ଚୀନ ଓ ଇରାନ ଦେଶର ପ୍ରତିନିଧିଙ୍କ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ
ଭୁବନେଶ୍ୱର
୬ ଅଗଷ୍ଟ, ୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଭୁବନେଶ୍ୱରରେ ଆୟୋଜିତ ହେଉଥିବା ବ୍ରିକ୍ସ ଶିକ୍ଷା ସମ୍ମିଳନୀରେ ଯୋଗଦେଇଥିବା ଚୀନ ଓ ଇରାନ ଦେଶର ପ୍ରତିନିଧି ମଣ୍ଡଳୀ ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ।
ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼. ଭାରତୀ ପାଲ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଓଡ଼ିଶାର ସମୃଦ୍ଧ ଇତିହାସ, ଐତିହ୍ୟ, ସ୍ଥାପତ୍ୟ, ସାହିତ୍ୟ, କଳା ଓ ସଂସ୍କୃତି ସମ୍ବନ୍ଧରେ ଚୀନ ଓ ଇରାନ ଦେଶର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ।ପ୍ରତିନିଧିମାନେ ସଂଗ୍ରହାଳୟରେ ଥିବା ପ୍ରତ୍ନତତ୍ତ୍ୱ, ତାଳପତ୍ର ପୋଥି, ଲିପିତତ୍ତ୍ୱ, ମୁଦ୍ରା, ଅସ୍ତ୍ରଶସ୍ତ୍ର, ଚାରୁ ଓ କାରୁକଳା, ଅନୁଭବ ଐତିହ୍ୟ ଗ୍ୟାଲେରୀ ଆଦିକୁ ବୁଲି ଦେଖିଥିଲେ। ଏଥିସହ ଓଡ଼ିଶାର ପ୍ରତ୍ନତତ୍ତ୍ୱ ଏବଂ ବୌଦ୍ଧ ଓ ଜୈନ ଧର୍ମ ସମ୍ବନ୍ଧିତ କୀର୍ତ୍ତିରାଜିର ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ଚୀନ ଓ ଇରାନ ଦେଶର ପ୍ରତିନିଧିମାନଙ୍କୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ “ଟାଇମ୍ଲେସ ଟେଲ୍” ଶୀର୍ଷକ ଏକ ପୁସ୍ତକ (ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସମ୍ବନ୍ଧିତ ବିବରଣୀ ପୁସ୍ତକ) ପ୍ରଦାନ କରାଯାଇଥିଲା।
ଅମ୍ଳାନ ଦାସ
ଲୋକସମ୍ପର୍କ ଅଧିକାରୀ












Leave a Reply