ଆର. ଉଦୟଗିରି ପୋଲିସର ସଫଳତା : ଚୋରି ସୁନା ଅଳଙ୍କାର ଉଦ୍ଧାର, ନଣନ୍ଦେଇ ଗିରଫ

Spread the love

ଗଜପତି : ଭୀମଦଲି ଘାଟିର ବୁଲାଣିଆ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ
ପାରଳାଖେମୁଣ୍ଡି, 7/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ନିକଟସ୍ଥ ବୁଲାଣିଆ ଭୀମଦଲି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି| ଟ୍ରକ୍‌ଟିର ଟାୟାର୍ ଫାଟି ଯାଇଥିବାରୁ ଚାଳକ ଭାରସାମ୍ୟ ରକ୍ଷା କରି ନପାରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି. ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଛି ଟ୍ରକ୍‌ଟି ଲୁହା ସାମଗ୍ରୀ ବୋଝେଇ କରି ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।

Oplus_131072

ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ସୂଚନା ମିଳିନାହିଁ। ପୋଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମାତ୍ର କିଛି ଘଣ୍ଟା ବ୍ୟବଧାନରେ ରାସ୍ତା ସ୍ବାଭାବିକ କରିବା ପରେ ସମସ୍ତ ଯାନବାହାନ ଚଳାଚଳ ଆରମ୍ଭ କରିଥିଲା.
ଗଜପତି: ବିଷାକ୍ତ ରଣା ସାପ କାମୁଡାରେ ମା ଓ 7 ବର୍ଷର ପୁଅର ମୃତ୍ୟୁ
ପାରଳାଖେମୁଣ୍ଡି, 7/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଏକ ହୃଦୟ ବିଦାରକ ଦୁଃଖଦ ଖବର ହସ୍ତଗତ ହୋଇଛି. ରାତ୍ର ଶୋଇଥିବା ବେଳେ ବିଷାକ୍ତ ରଣା ସାପର କାମୁଡାରେ ମା, ଓ 7 ବର୍ଷ ପୁଅର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବାପା ଓ ଦେଢ଼ ବର୍ଷର କୁନି ଝିଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ କଡ଼ମାତଲ ଗ୍ରାମରେ ଗତ ରାତିରେ ବିଷାକ୍ତ ରଣା ସାପ କୁମୁଡାରେ ଅଜୟ ବଡ଼ରଇତଙ୍କ ସ୍ତ୍ରୀ ଲଳିତା ଗୁରୁତର ହୋଇ ବିଷଜ୍ୱାଳା ସହି ନପାରି ନିଦରୁ ଉଠି ଜୋରରେ କାନ୍ଦି ଥିଲେ. କିଛି ଦୂରରେ ଦେଢ଼ ବର୍ଷର କୁନି ଝିଅ ସହ ଶୋଇଥିବା ଅଜୟ ସ୍ତ୍ରୀଙ୍କ କ୍ରନ୍ଦନରେ ଉଠି ପଡି ଦେଖିଥିଲେ ଘର ମଧ୍ୟରେ 2 ଟି ରଣା ସାପ ଅଛନ୍ତି. ସଙ୍ଗେ ସଙ୍ଗେ ସାହି ପଡିଶା ଲୋକଙ୍କ ସହାୟତାରେ ଅଚେତ ହୋଇଥିବା 7 ବର୍ଷର ପୁଅ ଅମିତ ସହ ସ୍ତ୍ରୀ ଲଳିତାଙ୍କୁ ରାୟଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ସେଠାରେ 2 ଜଣଙ୍କୁ ଚିକିତ୍ସା ଦେବା ପରେ ପୁଣି ଗୁରୁତର ଥିବାରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ରାୟଗଡ ଡାକ୍ତର ରେଫର କରିଥିଲେ.

Oplus_131072

ହେଲେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ମା ଲଳିତା ଓ 7 ବର୍ଷର ପୁଅ ଅମିତଙ୍କ ମୃତ୍ୟୁ ଘଟିଥିଲା. ଘଟଣା ନେଇ ଗଜପତି ଜିଲ୍ଲା ସରକାରୀ ଡାକ୍ତରଖାନା ପରିସର ସମେତ ରାୟଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି. ଶବ ବ୍ୟବଚ୍ଛେଦ ପରେ ମା ଓ ପୁଅର ମୃତଦେହକୁ କଡ଼ମାତଲ ଗ୍ରାମରେ ଶୋକାକୁଳ ପରିବେଶ ମଧରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି.
ଆର. ଉଦୟଗିରି ପୋଲିସର ସଫଳତା : ଚୋରି ସୁନା ଅଳଙ୍କାର ଉଦ୍ଧାର, ନଣନ୍ଦେଇ ଗିରଫ
ପାରଳାଖେମୁଣ୍ଡି, 7/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲା ଆର. ଉଦୟଗିରି ପୋଲିସକୁ ଏକ ସଫଳତା ମିଳିଛି. ପୋଲିସ ଆଇଆଇସିଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ଚୋରି ହୋଇଥିବା ସୁନା ଅଳଙ୍କାର ଉଦ୍ଧାର ହେବା ସହ ପୋଲିସ ସୁନା ଚୋରି ହୋଇଥିବା ଲୋକଙ୍କ ନଣନ୍ଦେଇକୁ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି. ଆର୍, ଉଦୟଗିରି ଥାନା ରଣାଲଇ ଗ୍ରାମ ଖ୍ରୀଷ୍ଟିଆନ ସାହିର ଖୁମ୍ପି ରଇତଙ୍କ ଘରୁ ସମୀର ୧୮.୭୫ ଗ୍ରାମ ଓଜନର ସୁନାହାର ଏବଂ ୧୧. ୮୫ ଗ୍ରାମର ସୁନା କାନଫୁଲ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ନେଇ ଆର. ଉଦୟଗିରି ଥାନାରେ କେସ୍ ନଂ. ୧୪୪/୨୬୮ ରେ ମାମଲା ରୁଜୁ କରାଯାଇ ତୁରନ୍ତ ତଦନ୍ତ କରିବାରେ ଜଣାଗଲା ଯେ, ଝୁମ୍ପିଙ୍କ ନଣନ୍ଦେଇ ସମୀର ତାଙ୍କ ଘରେ ରହି ଆସୁଥିଲେ। ଝୁମ୍ପିଙ୍କ ସ୍ବାମୀ କର୍ମକ୍ଷେତ୍ରରେ ବାହାରେ ରହୁଥିଲେ। ଝୁମ୍ପି କିଛି ଦିନ ହେଲା ବାପଘରକୁ ଯାଇଥିଲେ। ଘରେ କେହି ନ ଥିବା ସୁଯୋଗରେ ସମୀର ଘରର ସମସ୍ତ ସାମଗ୍ରୀ ଖୋଜାଖୋଜି କରି ଉପରୋକ୍ତ ସୁନା ଅଳଙ୍କାର ଚୋରି କରି ନେଇଥିଲେ। ପରେ ଝୁମ୍ପି ଘରକୁ ଫେରି ଦେଖିବା ବେଳେ ସୁନା ଅଳଙ୍କାର ଦେଖାଯାଇନଥିଲା. ଘଟଣାଟି ଆର. ଉଦୟଗିରି ପୋଲିସକୁ ଲିଖିତ ଅଭିଯୋଗ କରିବା ପରେ ପୋଲିସର ତତକ୍ଷଣାତ ପଦକ୍ଷେପ ପରେ ଚୋରି ସୁନା ଅଳଙ୍କାର ଉଦ୍ଧାର ହେବା ସହ ଚୋରି କରିଥିବା ନଣନ୍ଦେଇ ଗିରଫ ହୋଇଥିବା ଜଣାପଡିଛି.

Leave a Reply

Your email address will not be published. Required fields are marked *