Spread the love

ବିଜୁ ଜନତା ଦଳ କାର୍ଯ୍ୟାଳୟ
ଶଙ୍ଖ ଭବନ ରେ ବିଶ୍ୱ ଆଦିମ ଜନଜାତି ଦିବସ ପାଳିତ ।
ଅଗଷ୍ଟ କ୍ରାନ୍ତି ଦିବସ ର ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

ବିଜୁ ଜନତା ଦଳ ଜନଜାତି ଭାଇ ଭଉଣୀଙ୍କ ଶ୍ରେଷ୍ଠ ବନ୍ଧୁ।
ଜନଜାତିଙ୍କ ଅଧିକାର ଓ ସାଂସ୍କୃତିକ ସୁରକ୍ଷା ପାଇଁ ବିଜେଡି ର ଲଢେଇ ଜାରି ରହିବ।

169 ଜନଜାତି ଗୋଷ୍ଠୀ କୁ ST ମାନ୍ୟତା ଦାବୀ ଦୋହରାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର।
ତା 9/8/26 ରିଖ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଆଜି ଶଙ୍ଖ ଭବନ ରେ world Indegenous
peoples day ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟ ରେ ଜନଜାତି ବର୍ଗ ର ବିକାଶ ପାଇଁ ଅନେକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉଚ୍ଚ ଶିକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ଜୀବନ ଜୀବିକା ଆଦି ବିଭିନ୍ନ କ୍ଷେତ୍ର ର ବିକାଶ କରି ସେମାନଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନେଇଥିଲା। ବିଜୁ ଜନତା ଦଳ କୁ ଜନଜାତି ଭାଇ ଭଉଣୀ ମାନଙ୍କ ର ଶ୍ରେଷ୍ଠ ବନ୍ଧୁ ଭାବରେ ଅବିହିତ କରି ଶ୍ରୀ ପଟ୍ଟ ନାୟକ କହିଥିଲେ ଯେ ତାଙ୍କ ସରକାର ସମୟରେ ପଂଚାୟତ କୁ ଜଙ୍ଗଲ ଜାତ ଦ୍ରବ୍ୟ ର ସଂଗ୍ରହ ଅଧିକାର । ହଜାର ହଜାର hostel , ଉଚ୍ଚ ଶିକ୍ଷା ପାଇଁ ଅନ୍ଵେଷା କାର୍ଯ୍ୟକ୍ରମ, ଜଙ୍ଗଲ ଜମି ଅଧିକାର ଆଦି ଜନଜାତି ଭାଇ ଭଉଣୀଙ୍କୁ ବିକାଶ ସହ ଯୋଡି ପାରିଥିଲା ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ
ଆଦିବାସୀ ଭାଇ ଭଉଣୀ ମାନଙ୍କ ଅଧିକାର ଓ ସେମାନଙ୍କ ସଂସ୍କୃତି ର ସୁରକ୍ଷା ପାଇଁ ବିଜେଡି ସବୁବେଳ ସେମାନଙ୍କ ସହ ଦୃଢ଼ ଭାବରେ ରହି ଆସିଛି।
ବିଜେଡି ସରକାର ସମୟ ରେ ଆରମ୍ଭ ହୋଇଥିବା
special development council ସମର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟ ନାୟକ କହିଥିଲେ ଯେ ଆଦିବାସୀ କଳା ଓ ସଂସ୍କୃତି ର ସୁରକ୍ଷା ପାଇଁ ଏହା ଥିଲା ଏକ ଅନନ୍ୟ ପଦକ୍ଷେପ।
Special Development councils in 23 districts, have made the tribals equal partners in development. They became stewards in preserving their own sacred sites, arts, crafts, music, and traditions while improving their livelihood.
ଜନଜାତି ଭାଇ ଭଉଣୀ ମାନଙ୍କୁ ସଶକ୍ତ କରି ସମ୍ମାନ ର ସହ ସେମାନଙ୍କ ନିଜ ମାଟିରେ ଵାସ କରିବା ର ସୁଯୋଗ ସୃଷ୍ଟି କରିବା ଥିଲା ବିଜେଡି ସରକାର ର ନୀତି।
ବିଜେଡି ସରକାର ସମୟରେ 169 ଜନଜାତି ଗୋଷ୍ଠୀକୁ ST ତାଲିକା ରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିବା ସହ ଏ ଦାବୀ ହାସଲ ପାଇଁ ଉଦ୍ୟମ ଜାରି ରହିବ ବୋଲି ଘୋଷଣା କରିଥିଲେ। ଶ୍ରୀ ପଟ୍ଟ ନାୟକ କହିଥିଲେ ଜନଜାତି ଭାଇ ଭଉଣୀ ମାନଙ୍କ ସଶକ୍ତିକରଣ କେବଳ ଏକ ପ୍ରତିଶ୍ରୁତି ନ ଥିଲା ବିଜେଡି ସରକାର ର ସବୁ ସବୁ ଜନଜାତି ବିକାଶ କାର୍ଯ୍ୟକ୍ରମ ର ଏହା ଥିଲା କେନ୍ଦ୍ର ବିନ୍ଦୁ।

ଜନଜାତି ଭାଇ ଭଉଣୀ ମାନଙ୍କ ଜ୍ଞାନ କୁ ସମ୍ମାନ ଦେବାସହ ସେମାନଙ୍କ ସଂସ୍କୃତି ର ସୁରକ୍ଷା ପାଇଁ ନିଷ୍ଠାପର ଭାବରେ କାମ କରିବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଦଳ ର ନେତୃ ଗଣ ଓ ଜନଜାତି ବର୍ଗ ର ବନ୍ଧୁମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *