ଗଜପତି // ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ଶାଖାର ଜରୁରୀ ବୈଠକ ଓ ପୋଲିସ ଦ୍ୱାରା ଏଗାର କିଲୋ ଗଞ୍ଜେଇ ସହ ଜଣେ ଗିରଫ

Spread the love

ଗଜପତି ଜିଲ୍ଲା ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ଶାଖାର ଜରୁରୀ ବୈଠକ
ପାରଳାଖେମୁଣ୍ଡି, 10/8(ତାରିଣୀ ପ୍ରସାଦ ପଣ୍ଡା) ଦର୍ଶନ ସମୀକ୍ଷା

ସ୍ଥାନୀୟ ବସନ୍ତ ବିହାର ପରିସରରେ ଓଡ଼ିଶା ବ୍ରାହ୍ମଣ ମହାସଙ୍ଘ ଗଜପତି ଜିଲ୍ଲା ଶାଖାର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏବଂ ଅଶ୍ୱିନୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇସାରିଛି । ଏଥିରେ ୨୭ତମ ରାଜ୍ୟ କାର୍ଯ୍ୟକାରିଣୀ ଅଧିବେଶନ ଚଳିତ ମାସ ୧୬ ତାରିଖ ରବିବାର ଦିନ ସକାଳ ୧୦.୩୦ ଘଣ୍ଟା ସମୟରେ, କେଉଁଝର ଜିଲ୍ଲା ଘଟଗାଁ ସ୍ଥିତ । ତାରିଣୀ ମା କଲ୍ୟାଣ ମଣ୍ଡପ ଠାରେ, କେଉଁଝର ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ହେବ । ଉକ୍ତ କାର୍ଯ୍ୟକ୍ରମରେ ଗଜେନ୍ଦ୍ର କୁମାର ପଣ୍ଡା ଗଜପତି ଜିଲ୍ଲା ତରଫରୁ ସେଠାରେ ଉପସ୍ଥିତ ହେବା ପାଇଁ ନିଷ୍ପତ୍ତି ନିଆଗଲା । ଏତଦ୍ ବ୍ୟତିତ ମହାସଙ୍ଘର ଆଗାମୀ ୫ ବର୍ଷ ଭିତରେ କାର୍ଯ୍ୟକାରୀ ହେବା ବିଷୟ ଗୁଡ଼ିକ ହେଲା, ବିଶାଳ ସମାବେଶ ଭୁବନେଶ୍ୱରରେ ହେବ, ଶ୍ରୀକ୍ଷେତ୍ରରେ ବ୍ରାହ୍ମଣ ଭବନ ନିର୍ମାଣ ପାଇଁ ଜିଲ୍ଲାସ୍ତରୀୟ ଅନୁଦାନ ସଂଗ୍ରହ, ଜିଲ୍ଲାରେ ଆଜୀବନ ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ, ବ୍ରାହ୍ମଣ ମାନଙ୍କ ସ୍ୱାସ୍ଥ୍ୟଗତ ସାମାଜିକ । ଆଇନ୍‌ଗତ ସହାୟତା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଗଲା ପର୍ଶୁରାମ ବାହିନୀ ନିମନ୍ତେ ୧୦୦ ଜଣ ଯୁବକଙ୍କୁ ଠିକ୍ କରାଗଲା ଏହା ବ୍ୟତିତ ଅନ୍ୟାନ ଗଠନ ମୂଳକ କାର୍ଯ୍ୟକ୍ରମରେ ଆଲୋଚନା କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ ଚନ୍ଦ୍ର ପାଢ଼ୀ ସଂଯୋଜନା କରିଥିଲେ, ସଭା ଶେଷରେ ତ୍ରିପତି ପ୍ରସାଦ ପଣ୍ଡା, ଧନ୍ୟବାଦ ଅର୍ପଣ କରିଥିଲେ ।
ପାରଳାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ଉଦ୍ୟମ ବେଳେ ପୋଲିସ ଦ୍ୱାରା ଏଗାର କିଲୋ ଗଞ୍ଜେଇ ସହ ଜଣେ ଗିରଫ
ପାରଳାଖେମୁଣ୍ଡି, 10/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବାଟ ଗୌଡ ସାହି ଛକ ଅଞ୍ଚଳରୁ ଏଗାର କିଲୋ ଗଞ୍ଜେଇକୁ ପାରଳା ପୋଲିସ ଆଜି ଜବତ କରିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଏଗାର କିଲୋ ଗଞ୍ଜେଇ ବସ୍ତା ସହ ଜଣେ ବ୍ୟକ୍ତି ବାଟ ଗୌଡ ସାହି ଛକ ଠାରେ ବ୍ରହ୍ମପୁର ବସକୁ ଯିବା ପାଇଁ ଜଗି ଥିବା ବେଳେ କୌଣସି ଏକ ସୂତ୍ରରୁ ଖବର ପାଇ ପାରଳା ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିଥିଲେ।

ଏହା ପରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ପ୍ରାୟ 11 କିଲୋ ଗଞ୍ଜେଇ ଏକ ଜରି ବସ୍ତାରେ ରହିଥିବା ଜଣା ପଡିଥିଲା. ପାରଳା ପୋଲିସ ଏହି ଗଞ୍ଜେଇକୁ ଜବତ କରିବା ସହ ଏ ନେଇ ପାରଳା ଥାନାରେ 331/2026 କେସ ନମ୍ବରରେ 20(B)(ii)(B) /29 ଏନ୍ ଡି ପି ଏସଏକ କେସ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି,୧୦.୦୮(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ଏବଂ ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ।
ଉକ୍ତ ଶିବିରରେ ମୋଟ ୩୦ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦ଟି ବ୍ୟକ୍ତିଗତ ଏବଂ ୨୦ଟି ଗ୍ରାମଭିତ୍ତିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା। ଏଥିରୁ ୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହାସହ ଦୁଇଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଅନ୍ୟ ଜଣେ ଆବେଦନକାରୀଙ୍କୁ ଆବଶ୍ୟକ ତଦନ୍ତ ପରେ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯିବ।

ଅନ୍ୟ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୭ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଥିଲା। ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ କାର୍ଡ, ଶିକ୍ଷା, ଜଳସେଚନ, ରାସ୍ତା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣ ଅଭିଯୋଗ ଆସିଥିଲା।
ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ନୂଆଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲୋକନାଥ ଶବର, ତହସିଲଦାର ମୋନାଲିସା ଆଚାର୍ଜିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *