ପୂର୍ବତନ ସରପଞ୍ଚଙ୍କ ଅକାଳ ବିୟୋଗ
କବିସୂର୍ଯ୍ୟନଗର,୮/୧୦: -=(ଦର୍ଶନ ସମୀକ୍ଷା)
ନିକଟସ୍ଥ ଗଙ୍ଗାପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନିରଞ୍ଜନ ଗୌଡ ସ୍ଥାନିୟ ଏକ ଘରୋଇ ହସ୍ପିଟାଲରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ସ୍ବର୍ଗତ ଗୌଡ ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ମଧ୍ଯରେ ବଡଆକୁଳ, ପିଠାପୁର, ନୂଆପଲ୍ଲୀ, ରଘୁନାଥପଲ୍ଲୀ ଓ ଗଙ୍ଗାପୁର ସାହି ରାସ୍ତାଘାଟ, କୋଠା, ଜଳସେଚନ ପରି କାର୍ଯ୍ଯ କରି ଲୋକମାନସରେ ନିଜର ସ୍ବତନ୍ତ୍ର ସ୍ଥାନ ରଖିପାରିଥିଲେ। ସେହିପରି ବଡଆଗୁଳ ଠାରେ ବ୍ରାହ୍ମଣ ଦେବୀ ମନ୍ଦିର ନିର୍ମାଣ ସହ ପ୍ରତିଷ୍ଠା ଓ ପକ୍କାରାସ୍ତା, ସ୍ମଶାନ ଓ ହାଇସ୍କୁଲ ପକ୍କାରାସ୍ତା, ବଡଆଗୁଳ ଜଳଭଣ୍ଡାର ପରି ଅନେକ ଉନ୍ନୟନ କାର୍ଯ୍ଯ କରି ଅଞ୍ଚଳରେ ସୁଖ୍ୟାତି ଅର୍ଜନ କରିଛନ୍ତି।
ତାଙ୍କ ମହାପ୍ରୟାଣ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ସଭାମୁଖ୍ୟ ନବୀନ କୁମାର ପଟ୍ଟନାୟକ ସ୍ଵର୍ଗତ ଗୌଡଙ୍କ କାର୍ଯ୍ଯ ଦକ୍ଷତାର ଉଚ୍ଚ ପ୍ରଶଂସା କରି ଅମର ଆତ୍ମାର ସଦଗତି ପ୍ରାର୍ଥନା କରିବା ସହ ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ପ୍ରଭୁ ଅମାପ ଧୈର୍ଯ୍ଯ ଓ ଶକ୍ତି ପ୍ରଦାନ କରିବା ପାଇ ପ୍ରାର୍ଥନା କରିଛନ୍ତି।
Leave a Reply