Spread the love

A1predictions about BJD: ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦୀର୍ଘ ସମୟ ଧରି ଓଡ଼ିଶାରେ ଏକ ଶକ୍ତିଶାଳୀ ରାଜନୈତିକ ଶକ୍ତି ହୋଇ ରହିଥିଲା। କିନ୍ତୁ ୨୦୨୪ ନିର୍ବାଚନରେ ଦଳଟି ବିଧାନସଭାରେ ୫୧ଟି ଆସନ ଓ ଲୋକ ସଭାରେ ଗୋଟିଏ ବି ଆସନ ଜିତି ପାରି ନଥିଲା। ଏହା ପରେ ଦଳରୁ ଦୁଇ ରାଜ୍ୟ ସଭା ଏମପି ମମତା ମହାନ୍ତ ଓ ସୁଜିତ କୁମାର ଭାଜପାକୁ ଯାଇଥିବା ବେଳେ ସ୍ଥାନୀୟ ସ୍ତରରେ ଅନେକ ନେତା ମଧ୍ୟ ଦଳ ଛାଡ଼ିଛନ୍ତି। ଯାହା ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

AI predictions about BJD: ସାମ୍ପ୍ରତିକ ଖବର ଅନୁସାରେ, ଭାଜପା ଏମପି ବଳଭଦ୍ର ମାଝୀ ଦାବି କରିଛନ୍ତି ଯେ, ବିଜେଡିର କୌଣସି ସ୍ପଷ୍ଟ ଆଦର୍ଶ ଓ ଦିଗଦର୍ଶନ ନାହିଁ, ଯାହା ଦଳକୁ ଓଡ଼ିଶାରୁ ଧୀରେ ଧୀରେ ଲିଭାଇ ଦେବ। ଅନ୍ୟପକ୍ଷରେ, ନବୀନ ପଟ୍ଟନାୟକ ଦଳର ୨୮ତମ ପ୍ରତିଷ୍ଠା ଦିବସରେ କହିଥିଲେ ଯେ, “ବିଜେଡିର ଭବିଷ୍ୟତ ଉଜ୍ଜ୍ୱଳ ଅଛି ଓ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଏହା ଓଡ଼ିଶା ଲୋକଙ୍କ ସେବା କରିବ।

AI Predict About BJD: ଏଆଇ ବିଶ୍ଳେଷଣ କହୁଛି, ବିଜେଡିର ଭବିଷ୍ୟତ ନିର୍ଭର କରୁଛି ନବୀନଙ୍କ ନେତୃତ୍ୱ, ଦଳୀୟ ସଂଗଠନର ପୁନର୍ଗଠନ ଓ ଭାଜପା ସରକାରଙ୍କ ବିରୋଧରେ ଏକ ଶକ୍ତିଶାଳୀ ବିରୋଧୀ ଭୂମିକା ଉପରେ। ଯଦି ଦଳ ନିଜର ଗାଁ ସ୍ତରୀୟ ସମର୍ଥନ ପୁନରୁଦ୍ଧାର କରି ପାରେ ଓ ନୂଆ ନେତୃତ୍ୱ ଆଗକୁ ଆଣିବ, ତେବେ ଏହା ପୁଣି ଥରେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରି ପାରିବ। କିନ୍ତୁ ଏହା ନ ହେଲେ, ଭାଜପା ଓ କଂଗ୍ରେସ ଭଳି ଦଳମାନଙ୍କ ପାଇଁ ଏହା ଅସୁବିଧା ସୃଷ୍ଟି କରିପାରେ। ପଞ୍ଚାୟତ ନିର୍ବାଚନ ଓ ଅନ୍ୟାନ୍ୟ ସ୍ଥାନୀୟ ନିର୍ବାଚନ ଆଗାମୀ ଦିନରେ ବିଜେଡିର ସ୍ଥିତି ସ୍ପଷ୍ଟ କରିବ। ଏଆଇ ଅନୁସାରେ, ସଠିକ ରଣନୀତି ଓ ଜନସମର୍ଥନ ବିଜେଡିକୁ ପୁନର୍ଜନ୍ମ ଦେଇପାରେ, ନଚେତ ଦଳର ଅବସ୍ଥା ଦୁର୍ବଳ ହେବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *

You Missed