ସଂଧ୍ୟା ହେଲେ ବନ୍ଦ ହୁଏ ଶ୍ରୀ ମନ୍ଦିର ର ଉତ୍ତର ଦ୍ଵାର ବା ହସ୍ତୀ ଦ୍ଵାର କାହିଁକି -ଜୟ ଜଗନ୍ନାଥ

Spread the love

ସଂଧ୍ୟା ହେଲେ ବନ୍ଦ ହୁଏ ଶ୍ରୀ ମନ୍ଦିର *ର ଉତ୍ତର ଦ୍ଵାର ବା ହସ୍ତୀ ଦ୍ଵାର ।। ଜୟ ଜଗନ୍ନାଥ

ସଂଜ ନଇଁ ଆସିଲେ ଶ୍ରୀ ମନ୍ଦିର ଉତ୍ତର ଦ୍ଵାର ବନ୍ଦ କରି ଦିଆ ଯାଏ ।ଏହି ରୀତି କେଉଁ କାଳରୁ ପ୍ରଚଳିତ ହୋଇ ଆସୁଅଛି ତେବେ ଏହାର ଅର୍ଥ କଣ ତାହା ଅନେକଙ୍କୁ ହୁଏତ ଅଗୋଚର ଥାଇ ପାରେ ଏହି। ଏହି ଉତ୍ତର ଦ୍ଵାର ଦେଇ ନବ କଳେବର ବେଳେ ମହାପ୍ରଭୁଙ୍କ ଦାରୁ ଦେଉଳ ଭିତରେ ପ୍ରବେଶ ଭିତରେ ପ୍ରବେଶ କରେ ତେଣୁ ଏହି ଦ୍ବୟ କୁ ସର୍ବ ସାଧାରଣ ବିଶେଷ ଭାବେ ବ୍ୟବହାର କରନ୍ତି ନାହିଁ ।
ଉତ୍ତର ଦ୍ଵାର ପରି ହୋଇ ବାମ ପଟକୁ ଗଲେ କୋଇଲି ବୈକୁଣ୍ଠ। ନବକଳେବର ପରେ।ପୁରାତନ ବିଗ୍ରହକୁ ଏଠରେ ସମଦସ୍ତ କରାଯାଏ। ଯେହେତୁ ସ୍ଵଂୟ ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରା ଏବଂ ଚକ୍ର ରାଜ ସୁଦର୍ଶନ ଙ୍କୁ ଏଠାରେ ପୋତା ଯାଇ ଥାଏ । ତେଣୁ କୋଇଲି ବୈକୁଣ୍ଠ କୁ ମହାପ୍ରଭୁ ଙ୍କ ଶ୍ମଶାନ ଆଖ୍ୟା ଦିଆ ଯାଇଛି । ଏହା ମହାପ୍ରଭୁ ଙ୍କ ପୁଣ୍ୟ ବିଶ୍ରାମ ସ୍ଥଳୀ ।ଏହି ସ୍ଥାନକୁ କୋଇଲି ବୈକୁଣ୍ଠ ମଧ୍ୟ କୁହାଯାଏ।

ଏହା ପଛରେ ମଧ୍ୟ ଏକ କିମ୍ୱ ଦନ୍ତି ରହିଛି । ଥରେ ମହାପ୍ରଭୁ କୋଇଲି ରୂପ ଧାରଣ କରି ସୁଶୋଭିତ କଣ୍ଠ ରେ କୁହୁ ତାନ କରି ଥିଲେ । ମହା ଲକ୍ଷ୍ମୀ ସେହି କୋଇଲିର ସ୍ୱର ରେ ଏତେ ବିମୋହିତ ହୋଇ ଯାଇଥିଲା। ଏହାପରେ ପ୍ରଭୁ କୋଇଲି ରୂପ ତ୍ୟାଗ କରି ନିଜ ସ୍ୱରୂପ ଧାରଣ କରିଥିଲେ । ସେହି ଦିନଠାରୁ ଏହି ପବିତ୍ର ଧାମର ନାମକରଣ – କୋଇଲି ବୈକୁଣ୍ଠ କରା ଯାଇଛି।
ଉତ୍ତର ଦ୍ଵାର ସଞ୍ଜ ବେଳେ ବନ୍ଦ ରହିବା କାରଣ ପଛରେ କୋଇଲି ବୈକୁଣ୍ଠ ର ସଂପର୍କ ରହିଛି । ତେଣୁ କୋଇଲି ବୈକୁଣ୍ଠ ବିଷୟରେ ସୂଚନା ଦେବା ନିତ୍ୟାନ୍ତ ଆବଶ୍ୟକ । କୋଇଲି ବୈକୁଣ୍ଠ ମନ୍ଦିର ସ୍ମଶାନ ଭାବେ ପରିଚିତ ଥିବାରୁ ଉତ୍ତର ଦ୍ଵାର ଅଧିକ ସଂଖ୍ୟାରେ ଶକ୍ତି ମନ୍ଦିର ରହିଛି ଓ ଉତ୍ତର ଦ୍ଵାର ରେ ବହୁତ୍ ସାଂଖ୍ୟ ରେ ଚେମେଣିଆ ଅଛନ୍ତି । ସନ୍ଧ୍ୟା ନଇଁଲେ ସେମାନଙ୍କ ଚେଁ ଚେଁ ସ୍ୱର ରେ ଏହି ଦ୍ଵାର ମୁଖରିତ ହୋଇଯାଏ ।ଏହା ଛଡ଼ା ହିନ୍ଦୁ ଧର୍ମ ର ଶାସ୍ତ୍ର ଅନୁସାରେ ସଂଧ୍ୟା ପରେ ଭୋଳାନାଥ ଶିବ ସ୍ମଶାନ କୁ ଚାଲଯାଅନ୍ତି ଏହି କାରଣରୁ ବୋଧ ହୁଏ ସୂର୍ଯ୍ୟସ୍ତ ପରେ ଉତ୍ତର ଦ୍ଵାରର ଦରଜା ଅଗ୍ ବନ୍ଦ କରି ଦିଆ ଯାଏ । ଆହୁରି ମଧ୍ୟ କିମ୍ୱଦନ୍ତି ରହିଛି ଯେ କୋଇଲି ବୈକୁଣ୍ଠ ସ୍ମଶାନ ଭୂମିର ପ୍ରହରୀ ହେଉଛନ୍ତି ତପସ୍ୱୀ ହନୁମାନ । ରାତ୍ରୀ ରେ ଏହି ସ୍ଥାନ କୁ ଯିବାର ବରଣ ଅଛି ।ତେଣୁ ରାତ୍ରୀ ହେବା ମାତ୍ରେ ଦେବଯାନ ମାର୍ଗ ବା ଉତ୍ତର ଦ୍ଵାର କୁ ବନ୍ଦ କରି ଦିଆ ଯାଏ।
ଜୟ ଶ୍ରୀ ଜଗନ୍ନାଥ 🙏🏻🥹🌸

Leave a Reply

Your email address will not be published. Required fields are marked *