Spread the love

କନ୍ଧମାଳ : ଭାରତୀୟ ଗ୍ରାମୀଣ ଡାକ କର୍ମଚାରୀ ସଂଘ ବୌଦ୍ଧ କନ୍ଧମାଳ ବିଭାଗର ଦ୍ଵିବାର୍ଷିକ ନିର୍ବାଚନ ଅନୁଷ୍ଠିତ..

କୁନା ଦିଗାଲ (ଦର୍ଶନ ସମୀକ୍ଷା) କନ୍ଧମାଳ

ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଡାକ ବିଭାଗ ବୌଦ୍ଧ କନ୍ଧମାଳ ଡିଭିଜନର ଭାରତୀୟ ଗ୍ରାମୀଣ ଡାକ କର୍ମଚାରୀ ସଂଘ ଗୃପ ସିର ଦ୍ଵିବାର୍ଷିକ ନିର୍ବାଚନ ବାଲିଗୁଡା ଠାରେ ଅନୁଷ୍ଠିତ ହେଇଯାଇଛି l ଡାକ କର୍ମଚାରୀ ସଂଘର ରାଜ୍ୟ ସଂଯୋଜକ ରାଜକିଶୋର ମହାପାତ୍ର ଓ ବ୍ରହ୍ମପୁର ସର୍କଲ ଉପ ସଚିବ କେଦାରନାଥ ଶତପଥିଙ୍କ ଉପସ୍ଥିତିରେ ସଭାପତି ବାଳକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୌଦ୍ଧ କନ୍ଧମାଳ ବିଭାଗ ସ୍ତରୀୟ ଅଧିବେଶନ ରେ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ l ଡାକ କର୍ମଚାରୀ ସଂଘ ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ହେବା ସମ୍ପର୍କରେ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ l ଡାକ କର୍ମଚାରୀ ଙ୍କ ଦୀର୍ଘ ଦିନର ସମସ୍ୟା ପୂରଣ ଦିଗରେ ବିଏମଏସର ସହଯୋଗ ରହିବ ବୋଲି ରାଜ୍ୟ ସଂଘ ସଚିବ ଗୋପିନାଥ କର ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ l
ଭାରତୀୟ ମଜଦୂର ସଂଘର ଇତିହାସ ସହ ରାଷ୍ଟ୍ରହିତ, ଉଦ୍ୟୋଗ ହିତ ଓ ଶ୍ରମିକ ହିତକୁ ଗୁରୁତ୍ୱ ଦେବା ବିଏମଏସର ଧର୍ମ ବୋଲି ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ଅଶୋକ ପରିଡା ସୂଚନା ଦେଇଥିଲେ l ବୌଦ୍ଧ କନ୍ଧମାଳ ବିଭାଜନର ସମସ୍ତ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କୁ ଭାରତୀୟ ଡାକ କର୍ମଚାରୀ ସଂଘରେ ସାମିଲ କରିବାକୁ ଶ୍ରୀ ପରିଡା ଉପସ୍ଥିତ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ l ସଂଘର ସମସ୍ତ ସଦସ୍ୟ କିଭଳି ବଞ୍ଚିତ ହୋଇଥିବା ସୁବିଧା ସୁଯୋଗ ପାଇବେ,କାର୍ଯ୍ୟର ସମୟ ସୀମା ବୃଦ୍ଧି,ନିଜ ପିଲାଙ୍କ ଶିକ୍ଷାବୃତ୍ତି ଇତ୍ୟାଦି ପାଇଁ ସଂଘ ଦୃଷ୍ଟି ଦେବ ବୋଲି ଉପସଚିବ କେଦାରନାଥ ଶତପଥି ସୂଚନା ଦେଇଥିଲେ l ବୌଦ୍ଧ କନ୍ଧମାଳ ଭାରତୀୟ ଡାକ କର୍ମଚାରୀ ସଂଘର ସମ୍ପାଦକ ଅଚ୍ୟୁତାନନ୍ଦ ପଲିଆ ସଂଘ ଶକ୍ତି ହିଁ ଆଜିର ଶ୍ରେଷ୍ଠ ଶକ୍ତି ବୋଲି ଅଭିହିତ କରିଥିଲେ l ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା ପରେ ଦ୍ବିବାର୍ଷିକ ନିର୍ବାଚନ ରାଜ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଗାମୀ ଦୁଇ ବର୍ଷ ପାଇଁ ଅନୁଷ୍ଠିତ ହବିଥିଲା l ସର୍ବସମ୍ମତି କ୍ରମେ ବାଳକୃଷ୍ଣ ସାହୁ ସଭାପତି, ଶେଷଦେବ ସାହୁ ଉପ ସଭାପତି,ଲଳିତ ମୋହନ ରଣା ବିଭାଗ ସମ୍ପାଦକ, ଅଭିନାଶ ଚାନ୍ଦ, ଅଜିତ ପଣ୍ଡା ଓ ଅଭିମନ୍ୟୁ ଦନ୍ତା ସହ ସମ୍ପାଦକ, ରାଜେନ୍ଦ୍ର ନାରାୟଣ ଭୋଇ ସଂଗଠନ ସମ୍ପାଦକ ଶବିର କୁମାର ଦଳବେହେରା କୋଷାଧକ୍ଷ ଓ ଅନିର୍ବାଣ ନିଷଙ୍କ ଅଡିଟର ଭାବେ ମନୋନୀତ ହେଇଥିଲେ l ଏହି ଅବସରରେ ସଂଘର ବାବୁଲି ଦୋରାଙ୍କ ସମେତ କନ୍ଧମାଳ ଓ ବୌଦ୍ଧର ବହୁ ଗ୍ରାମୀଣ ଡାକ ସେବକ ଅଧିବେଶନ ରେ ଯୋଗ ଦେଇଥିଲେ l ନବ ନିର୍ବାଚନ ସଂମ୍ପାଦକ ଲଳିତ ମୋହନ ରଣା ଭୁବନେଶ୍ୱର ଓ ବ୍ରହ୍ମପୁରରୁ ଆସିଥିବା ସଂଯୋଜକ, ସଚିବ ଓ ଉପସଚିବ ସୂଚାରୁ ରୂପେ ନିର୍ବାଚନ କରିଥିବାରୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *