କନ୍ଧମାଳ : ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ..
କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା କ ନୂଆଗାଁ ବ୍ଲକ୍ ରେ ଗୋଷ୍ଠୀ ଉନୟନ ଅଧିକାରୀ ଶୁଭ୍ରାଞ୍ଜଳୀ ପ୍ରଧାନ ଙ୍କ ନେତୃତ୍ୱ ରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷକ ଅଧିକାରୀ ଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି l ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l ଏହି ଅଭିଯୋଗ ଶୁଣାଣି ରେ କିଛି ଲୋକଙ୍କୁ ଭତ୍ତା ବଣ୍ଟନ, ପଟା ବଣ୍ଟନ କରିବା ସହିତ ଜଣ ଙ୍କୁ ଲାପଟପ୍ ପ୍ରଦାନ କରିଥିଲେ ଜିଲ୍ଲାପାଳ ବେଦ ବିଷଣ ମହୋଦୟ l ଅଭିଯୋଗ ଶୁଣାଣି ପରେ ନୂଆଗାଁ ବ୍ଲକ୍ ରେ ଥିବା ସରକାରୀ ବିଦ୍ୟାଳୟ ମାନଙ୍କୁ ସମସ୍ତ ଆଧିକାରୀ ମାନେ ଗସ୍ତ କରି ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ସହିତ ବିଦ୍ୟାଳୟ ର ପରିବେଶ ଦେଖିବା ସହିତ କଉ ବିଦ୍ୟାଳୟ ରେ କେତେ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି, କେତେ ଜଣ ଛାତ୍ର ଛାତ୍ରୀ କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ଦେଖିବା ସହିତ ଖାଦ୍ୟର ମାନ ଯାଞ୍ଚ କରି ଜିଲ୍ଲାପାଳ ଗଠନ କରିଥିବା ଟିଚ କନ୍ଧମାଳ ତରଫରୁ ପିଲାଙ୍କୁ ପାଠ ପଢ଼େଇ ଉତ୍ସାହିତ କରୁଛନ୍ତି ଜିଲ୍ଲାପାଳ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ l ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଙ୍କର ଶିକ୍ଷା ଉପରେ ଏଭଳି ଗୁରୁତ୍ୱ ଏବଂ ମହୋତ୍ୱ ପୂର୍ଣ୍ଣ କାର୍ଯ୍ୟ ତଥା ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ତାଙ୍କର ପାଠ ପଢ଼େଇବାର ଵା ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବାରେ ଉତ୍ସାହିତ କରୁଥିବା ରୁ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାବକ ମାନେ ଜିଲ୍ଲାପାଳ ମହୋଦୟ ଙ୍କୁ କୋଟି ପ୍ରଣାମ ଜଣେଇବା ସହିତ କୃତଜ୍ଞତା ଜଣେଇଛନ୍ତି l ସେହିପରି କ ନୂଆଗାଁ ଗୋଷ୍ଠୀ ଉନୟନ ଅଧିକାରିଣୀ ମହୋଦୟା ଙ୍କୁ ମଧ୍ୟ ତାଙ୍କର ସଚୋଟତା ର କାର୍ଯ୍ୟକ୍ରମ କୁ ଦେଖି ଅଞ୍ଚଳବାସୀ ସାଧୁବାଦ ଜଣେଇଛନ୍ତି l












Leave a Reply