Spread the love

କନ୍ଧମାଳ : ଟିଚ କନ୍ଧମାଳ କୁ ଭୟ କରନ୍ତି ନି ଶିକ୍ଷକ ଶିକ୍ଷୟିତ୍ରୀ..

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା ର ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ l ନାମକୁ ମାତ୍ର ଫୋଟ ଛଡ଼ା ନୀତି. ସରକାର କହୁଛନ୍ତି ପିଲାଙ୍କୁ ଦିଆଯାଉ ଥିବା ଖାଦ୍ୟ ଫୋଟ ଉଠେଇ କି ଛାଡ଼ l କିନ୍ତୁ ସରକାର ଙ୍କ ଠାରୁ ଵା ଜିଲ୍ଲା ପ୍ରଶାସନ ଙ୍କ ଠାରୁ ମଧ୍ୟ ଅଧିକ ଚାଲାକି ଠକ ଶିକ୍ଷକ ଶିକ୍ଷୟିତ୍ରୀ l ଯାହା ଏହି ଫୋଟ ଦେଖି ଆପଣ ମାନେ ବୁଝି ପାରୁଥିବେ l କନ୍ଧମାଳ ଜିଲ୍ଲା ରେ ଜିଲ୍ଲା ପ୍ରଶାସନ ତରଫରୁ ଖୋଲା ଯାଇଛି (ଟିଚ କନ୍ଧମାଳ ) ଯାହାକି ଛାତ୍ର ଛାତ୍ରୀ ମାନଙ୍କ ସହିତ ସିଧା ସଳଖ ଜିଲ୍ଲା ର ସମସ୍ତ ସରକାରୀ ଅଧିକାରୀ ମାନେ ପ୍ରତି ସୋମବାର ରେ ହେଉଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶେଷରେ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ା ବୁଝିବା ସହିତ ବିଦ୍ୟାଳୟ ମାନଙ୍କର ସମସ୍ୟା, ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ପ୍ରସ୍ତୁତି ହେଉଥିବା ଖାଦ୍ୟ ତଦାରାଖ କରିବା l କିନ୍ତୁ କନ୍ଧମାଳ ଜିଲ୍ଲା ରେ ତାହା ଓଲଟା ଦେଖିବାକୁ ମିଳୁଛି l ଯେଉଁ ସୋମବାର ରେ ଯେଉଁ ବ୍ଲକ୍ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ପଡୁଛି ସେଇ ସୋମବାର ଦିନ ସେଇ ବ୍ଲକ୍ ରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ମାସଙ୍କରେ ମଜାଦାର ଖାଦ୍ୟ ପ୍ରସ୍ତୁତି କରାଯାଉଅଛି l ଯାହାକି ସମସ୍ତ ସରକାରୀ କର୍ମଚାରୀ ଭାବୁ ଛନ୍ତି ସବୁ ଦିନ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଭଳି ମେନୁ ଅନୁଯାଇ ଭଲ ଖାଦ୍ୟ ପ୍ରଦାନ କରୁଛନ୍ତି l କିନ୍ତୁ ବାସ୍ତବରେ ଦରଖିବାକୁ ଗଲେ ତାର ଓଲଟା ଦେଖିବାକୁ ମିଳିଥାଏ l ଏବେକାର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏତେ ଠକ ହେଇ ଗଲେଣି ଯେ ଛାତ୍ର ଛାତ୍ରୀ ଙ୍କ ପେଟ କୁ କାଟି ନିଜ ପରିବାର ର ପେଟକୁ ଆଗେ ଦେଖୁଛନ୍ତି l ଯାହାକି ଶିକ୍ଷକ ସମାଜ ପାଇଁ ଏହା ଏକ ଲଜ୍ୟା ର ବିଷୟ ହେଇପାରେ l ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୁତୀୟ ଗୁରୁ ବଲି ପୂଜା କରାଯାଉ ଥିବାବେଳେ ସେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯାହା ଯୋଗୁଁ ସରକାର ଙ୍କ ଠାରୁ ହଜାର ହଜାର ଟଙ୍କା ଦରମା ପାଉଛନ୍ତି l ତଥାପି ସେମାନଙ୍କୁ ଅଣ୍ଠୁ ନି ଯେ ଗରିବ ନିରୀହ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କ ପେଟ ପାଇଁ ଆସୁଥିବା ଖାଦ୍ୟ ରୁ ବାଟ ମାରଣ କରି ନିଜେ ଲଖ୍ୟାପତି ହେଇଥାନ୍ତି ଏବଂ ସେଇ ପଇସାରୁ ଦାମୀ ଗାଡ଼ି ସହିତ ନିଜ ପୁଅ ଝିଅ ମାନଙ୍କୁ ଘରୋଇ ବିଦ୍ୟାଳୟ ମାନଙ୍କ ରେ ପଢ଼େଇ ଥାନ୍ତି l ଜଦି ସରକାରୀ ବିଦ୍ୟାଳୟ ରେ ଭଲ ପାଠ ପଢ଼ା ହେଇଛି ତାହେଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କ ପିଲା ଛୁଆ ମାନଙ୍କୁ ଘରୋଇ ବିଦ୍ୟାଳୟ ମାନଙ୍କ ରେ ପାଠ ପଢ଼ଉ ଛନ୍ତି କାହିଁକି ?. l ଦୟାକରି ପ୍ରଶାସନ ଏହାର ସୁବ୍ୟବସ୍ତା ନିମନ୍ତେ ପଦକ୍ଷେପ ନେବେ ବଲି ଆଶା କରାଯାଉଛି l

Leave a Reply

Your email address will not be published. Required fields are marked *