Spread the love

ମାୟିକ ଜଗତରେ, କୌଣସି ସ୍ତରର ପ୍ରାପ୍ତି ବ୍ୟକ୍ତିକୁ ପୂର୍ଣ୍ଣତଃ ସନ୍ତୁଷ୍ଟ କରିପାରେ ନାହିଁ । ଜଣେ ଦରିଦ୍ର ବ୍ୟକ୍ତି ଧନୀ ହେବା ପାଇଁ କଠିନ ପରିଶ୍ରମ କରେ ଏବଂ ଜଣେ କୋଟିପତି ହେଇ ପାରିଲେ ନିଜକୁ ସୁଖୀ ମନେକରେ । କିନ୍ତୁ ସେ ଯେତେବେଳେ ଜଣେ ଅର୍ବପତିକୁ ଦେଖେ, ତା’ ମନରେ ପୁନର୍ବାର ଅସନ୍ତୋଷ ଜାତ ହୁଏ । ଅର୍ବପତି ମଧ୍ୟ ତାଠାରୁ ଅଧିକ ଧନବାନ ବ୍ୟକ୍ତିକୁ ଦେଖି ଦୁଃଖିତ ହୋଇଥାଏ । ତେଣୁ ଆମେ ଯେତେ ମାତ୍ରାର ସୁଖ ପାଇଲେ ମଧ୍ୟ, ତା’ଠାରୁ ଅଧିକ ମାତ୍ରାର ସୁଖର କଳ୍ପନା କରି, ଅସନ୍ତୁଷ୍ଟ ରହିଥାଏ । କିନ୍ତୁ ଯୋଗସ୍ଥିତିରେ ଯେଉଁ ଆନନ୍ଦର ଅନୁଭବ ହୋଇଥାଏ, ତାହା ଭଗବାନଙ୍କର ଅନନ୍ତ ଆନନ୍ଦ ଅଟେ । ଯେହେତୁ ତାଠାରୁ ଶ୍ରେଷ୍ଠ ଅନ୍ୟ କିଛି ନାହିଁ, ସେହି ଅନନ୍ତ ଆନନ୍ଦର ଆସ୍ୱାଦନ କରି, ଆତ୍ମା ଅନୁଭବ କରିବା ସ୍ୱାଭାବିକ ଯେ ସେ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ôଚଯାଇଛି।

ଭଗବାନଙ୍କର ଦିବ୍ୟ ଆନନ୍ଦ ନିତ୍ୟ ମଧ୍ୟ ଅଟେ । ଯେଉଁ ଯୋଗୀ ଥରେ ଏହାକୁ ପ୍ରାପ୍ତ କରିନିଅନ୍ତି, ତାଙ୍କଠାରୁ ଏହାକୁ କେବେ ବି ଛଡ଼ାଇ ନିଆଯାଇ ପାରିବ ନାହିଁ । ଏପରି ଜଣେ ଭଗବତ୍‌-ପ୍ରାପ୍ତ ଜୀବାତ୍ମା, ଭୌତିକ ଶରୀରରେ ମଧ୍ୟ, ଦିବ୍ୟ ଚେତନାରେ ସ୍ଥିତ ରହନ୍ତି । ବେଳେ ବେଳେ ବାହ୍ୟରୂପରେ ଏହା ପ୍ରତୀତ ହୁଏ ଯେପରି କି ସନ୍ଥ ଜଣକ ଅସୁସ୍ଥତା, ବିରୋଧ, ପ୍ରତିକୁଳ ପରିବେଶ ଇତ୍ୟାଦି ଦ୍ୱାରା ଉତ୍ପିଡ଼ୀତ ହେଉଛନ୍ତି । କିନ୍ତୁ ଅଭ୍ୟନ୍ତରରେ ସେ ନିଜ ଦିବ୍ୟ ଚେତନାରେ ସ୍ଥିତ ରହି ଭଗବାନଙ୍କର ଦିବ୍ୟାନନ୍ଦ ପାନ କରିବାରେ ଲାଗିଥାଆନ୍ତି । ଏହିପରି ଭାବରେ ଅତିଶୟ କଷ୍ଟ ମଧ୍ୟ ଜଣେ ସନ୍ଥଙ୍କୁ ବିଚଳିତ କରିପାରେ ନାହିଁ । ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ କରି, ସନ୍ଥମାନେ ଶାରୀରିକ ଚେତନାର ଊର୍ଦ୍ଧ୍ୱରେ ଥାଆନ୍ତି । ତେଣୁ ଶାରୀରିକ ପୀଡ଼ା ତାଙ୍କୁ ବିଚଳିତ କରେ ନାହିଁ । ସେଥିପାଇଁ ପୁରାଣରେ ଆମେ ଦେଖିବାକୁ ପାଇଥାଏ, କିପରି ପ୍ରହ୍ଲାଦଙ୍କୁ ସର୍ପମାନଙ୍କ ଘେରରେ ଫିଙ୍ଗି ଦିଆଯାଇଥିଲା, ଅସ୍ତ୍ରଦ୍ୱାରା ଆଘାତ କରାଯାଇଥିଲା, ଅଗ୍ନିରେ ଦହନ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ପ୍ରକାରର କଷ୍ଟ, ପ୍ରହ୍ଲାଦଙ୍କର ଭଗବାନଙ୍କ ସହିତ ଭକ୍ତିର ବନ୍ଧନକୁ ଛିଣ୍ଡାଇ ପାରି ନ ଥିଲା।

ସମଦୁଃଖସୁଖଃ ସ୍ୱସ୍ଥଃ ସମଲୋଷ୍ଟାଶ୍ମକାଞ୍ଚନଃ।
ତୁଲ୍ୟପ୍ରିୟାପ୍ରିୟୋ ଧୀରସ୍ତୁଲ୍ୟନିନ୍ଦାତ୍ମସଂସ୍ତୁତିଃ।
ମାନାପମାନୟୋସ୍ତୁଲ୍ୟସ୍ତୁଲ୍ୟୋ ମିତ୍ରାରିପକ୍ଷୟୋଃ।
ସର୍ବାରମ୍ଭପରିତ୍ୟାଗୀ ଗୁଣାତୀତଃ ସ ଉଚ୍ୟତେ।

ସୁଖ ଓ ଦୁଃଖରେ ଯେଉଁମାନେ ସମାନ ରହନ୍ତି; ଯେଉଁମାନେ ଆତ୍ମାରେ ସ୍ଥିତ; ଯେଉଁମାନେ ଏକ ମାଟି, ପଥର ଏବଂ ସୁବର୍ଣ୍ଣ ଖଣ୍ଡକୁ ସମାନ ମୂଲ୍ୟାଙ୍କନ କରନ୍ତି; ଯେଉଁମାନେ ସୁଖଦ ଏବଂ ଅପ୍ରୀତିକର ପରିସ୍ଥିତିରେ ସମଭାବ ରହନ୍ତି; ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ନିନ୍ଦା ଓ ପ୍ରଶଂସାକୁ ସମଭାବାପନ୍ନ ପୂର୍ବକ ଗ୍ରହଣ କରନ୍ତି; ଯେଉଁମାନେ ସମ୍ମାନ ଓ ଅସମ୍ମାନରେ ସମାନ ରହନ୍ତି; ଯିଏ ଉଭୟ ମିତ୍ର ଓ ଶତ୍ରୁଙ୍କୁ ସମାନ ରୂପରେ ବ୍ୟବହାର କରନ୍ତି ଏବଂ ଯେଉଁମାନେ ସମସ୍ତ ଉଦ୍ୟମ ପରିତ୍ୟାଗ କରିଥାଆନ୍ତି- ସେମାନଙ୍କୁ ତ୍ରିଗୁଣାତୀତ କୁହାଯିବ।

ଭଗବାନଙ୍କ ପରି ଆତ୍ମା ମଧ୍ୟ ତ୍ରିଗୁଣର ଊର୍ଦ୍ଧ୍ୱରେ । ଶାରୀରିକ ଚେତନାରେ ଆମେ ନିଜକୁ ଦୁଃଖ ବା ସୁଖରେ ସମ୍ମିଳିତ କରେ ଏବଂ ଶେଷରେ ଉଲ୍ଲାସ ଓ ହତାଶ ମଧ୍ୟରେ ଦୋଳାୟିତ ହୋଇଥାଏ । କିନ୍ତୁ ଯେଉଁମାନେ ଦିବ୍ୟ ସୋପାନରେ ସ୍ଥିତ, ସେମାନେ ଶରୀରର ସୁଖ ବା ଦୁଃଖ ସହିତ ତାଦାତ୍ମ୍ୟ କରନ୍ତି ନାହିଁ । ଏପରି ଆତ୍ମ-ଜ୍ଞାନୀ ସାଧୁଗଣ ସଂସାରର ଦ୍ୱୈତକୁ ଉପଲବ୍ଧି କରି ତଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଅତଏବ, ସେମାନେ ନିର୍ଗୁଣ ହୋଇଯାଆନ୍ତି । ଏହା ସେମାନଙ୍କୁ ସମଦର୍ଶୀ କରାଇଥାଏ, ଯଦ୍ୱାରା ସେମାନେ ଗୋଟିଏ ପଥର ଖଣ୍ଡ, ଗୋଟିଏ ମାଟି ଗୋଳା ଓ ସୁବର୍ଣ୍ଣ, ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି, ନିନ୍ଦା ଓ ପ୍ରଶଂସାକୁ ସମାନ ଦୃଷ୍ଟିରେ ଦେଖିଥାନ୍ତି।

"ବର୍ତ୍ତମାନ ସମୟଟା ବିରୋଧର ଯୁଗ । ପରିବାରରେ, ସମାଜରେ, ଦେଶରେ, ରାଷ୍ଟ୍ରରେ, ସାହିତ୍ୟ କ୍ଷେତ୍ରରେ ସର୍ବତ୍ର ବିରୋଧ । ତୁମେମାନେ ଯେ ଯେଉଁ ସମାଜରେ ଅଛ, ସେଥିରେ ହିଁ ସ୍ଥିର ରହ ; ପ୍ରଚଳିତ ସଂସ୍କାରରେ ନିଜକୁ ଭସାଇ ଦିଅ ନାହିଁ । ତୁମେମାନେ ପ୍ରାଚୀନପନ୍ଥୀ ହୋଇ ଚଳ ଅର୍ଥାତ୍ ସର୍ବଦା ନିରପେକ୍ଷ ରହ । କାହାରି ସଙ୍ଗରେ ବିରୋଧ କର ନାହି                                            

ନିଜ ଲୋକମାନଙ୍କର ଭୁଲ୍ କୁ ଆଜି ହିଁ କ୍ଷମା କରିବାକୁ ଚେଷ୍ଟାକର, କାରଣ ମୁଁ ଶୁଣିଛି ଯେ….କାଲିର ସକାଳ ସମସ୍ତଙ୍କ ଭାଗ୍ୟରେ ନ ଥାଏ ।

ଲୋକଙ୍କ ମୁଁହ ବନ୍ଦ କରିବାକୁ ଚେ଼ଷ୍ଟା କଲେ ପାରିବାନି ବରଂ ସବୁଠାରୁ ଭଲ ନିଜର କାନ ବନ୍ଦ କରି ଦେବା ଏବଂ ନିଜ କର୍ମରେ ଧ୍ଯାନ ଦେବା।

ସମୟ କାହାକୁ ରାଜା କରିଦିଏ ତ ଆଉ କାହାକୁ ଭିକାରୀ ସଂସାରରେ କୈାଣସି ବସ୍ତୁ ସ୍ଥିର ବା ଚଞ୍ଚଳ ହୋଇ ରହେ ନାହିଁ, ପରିବର୍ତ୍ତନ ହିଁ ସଂସାରର ଧର୍ମ।

ଯିଏ ଯେମିତି ବ୍ୟବହାର ଦେଖାଏ ସେ ସେମିତି ବ୍ୟବହାର ପାଇଥାଏ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି।

    

ଶବ୍ଦ ବି ଏକ ଭୋଜନ…. ପ୍ରତ୍ୟେକ ଶବ୍ଦରେ ଏକ ସ୍ଵାଦ ଅଛି ! କହିବା ପୂର୍ବରୁ ଚାଖି ନିଅନ୍ତୁ….

ନିଜକୁ ଯଦି ଭଳ ନଲାଗେ ଅନ୍ୟକୁ ପରସନ୍ତୁ ନାହିଁ….

ଏକତା ହିଁ ଶକ୍ତି

Leave a Reply

Your email address will not be published. Required fields are marked *