ଗୁଳିମାଡ଼ରେ ଅପରାଧୀ ଯୁବକ ଗୁରୁତର ଆହତ
ଖଜୁରିଆକଟା ୧୨/୮ ଦର୍ଶନ ସମୀକ୍ଷା
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ପୁଣି ଗୁଳିମାଡ଼ ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ସୂଚନାରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଝାରବେଡା ଗ୍ରାମର ବାଉରୀବନ୍ଧୁ ନାଏକଙ୍କ ପୁଅ ବିନୟ ନାଏକ (୨୫) ନାମକ ଯୁବକଙ୍କୁ ଗତକାଲି ରାତିରେ କିଛି ଯୁବକ ଗୁଳି ମାଡ଼କରି ବିନୟଙ୍କ ଘର ପାଖରେ ପକାଇଦେଇ ଫେରାର ହୋଇଯାଇଥିବା ଯୁବକଙ୍କ ଭଉଣୀ ନମିତା ନାଏକ କହିବାସହ ଅବସ୍ଥା ଗୁରୁତର ହେବାରୁ ଏବଂ ଖବରପାଇ ବାଲିମି ପୋଲିସ ଆଜି ସକାଳ ୧୦ଟାରେ ବିନୟକୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଚିକିତ୍ସାପାଇଁ ଆଣିଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ବିନୟଙ୍କ ଜଙ୍ଘରେ ପ୍ରାୟ ୧୦ରୁ ୧୩ଟି ଗୁଳି ବାଜିଥିବା ଜଣାପଡିଥିବାବେଳେ ବିନୟଙ୍କର ଅପରାଧୀକ ପୃଷ୍ଟଭୂମି ଲମ୍ବା ଥିବାସହ ବିଭିନ୍ନ ଥାନାରେ ମାମଲା ରହିଥିବା ସୂଚନା ମିଳିଛି। ତେବେ ବିନୟ ଓ ତାଙ୍କ ଭଉଣୀ ପ୍ରକୃତ ତଥ୍ୟ ଲୁଚାଉଥିବାବେଳେ ପ୍ରକୃତ ଘଟଣା କଣ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସର ସୂଚନା












Leave a Reply