Spread the love

ଯାଜପୁରରେ ବନ୍ୟା ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

  • ପ୍ରଭାବିତ ପରିବାରକୁ ତୁରନ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ

ଯାଜପୁର | ଭୁବନେଶ୍ବର: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଏହି ବୈଠକରେ ବନ୍ୟା ସ୍ଥିତି, କ୍ଷୟକ୍ଷତି ଆକଳନ ଏବଂ ପ୍ରଭାବିତଙ୍କୁ ସହାୟତା ପ୍ରଦାନ ସମ୍ପର୍କରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିଲା।

ପ୍ରତ୍ୟେକ ବନ୍ୟା ପ୍ରଭାବିତ ପରିବାର ପାଖରେ ଯେପରି ସମୟୋଚିତ ସହାୟତା ପହଞ୍ଚିପାରିବ, ସେଥିପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କଡ଼ା ନିର୍ଦ୍ଦେଶ ଦେବା ସହ ସଙ୍କଟ ସମୟରେ ଜନସାଧାରଣଙ୍କୁ ଆବଶ୍ୟକୀୟ ରିଲିଫ୍ ଓ ସହାୟତା ପ୍ରଦାନ କରିବାରେ ଯେପରି କୌଣସି ଅବହେଳା ନହୁଏ, ସେଥିପ୍ରତି ବିଶେଷ ଗୁରୁତ୍ୱାରୋପ କରିଛନ୍ତି।

ଏହି ସମୀକ୍ଷା ବୈଠକରେ ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀ ଅମର ନାୟକ, ଯାଜପୁରର ମାନନୀୟା ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *