Spread the love

ସୃଜନ

ଭାରତୀୟ ସଂସ୍କୃତିର ସମସ୍ତ ସିଦ୍ଧାନ୍ତ କେବଳ ଯୁଗାନୁକୂଳ ନୁହେଁ, ବରଂ ତାହା ଏପରି ଶ୍ରେଷ୍ଠ ମାନ୍ୟତାଗୁଡ଼ିକ ଉପରେ ଆଧାରିତ ଯେ ଯଦି ତାହାର ସମ୍ୟକ୍ ପାଳନ ତଥା ଅନୁଶୀଳନ କରାଯାଇପାରିବ ତେବେ ମନୁଷ୍ୟକୁ ଦେବମାନବ, ମହାମାନବ ଶ୍ରେଣୀରେ ଠିଆ କରାଇବା ସହଜରେ ସମ୍ଭବ ହୋଇ ପାରିବ ।

ଏପରି ହେବାର କାରଣ ମନୁଷ୍ୟ ମଧ୍ୟରେ ଦେବତ୍ଵର ଉଦୟ ଉଦ୍ଦେଶ୍ୟରେ ସ୍ଥାପିତ ଭାରତୀୟ ସଂସ୍କୃତିର ସିଦ୍ଧାନ୍ତଗୁଡ଼ିକୁ ପୁରାତନ ଋଷିଗଣ ନିଜର ବହୁମୂଲ୍ୟ ମାନବୀୟ କାୟା ରୂପୀ ପ୍ରୟୋଗଶାଳାରେ ପ୍ରମାଣିତ କରି ନିର୍ଦ୍ଧାରଣ କରିଛନ୍ତି । ସେହି ଆଧାରରେ ଭାରତୀୟ ଜୀବନ ଦର୍ଶନର ନିର୍ମାଣ କରାଯାଇଛି ଏବଂ ତାହାର ପାଳନ କରି ଭାରତବାସୀ ପ୍ରଗତି ପଥରେ ଆଗକୁ ବଢ଼ିପାରିଛନ୍ତି ।

ଭାରତୀୟ ସଂସ୍କୃତି ମନୁଷ୍ୟକୁ ପରମାତ୍ମାଙ୍କର ଅଂଶ ବୋଲି ସ୍ବୀକାର କରିଛି ଏବଂ ଶାରୀରିକ କଳୁଷ, ମାନସିକ ଭବ-ବନ୍ଧନଗୁଡ଼ିକରୁ ମୁକ୍ତ ହୋଇ ଉଦାତ୍ତ ଦୃଷ୍ଟିକୋଣର ସ୍ଥାପନା ଏବଂ ଜୀବନମୁକ୍ତି ପ୍ରାପ୍ତ କରିବା -ମାନବୀୟ ଜୀବନର ପରମ ଲକ୍ଷ୍ୟ ବୋଲି କହିଛି । ଏଥିପାଇଁ ଏଠାରେ ଉତ୍କୃଷ୍ଟ ଚିନ୍ତନ, ଉତ୍କୃଷ୍ଟ ଭାବନା, ଉତ୍କୃଷ୍ଟ ଆଚରଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । ଯେତେବେଳେ ଏହି ମାନ୍ୟତାଗୁଡ଼ିକୁ ମିଥ୍ୟା ଓ ବୃଥା ବୋଲି କହି ଅସ୍ଵୀକାର କରାଗଲା, ସେତେବେଳେ ପ୍ରତିକୂଳତାଗୁଡ଼ିକ ଆମକୁ ଘେରିଗଲା ଏବଂ ଆମେ ଅନ୍ଧକାର ଯୁଗରେ ସମୟ ବିତାଇଲେ, ଇତିହାସ ଏହାର ସାକ୍ଷୀ ।

ଭାରତୀୟ ସଂସ୍କୃତିର ଯେଉଁ ସବୁ ଶାଶ୍ବତ ପରମ୍ପରା ରହିଛି, ସେଗୁଡ଼ିକ ଗୋଟିଏ ବିଶେଷ ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ପ୍ରଚଳନ କରାଯାଇଛି । ଏସବୁ ସହିତ ଆଦର୍ଶବାଦିତା ଓ ସୁସଂସ୍କାରିତାର ଯେଉଁ ଶିକ୍ଷଣ ଯୋଡ଼ା ଯାଇଛି, ତାହା ଆମକୁ ମାନବୀୟ ସମ୍ଭାବନାଗୁଡ଼ିକର ଶିଖରରେ ପହଞ୍ଚାଇଥାଏ । ଆମେ ଏହି ପ୍ରାଚୀନ ଓ ପୁନୀତ ପରମ୍ପରାଗୁଡ଼ିକର ପୁନସ୍ଥାପନା କରିବା, ବର୍ତ୍ତମାନ ସମୟର ଏହା ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ।

ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ

Related Post

Leave a Reply

Your email address will not be published. Required fields are marked *

You Missed