Spread the love

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

ଭୁବନେଶ୍ୱର ୧୧.୦୮.୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ଅଧ୍ୟକ୍ଷ ଶ୍ରୀ ସୁଧୀର ରଂଜନ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟିର ସଦସ୍ୟମାନେ ଅଗଷ୍ଟ ୬ରୁ ତେଲେଙ୍ଗାନା ଓ ତାମିଲନାଡ଼ୁ ରାଜ୍ୟ ଗସ୍ତରେ ଯାଇଛନ୍ତି । ଷ୍ଟାଣ୍ଡିଂ କମିଟିର ସଦସ୍ୟ ଶ୍ରୀ ତୁଷାରକାନ୍ତି ବେହେରା, ଶ୍ରୀ ଟଙ୍କଧର ତ୍ରୀପାଠୀ, ଶ୍ରୀ ଅଗସ୍ତି ବେହେରା ଓ ଶ୍ରୀ ଦୁର୍ଗା ଚରଣ ତନ୍ତୀ ପ୍ରମୁଖ ମାନ୍ୟବର ବିଧାୟକମାନଙ୍କ ସହ ବିଧାନସଭା ତରଫରୁ କମିଟି ଅଧୀକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଓ ଶ୍ରୀ ପ୍ରଶାନ୍ତ କୁମାର ଦାସ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି ।

କମିଟିଙ୍କ ଗସ୍ତ କାଳରେ ୭ ତାରିଖ ଦିନ ତେଲେଙ୍ଗାନା ରାଜ୍ୟ ବିଧାନସଭା ପରିଦର୍ଶନ କରିବା ପରେ ୯ ତାରିଖ ଦିନ ତାମିଲନାଡୁ ରାଜ୍ୟରେ ଥିବା ମଦୁରାଇ ଠାରେ ଥିବା ଥୁଆଗରାଜର ଇଂଜିନିୟରିଂ କଲେଜ ପରିଦର୍ଶନ କରିଥିଲେ । ସେଠାରେ ଥିବା ଟେକନିକାଲ ଲ୍ୟାବ, ଅଧ୍ୟୟନ କକ୍ଷ ସହିତ ଇଲେକ୍‌ଟ୍ରୋନିକ ସେଣ୍ଟର ଅଫ ଡିଜାଇନ ଏବଂ ମାନୁଫାକଚରିଙ୍ଗ ମଧ୍ୟ ପରିଦର୍ଶନ କରିଥିଲେ । ଏତଦ୍‌ବ୍ୟତୀତ କଲେଜ ପରିଚାଳନା ସହିତ ବୈଷୟିକ ଜ୍ଞାନକୌଶଳର ଉପଯୋଗିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲ । ଏଠାରେ ଦିଆଯାଉଥିବା ବୈଷୟିକ ଜ୍ଞାନକୌଶଳର ଶିକ୍ଷାକୁ ଓଡିଶାରେ ଉପଯୋଗ କରାଯାଇ ବୈଷୟିକ ଶିକ୍ଷା କ୍ଷେତ୍ରରେ କିପରି ସଂସ୍କାର ଅଣାଯାଇପାରିବ ତାହା ଉପରେ ଆଲୋଚନା କରାଯାଇଥିଲା ।

ବିଭୁତି ନାୟକ
ସୂଚନା ଅଧିକାରୀ

Leave a Reply

Your email address will not be published. Required fields are marked *