–😆–ତା18.02.2024ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —🤓—
" ସାପ ଦୁର୍ଜନ"ବ୍ୟକ୍ତିଙ୍କ
ତୁଳନାରେ ଭଲଜୀବ,
ନିଜଉପରେ ବିପଦ ଆସିଲେ
ସାପ ଦଂଶନ କରେ,
କିନ୍ତୁ ଦୁର୍ଜନ ବାରମ୍ବାର
ଦଂଶନ କରୁଥାଏ ।"
(दुर्जनस्य च सर्पस्य
वरं सर्पो न दुर्जनः ।
सर्पो दंशति काले तु
दुर्जनस्तु पदे पदे ।।
--×--
କଂଗ୍ରେସଦଳର ସରକାରଗୁଡିକଠାରୁ ସବୁକିଛି ପାଇ କିନ୍ତୁ କଂଗ୍ରେସଦଳକୁ ସମୁଦ୍ରରେ ବୁଡାଉଥିବା ଅବସ୍ଥାକୁ ଆଣି, ବୁଡିଯାଉଥିବା ଜାହାଜରୁ ଡେଉଁଥିବା ମୂଷା ଚରିତ୍ରର ନେତାମାନଙ୍କ
ବାବଦରେ ଚାଣକ୍ୟପଣ୍ଡିତ ବହୁକାଳ ପୂର୍ବରୁ ଏହି ଶ୍ଳୋକଟି ରଚନା କରିଥିଲେ କି?
ଜାହାଜର କ୍ୟାପଟେନ ଜାହାଜକୁ ରକ୍ଷା କରିବାକୁ ଚେଷ୍ଟାକରି
ବିଫଳ ହେବା ପରେ ଜାହାଜ ସହିତ ବୁଡିଯାଇ ନିଜର ପ୍ରାଣ ବିସର୍ଜନ କରିବା ଉପରେ TITANIC ଅଂଗ୍ରେଜୀ ସିନେମାରେ ଚମତ୍କାର ଦୃଶ୍ୟଟିଏ ଅଛି। କିନ୍ତୁ ବୁଡିଯାଉଥିବା କଂଗ୍ରେସ ଜାହାଜର
କ୍ୟାପଟେନଗଣ ପ୍ରଥମେ ନିଜେ ନିଜର ପିଲାଙ୍କୁ ଧରି ବିଜେପି ପଠାଉଥିବା ଉଦ୍ଧାରଡଙ୍ଗାରେ ପଳାଇ ଆସୁଛନ୍ତି ।
” ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନବେଳେ ସେ ବିଜେପି ସହିତ ସଲାସୁତୁରା କରି ଆମକୁ ହରାଇଥିଲେ, ପୁଋଣାପତ୍ର ଝଡିଯାଇ ପୁଣି ନୁଆପତ୍ରରେ ଗଛ ଆହୁରି ଶୋଭାବନ୍ତ ହୁଏ” ବୋଲି ବକ୍ତବ୍ଯ ବି ଶୁଣିବାକୁ ମିଳୁଛି ଯଦିଓ ନୁଆପତ୍ର କଅଁଳୁ ନାହିଁ ।
” ସଲାସୁତୂରା ଜରିଆରେ ଗୃହଶତ୍ରୁ ବିଭିଷଣ” ଉପରେ ପ୍ରମାଣ ପାଇବାକୁ ଆପଣ କ୍ଲେଭଲ୍ୟାଣ୍ଡ ସି.କ୍ରାମଙ୍କ ଲିଖିତ
OF MOLES AND MOLEHUNTERS ବହି ପଢିପାରନ୍ତି।
କଂଗ୍ରେସରୁ ଯାଇ ବିଜେପିରେ ମିଶି କିଛି ପାଇନଥିବା ମହାରାଷ୍ଟ୍ରର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ , ଜଣେ ସାମ୍ବାଦିକ ” କିଛି ତ ମିଳିଲା ନାହିଁ ” ବୋଲି କୁହନ୍ତେ, ସେ କହିଥିଲେ ” କିଏ ମାଡିବସିବାର
ଭୟ ନାହିଁ, ଭଲ ନିଦ ହେଉଛି, ଏତିକି ଯଥେଷ୍ଟ “।
ଲୁଇଶ ବର୍ଗର ଦୁର୍ନୀତି ଆରୋପରୁ ମୂଖ୍ୟମନ୍ତ୍ରୀ , ସତୁରି ହଜାର କୋଟି ଖାଇଛନ୍ତି, ଚକି ପିଶିଙ୍ଗ ଏଣ୍ଡ ପିଶିଙ୍ଗ ଦଣ୍ଡ ପାଇଁ ପଠେଇବୁ ବଦଳରେ ଉପ-ମୂଖ୍ୟମନ୍ତ୍ରୀ, ଆଦର୍ଶ ହାଉସିଂ ଘୋଟାଲାରେ ଲିପ୍ତଥିବାରୁ ଆମ ସରକାର ଆସିବାର ଛଅମାସ ଭିତରେ ଜେଲରେ ପଶିବେ ଧମକରୁ ରାଜ୍ୟସଭା ସଦସ୍ୟ ” ଇତ୍ୟାଦିର ସଂଖ୍ୟା ଏବେ 450 ପାଖାପାଖି । “କଂଗ୍ରେସ ମୁକ୍ତ ଭାରତ ” କିନ୍ତୁ ଏଥିପାଇଁ ଦାୟୀ
“କଂଗ୍ରେସିଆ ଯୁକ୍ତ ବିଜେପି ପାଇଁ ବି ଚାଣକ୍ୟପଣ୍ଡିତଙ୍କ ରଚିତ ;
” ସାପ ଦୁର୍ଜନ ବ୍ୟକ୍ତିଙ୍କ
ତୁଳନାରେ ଭଲଜୀବ,
ନିଜଉପରେ ବିପଦ
ଆସିଲେ ସାପ ଦଂଶନ କରେ,
କିନ୍ତୁ ଦୁର୍ଜନ ବାରମ୍ବାର
ଦଂଶନ କରୁଥାଏ ।”
(दुर्जनस्य च सर्पस्य
वरं सर्पो न दुर्जनः ।
सर्पो दंशति काले
तु दुर्जनस्तु पदे पदे ।।”
ପ୍ରଯୁଜ୍ୟ କି?
JUST ASKING TO KNOW. ନମସ୍କାର ।
(ଉପରେଥିବା ଏକନମ୍ବର ଫଟୋର ସଂପୂର୍ଣ୍ଣଲେଖା :- ଟାଇଟେନିକ ସିନେମାରେ ଜାହାଜ ବୁଡିବାର ଠିକ ପୂର୍ବରୁ ମୂଳ କ୍ୟାପଟେନ
ସ୍ମିଥଙ୍କ ଭୂମିକାରେ ବେନାର୍ଡ ହିଲ। ସ୍ମିଥ ବି “ଭଲନିଦ” ପାଇଁ ଜାହାଜ
ଛାଡି ପଳେଇ ପାରିଥାଆନ୍ତେ)