କନ୍ଧମାଳ : ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟ ରେ ପାଳିତ ହେଲା ଭଗବାନ ବିର୍ସାମୁଣ୍ଡା ଙ୍କ 151 ତମ ଜନ୍ମ ଜୟନ୍ତୀ ଏବଂ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ
କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ତ ଲମ୍ବାଗୁଡ୍ରି ସରକାରୀ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଂଶୀଧର ପହାନ ଙ୍କ ନେତୃତ୍ୱରେ ଭଗବାନ ବିର୍ସାମୁଣ୍ଡା ଙ୍କ 151 ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଦୁତିମେଣ୍ଡି ପଞ୍ଚାୟତ ର ନାୟକ ସରପଞ୍ଚ ସୁକାନ୍ତ କୁମାର ବେହେରା ଜିଗଦେଇଥିଲେ l
ସେହିପରି ସମ୍ନାନିତ ଅତିଥିଭାବେ ବିଦ୍ୟାଳୟ ର ସଭାପତି କାବୁଲା କହଁର, ପୂର୍ବତନ ୱାର୍ଡ଼ମେମ୍ବର ମଧୁସୂଦନ କହଁର, ପୂର୍ବତନ ସଭାପତି ଚତୃଭୁଜ ମଲିକ ଏଇ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ l ବିଦ୍ୟାଳୟ ରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଓ ପରିବେଶ ଉପରେ ଅନେକ ଜ୍ଞାନ ଦେବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ବା ଗୁରୁଜନ ଙ୍କ କଥା ମାନି ଆଦରଣୀୟ ଛାତ୍ର ଛାତ୍ରୀ ହେବା ପାଇଁ ଆପଣେଇ ନେବା ପାଇଁ ଉଦବୋଧନ ଦେଇଥିଲେ ଶ୍ରୀ ସୁକାନ୍ତ l କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଜରିଆରେ ଆୟୋଜିତ ହେଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯାହାଫଳରେ କି ବହୁ ମାତ୍ରା ରେ ଅଭିଭାବକ ଅଂଶ ଗ୍ରହଣ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ହେଇଥିବା ମନରଞ୍ଜନ କାର୍ଯ୍ୟକ୍ରମ ଟିକୁ ଉପଭୋଗ କରିଥିଲେ l
ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭଗବାନ ବିର୍ସାମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଯୋଗଦେଇ ସୁଚାରୁରୂପେ ତୁଲେଇ ବାପାଇଁ ସହଯୋଗ କରିଥିଲେ l ତା ସହିତ ବିଦ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ସିସିଏ, ମେଟ୍ରୋନ ଏବଂ ସମସ୍ତ କର୍ମଚାରୀ ଯୋଗଦେଇ ସହଯୋଗ କରିଥିଲେ l











