ବୋଇଂ ଇଣ୍ଡିଆ ପକ୍ଷରୁ ୟୁନିଭର୍ସିଟି ଇନୋଭେସନ୍ ଲିଡରଶିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (ବିଲ୍ଡ) ୨୦୨୫–୨୬ର ବିଜେତା ଘୋଷଣା
– ବିଲ୍ଡର ପଞ୍ଚମ ସଂସ୍କରଣରେ ସାତଟି ଦଳ ବିଜେତା ଭାବେ ଚୟନ
ଭୁବନେଶ୍ୱର ୬ ଅଗଷ୍ଟ ୨୦୨୬: ଦର୍ଶନ ସମୀକ୍ଷା
ବିଶ୍ୱର ଅଗ୍ରଣୀ ଏରୋସ୍ପେସ୍ କମ୍ପାନୀ ବୋଇଂ ୟୁନିଭର୍ସିଟି ଇନୋଭେସନ୍ ଲିଡରଶିପ୍ ଡେଭେଲପମେଣ୍ଟ (ବିଲ୍ଡ) ପ୍ରୋଗ୍ରାମ୍ ୨୦୨୫–୨୬ର ପଞ୍ଚମ ସଂସ୍କରଣର ବିଜେତାମାନଙ୍କ ନାମ ଘୋଷଣା କରିଛି। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟର ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କୁ ନେଇ ଗଠିତ ସାତଟି ଦଳ ଏହି ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି।
ଚୟନିତ ବିଜେତା ଦଳଗୁଡ଼ିକ ହେଲେ ଏରୋସର୍ଚ୍ ଟେକ୍ନୋଲୋଜିସ୍, ଆଲକାମୀ କାର୍ବନ, ଡାୟାସୋଲ୍ ପ୍ରାଇଭେଟ୍ ଲିମିଟେଡ୍, ଅର୍ଥସ୍ପ୍ରିଣ୍ଟ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍, ଓରିଜୟ ମେଡଟେକ୍ ପ୍ରାଇଭେଟ୍ ଲିମିଟେଡ୍,
ଷ୍ଟେଲ୍ଏକ୍ସ ଡାଇନାମିକ୍ସ ଏବଂ ସ୍ୱର୍ଣ୍ଣ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍। ଆସନ୍ତା କିଛି ମାସ ଧରି ବୋଇଂ ଓ ଏହାର ଇନ୍କ୍ୟୁବେଟର ସହଯୋଗୀମାନେ ଏହି ଦଳଗୁଡ଼ିକୁ ମାର୍ଗଦର୍ଶନ, ପରାମର୍ଶ ଏବଂ ପ୍ରାୟୋଗ ଜନିତ ସହାୟତା ଯୋଗାଇ ସେମାନଙ୍କ ନବସୃଜନମୂଳକ ଚିନ୍ତା ଧାରାକୁ ବଜାରଯୋଗ୍ୟ ଓ ବ୍ୟବସାୟିକ ସଫଳ ସମାଧାନରେ ପରିଣତ କରିବେ। ପ୍ରତ୍ୟେକ ବିଜେତା ଦଳକୁ ସେମାନଙ୍କ ପ୍ରକଳ୍ପର ବିକାଶ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ।
ବୋଇଂ ଇଣ୍ଡିଆ ଓ ଦକ୍ଷିଣ ଏସିଆର ସଭାପତି ସଲିଲ ଗୁପ୍ତେ କହିଛନ୍ତି, “ଭାରତର ଷ୍ଟାର୍ଟଅପ୍ ପରିବେଶ ଆଜି ଉଦ୍ୟୋଗୀ, ଇନ୍କ୍ୟୁବେଟର, ନିବେଶକ ଏବଂ ଶିକ୍ଷାନୁଷ୍ଠାନଙ୍କ ଏକ ସଶକ୍ତ ଓ ବିବିଧ ନେଟୱର୍କରେ ପରିଣତ ହୋଇଛି। ବିଲ୍ଡ ଏହି ସମସ୍ତଙ୍କୁ ଏକାଠି ଆଣି ନୂତନ ଚିନ୍ତାଧାରାକୁ କେବଳ ପ୍ରତିଯୋଗିତାରେ ସୀମିତ ନ ରଖି ବାସ୍ତବ ବ୍ୟବସାୟିକ ସୁଯୋଗ ସହ ଯୋଡ଼ିବାରେ ସହାୟକ ହୋଇଛି। ପଞ୍ଚମ ସଂସ୍କରଣରେ ପହଞ୍ଚିବା ସହ ବିଲ୍ଡ ମାଧ୍ୟମରେ ଗଢ଼ିଉଠିଥିବା ସହଯୋଗ ଓ ସମ୍ପର୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟ ଜାରି ରହିଥିବା ଦେଖି ଆମେ ଉତ୍ସାହିତ। ଏହି ବର୍ଷର ସମସ୍ତ ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଏବଂ ବିଲ୍ଡର ବିକାଶ ଯାତ୍ରାରେ ସହଯୋଗ କରିଥିବା ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ।”
ଗତ ପାଞ୍ଚ ବର୍ଷ ମଧ୍ୟରେ ବିଲ୍ଡ କାର୍ଯ୍ୟକ୍ରମକୁ ୭,୦୦୦ରୁ ଅଧିକ ଆବେଦନ ମିଳିଥିବାବେଳେ ୩୫ରୁ ଅଧିକ ଷ୍ଟାର୍ଟଅପ କୁ ସମର୍ଥନ ପ୍ରଦାନ କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ ଏରୋସ୍ପେସ୍, ଡିପ୍-ଟେକ୍, ପ୍ରଯୁକ୍ତିବିଦ୍ୟା, ସ୍ଥାୟୀ ବିକାଶ ଏବଂ ସାମାଜିକ ପ୍ରଭାବ ଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେହିପରି ବିଲ୍ଡ ଭାରତର ବ୍ୟାପକ ନବସୃଜନ ପରିବେଶ ସହ ନିଜର ସଂଯୋଗ ବଢ଼ାଇ ନିବେଶକ ଓ ଭେଞ୍ଚର କ୍ୟାପିଟାଲ୍ ସଂସ୍ଥାମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରିଛି।ବିଲ୍ଡର ସମ୍ପୂର୍ଣ୍ଣ ଯାତ୍ରାରେ ଫାଇନାଲିଷ୍ଟ ଦଳଗୁଡ଼ିକ ବୋଇଂର ଅଭିଜ୍ଞ ଇଞ୍ଜିନିୟର ଓ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କ ସହ ନିକଟତର ଭାବେ କାମ କରି ନିଜ ଧାରଣାକୁ ବ୍ୟବହାରିକ ଓ ବଜାରଯୋଗ୍ୟ ବ୍ୟବସାୟିକ ସମାଧାନରେ ପରିଣତ କରିଥାନ୍ତି।
ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟରର ଉପସଭାପତି ଓ ପରିଚାଳନା ନିର୍ଦ୍ଦେଶିକା ତଥା ବୋଇଂ ଇଣ୍ଡିଆର ମୁଖ୍ୟ ଇଞ୍ଜିନିୟର ଷ୍ଟେସି ସାୟର କହିଛନ୍ତି, “ବିଲ୍ଡ ଆମକୁ ଆଗାମୀ ପିଢ଼ିର ଉଦ୍ଭାବକମାନଙ୍କ ସହ ଯୋଡ଼ିବା ଏବଂ ବୋଇଂର ଦଶନ୍ଧି ଧରି ଇଞ୍ଜିନିୟରିଂ ଦକ୍ଷତାକୁ ସେମାନଙ୍କ ସହ ବାଣ୍ଟିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ। ପ୍ରାରମ୍ଭିକ ଧାରଣା କିପରି ମେଣ୍ଟରଶିପ୍ ଓ ସହଯୋଗ ମାଧ୍ୟମରେ ପରିପକ୍ୱ ହୋଇ ଶକ୍ତିଶାଳୀ ସମାଧାନରେ ପରିଣତ ହୁଏ, ତାହାହିଁ ବିଲ୍ଡର ସବୁଠାରୁ ବଡ଼ ବିଶେଷତ୍ୱ। ଏହି ବର୍ଷର ବିଜେତାମାନେ ଏହି ଭିତ୍ତିକୁ ଆହୁରି ସୁଦୃଢ଼ କରି ନିଜ ଧାରଣାକୁ ସଫଳ ଉଦ୍ୟମରେ ପରିଣତ କରିବେ ବୋଲି ଆମର ବିଶ୍ୱାସ।”
ଭାରତରେ ବିଲ୍ଡ କାର୍ଯ୍ୟକ୍ରମ ପରିଚାଳନା ପାଇଁ ବୋଇଂ ସାତଟି ଅଗ୍ରଣୀ ଇନ୍କ୍ୟୁବେଟର ସହ ସହଭାଗୀତା କରିଛି। ସେଗୁଡ଼ିକ ହେଲେ ଆଇଆଇଟି ମୁମ୍ବାଇର ସୋସାଇଟି ଫର୍ ଇନୋଭେସନ୍ ଆଣ୍ଡ ଏଣ୍ଟରପ୍ରେନରଶିପ୍ (ସାଇନ୍), ଆଇଆଇଟି ଦିଲ୍ଲୀର ଫାଉଣ୍ଡେସନ୍ ଫର୍ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର (ଫିଟ୍), ଆଇଆଇଟି ଗାନ୍ଧୀନଗରର ଇନୋଭେସନ୍ ଆଣ୍ଡ ଏଣ୍ଟରପ୍ରେନରଶିପ୍ ସେଣ୍ଟର, ଆଇଆଇଟି ମାଡ୍ରାସ୍ ଇନ୍କ୍ୟୁବେସନ୍ ସେଲ୍, ଆଇଆଇଏସ୍ସି ବେଙ୍ଗାଲୁରୁର ଫାଉଣ୍ଡେସନ୍ ଫର୍ ସାଇନ୍ସ ଇନୋଭେସନ୍ ଆଣ୍ଡ ଡେଭେଲପମେଣ୍ଟ, ଟି-ହବ୍ ହାଇଦ୍ରାବାଦ ଏବଂ କିଟ୍ ଭୁବନେଶ୍ୱରର ଟେକ୍ନୋଲୋଜି ଆଣ୍ଡ ବିଜନେସ୍ ଇନ୍କ୍ୟୁବେଟର (ଟିବିଆଇ)।
ଆବେଦକମାନଙ୍କୁ ଏରୋସ୍ପେସ୍ ଓ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସାମାଜିକ ପ୍ରଭାବ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ନିଜସ୍ୱ ନବସୃଜନମୂଳକ ଚିନ୍ତଧାରା ଦାଖଲ କରିବାକୁ ଆମନ୍ତ୍ରଣ କରାଯାଇଥିଲା।
ବର୍ଷ ବର୍ଷ ଧରି ବୋଇଂ ଇଣ୍ଡିଆ ବିଲ୍ଡ , ହରାଇଜନ୍-ଏକ୍ସ ଇଣ୍ଡିଆ ଇନୋଭେସନ୍ ଚ୍ୟାଲେଞ୍ଜ, ତ୍ୱରାନ୍ୱିତ ବିମାନ ରକ୍ଷଣାବେକ୍ଷଣ ଇଞ୍ଜିନିୟର ପ୍ରଶିକ୍ଷଣ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଗୁଡ଼ିକ ସହ ମିଳିତ ଭାବେ ଜାତୀୟ ଏରୋ ମଡେଲିଂ ପ୍ରତିଯୋଗୀତା ଭଳି
ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଭାରତରେ ଦକ୍ଷତା ବିକାଶ, ନବସୃଜନ ଏବଂ କ୍ଷମତା ବୃଦ୍ଧିକୁ ସମର୍ଥନ କରିଆସୁଛି।
ବିଜେତାଙ୍କ ତାଲିକା ଓ ସମ୍ପୃକ୍ତ ଇନ୍କ୍ୟୁବେଟର କେନ୍ଦ୍ର:
ଏରୋସର୍ଚ୍ ଟେକ୍ନୋଲୋଜିସ୍ : ବିନୀତ କୋଟାରିୟା, ଡଃ ମନୋଜ କୁମାର, ଅଭିନବ ତିୱାରୀ (ଫିଟ୍, ଦିଲ୍ଲୀ)
ଆଲକାମୀ କାର୍ବନ :ରୁଷିଲ ହରି କୋପାକା, ଋଷି ରାଠୀ (ସାଇନ୍, ଆଇଆଇଟି ବମ୍ବେ)
ଡାୟାସୋଲ୍ ପ୍ରାଇଭେଟ୍ ଲିମିଟେଡ୍ : ବଂଶୀ କୃଷ୍ଣ କୋମରାଲା, ଶିଲାଜିତ ମାନ୍ନା, ଅର୍ଣ୍ଣବ ଜ୍ୟୋତି ମଣ୍ଡଳ (ଫିଟ୍, ଦିଲ୍ଲୀ)
ଅର୍ଥସ୍ପ୍ରିଣ୍ଟ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ : ଆୟୁଷ କାଲେ, ଦିବ୍ୟା କାଲେ (ସାଇନ୍, ଆଇଆଇଟି ବମ୍ବେ)
ଓରିଜୟ ମେଡଟେକ୍ ପ୍ରାଇଭେଟ୍ ଲିମିଟେଡ୍ : ପ୍ରଫେସର ଉତ୍ତମା ଲାହିରି, ଡଃ ନିଲେଶ ଶର୍ମା (ଆଇଆଇଇସି ଗାନ୍ଧୀନଗର)
ଷ୍ଟେଲ୍ଏକ୍ସ ଡାଇନାମିକ୍ସ : କାର୍ତ୍ତିକ ପାଣ୍ଡେ, ମୁସ୍କାନ ଅହଲାୱତ (ଟି-ହବ୍, ହାଇଦ୍ରାବାଦ)
ସ୍ୱର୍ଣ୍ଣ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍: ବେଦାଙ୍ଗ ଦ୍ୱିବେଦୀ, ବିନାୟକ ଭିନ୍ନେଥ (ଏଫ୍ଏସ୍ଆଇଡି-ଆଇଆଇଏସ୍ସି, ବେଙ୍ଗାଲୁରୁ)












Leave a Reply