ବାଲିମେଳାରେ ଅନୁଷ୍ଠିତ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର
ମାଲକାନଗିରି-=(ଦର୍ଶନ ସମୀକ୍ଷା)ମନୋଜ ଦେବ ପାଙ୍ଗି
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର।ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ନଗରପାଳ ପ୍ରଦୀପ କୁମାର ନାୟକ ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ଏହି ଶିବିରରେ ବାଲିମେଳା ଏନଏସି ଓ ଏହାର ଆଖ ପାଖ ଅଞ୍ଚଳର ପଞ୍ଚାୟତ ଭିନ୍ନକ୍ଷମ ମାନେ ଯୋଗ ଦେଇଥିଲେ।ମୋଟ ୯୫ଜଣ ପଞ୍ଜିକରଣ କରି ବିଭିନ୍ନ ଡାକ୍ତରଙ୍କ ପାଖରେ ଯାଞ୍ଚ କରାଇଥିଲେ।ଦୃଷ୍ଟି ବାଧିତ ୧୮ଜଣ, ଶ୍ରବଣ ବାଧିତ ୧୮ ଜଣ,ଅସ୍ତିଶଲ୍ୟ ୩୮ଜଣ, ମାନସିକ ବାଧିତ ୭ଜଣ ଏବଂ ଅନ୍ୟାନ ୧୪ଜଣଙ୍କର ଯାଞ୍ଚ ହୋଇଥିଲା।ଏହି ଶିବିରରେ ଡ଼ ଏମ ଏମ ଅବିଦ ହୁସନ ମାନସିକ ବିଶେଷଜ୍ଞ, ଡ଼ ପ୍ରଫୁଲ୍ଲ କୁମାର ବେହେରା ବିଶେଷଜ୍ଞ ମେଡ଼ିସିନ, ଡ଼ ଶିବାନନ୍ଦ ବୁଦ୍ଧ ଅସ୍ତିଶଲ୍ୟ ବିଶେଷଜ୍ଞ, ଡ଼ ନିରଞ୍ଜନ କର ବିଶେଷଜ୍ଞ ଦୃଷ୍ଟି ବାଧିତ,ଡ଼ ନିରଞ୍ଜନ ବେହେରା ବିଶେଷଜ୍ଞ ଶ୍ରବଣ ବାଧିତ ଯୋଗ ଦେଇଥିବା ବେଳେ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଜିଲ୍ଲା ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଆଦି ଯୋଗ ଦେଇଥିଲେ।ଏଥି ସହିତ ଜିଲ୍ଲା ଭିନ୍ନକ୍ଷମ ସଭାପତି ଜଗତ ଜନନୀ ପାତ୍ର ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ଆଶ୍ୱାସନା ଦେଉଥିବା ଦେଖିବାକୁ ମିଳିଥିଲା।ଅଙ୍ଗନବାଡ଼ି ଦିଦି ମାନେ ସହ ଏନଏସି କର୍ମଚାରୀ ମାନେ ମଧ୍ୟ କାର୍ଯ୍ୟକ୍ରମକୁ ଚଳାଇବାରେ ସହଯୋଗ କରିଥିଲେ।












Leave a Reply