିହାସିକ ସଫଳତା କରିବା ପାଇଁ ନିବେଦନ କରୁଥିଲା।ଏଥିରେ ଜିଲ୍ଲା ସଭାପତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସିମାଞ୍ଚାଳ ସାହୁ, ତ୍ରିରଙ୍ଗା ପଦଯାତ୍ରାର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର,ସହ ସଂଯୋଜକ ସୁନୀଲ ପାଢ଼ୀ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଯୁବ ନେତା ପ୍ରଭାକର ପଣ୍ଡା,ମଣ୍ଡଳ ସଭାପତି କେଦାରନାଥ ମହାରଣା, ସୁନୀଲ ପ୍ରଧାନ, କାର୍ତ୍ତିକ ମଙ୍ଗଳ, ଭଗବାନ ଜେନା, ବରିଷ୍ଠ ନେତା ଗଙ୍ଗା ନାୟକ ଓ ହରିହର ସାହୁ, ଧରଣୀଧର ପଣ୍ଡା ୟୁ ଯଜ୍ଞ ନାରାୟଣ ପାତ୍ର, ବସନ୍ତ ଦଳେଇ,ନାରୀ ସଭାନେତ୍ରୀ ଡି ରେଶ୍ମା ପାତ୍ର,ୟୁ ଚନ୍ଦନା ପାତ୍ର,ବିଡ଼ିଓ ଦ୍ବିତୀକୃଷ୍ଣ ପାତ୍ର,କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୁଷଣ ବେହେରା,ଏବିଡିଓ ଧର୍ମରାଜ ପରିଡ଼ା,ପିପୁଲସ ମହାବିଦ୍ୟାଳୟ, ବଳଦେବଜୀଉ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା ସମସ୍ତ ଛାତ୍ରଛାତ୍ରୀ ଏନଏସି ର କାଉନସିଲର ଓ କର୍ମଚାରୀ ବୃନ୍ଦ, ସ୍ବଚ୍ଛ ସାଥି, ଅଙ୍ଗନବାଡ଼ି ,ସିଆରପି , ଏମମ୍ବିକେ, ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ମହିଳା ମାନେ ସାମିଲ ହୋଇଥିଲେ।