ପ୍ରତିପତ୍ତିଶାଳୀ ଲୋକଙ୍କ ଛତ୍ରଛାୟାତଳେ ବିଭିନ୍ନ ଅନୈତିକ ଘଟଣା ଘଟୁଛି । ଭଗବାନଙ୍କ ଆଶୀର୍ବାଦ ରହୁ ଓଡ଼ିଶାରେ ଭାଇଚାରା ଫେରିଆସୁ । ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇପାରୁଛି ଲାଗୁଛି ଯେ ଦୁର୍ବୃତ୍ତ ମାନଙ୍କର ଆଇନ ପ୍ରତି ଭୟ ନାହିଁ -ବିଜୟ ପଟନାୟକ ତତ୍କାଳୀନ ମୁଖ୍ୟ ଶାସନ ସଚିବ

Spread the love

ବ୍ରହ୍ମପୁର ଆଇନଜୀବୀ ତଥା ବିଜେପିର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କ ମୃତ୍ୟୁ ସମ୍ପର୍କରେ କହିବାକୁ ଯାଇ ନବ ଦାସଙ୍କ ହତ୍ୟା କଥା ମନେ ପକାଇଲେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।
ରାଜ୍ୟର ଆଇନ ଶୃଙ୍ଖଳାରେ ସୁଧାର ଆଣିବାକୁ ପ୍ରଶାସନକୁ ଦେଲେ ପରାମର୍ଶ ।
ତେବେ ପ୍ରତିପତ୍ତିଶାଳୀ ଲୋକଙ୍କ ଛତ୍ରଛାୟାତଳେ ବିଭିନ୍ନ ଅନୈତିକ ଘଟଣା ଘଟୁଛି । ଭଗବାନଙ୍କ ଆଶୀର୍ବାଦ ରହୁ ଓଡ଼ିଶାରେ ଭାଇଚାରା ଫେରିଆସୁ । ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇପାରୁଛି ଲାଗୁଛି ଯେ ଦୁର୍ବୃତ୍ତ ମାନଙ୍କର ଆଇନ ପ୍ରତି ଭୟ ନାହିଁ । ସେମାନେ ଜେଲ ଯାଇ ଫେରିଆସିବା ପରେ ଯଥା ପୂର୍ବଂ ତଥା ପରଂ ଭଳି ଆଚରଣ ଦେଖାଉଛନ୍ତି । ଏଥିପାଇଁ ସବୁ ଦଳକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କୌଣସି ଦଳ ଦୁର୍ବୃତ୍ତ ମାନଙ୍କୁ ସ୍ଥାନ ଦିଅନ୍ତୁ ନାହିଁ । ରାଜନୈତିକ ବ୍ୟକ୍ତିମାନେ ଘଣ୍ଟ ଘୋଡାଉଥିବା କାରଣରୁ ଏଭଳି ଘଟଣା ଘଟୁଛି । ରାଜନୈତିକ ବ୍ୟକ୍ତି କିମ୍ବା ଶାସନରେ ଥିବା ଲୋକଙ୍କ ପୃଷ୍ଠପୋଷକତା ବିନା ଏସବୁ ଘଟଣା ଘଟିବା ସମ୍ଭବ ନୁହେଁ । ଏହି ଘଟଣାକୁ ସମାପ୍ତ କରିବାକୁ ହେଲେ ସବୁ ଦଳକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ । ସବୁ ଦଳ ଏଥିରୁ ଖ୍ୟାନ୍ତ ରୁହନ୍ତୁ ଏବଂ ଏଭଳି ଦୁର୍ବୃତ୍ତ ତଥା କ୍ରିମିନାଲ ମାନଙ୍କୁ ଘଣ୍ଟ ଘୋଡାନ୍ତୁ ନାହିଁ ତେବେ ଯାଇ କ୍ରାଇମ କମିବ । ଅନ୍ୟପକ୍ଷରେ ଚାକିରୀ ସ୍କାମ ଏକ ଅର୍ଗାନାଇଜଡ଼ କ୍ରାଇମ ବୋଲି ସେ କହିବା ସାଙ୍ଗକୁ କହିଛନ୍ତି ସରକାରୀ ସହାୟତା ନମିଳିଲେ ଏଭଳି ରାକେଟ ଚାଲିବ ନାହିଁ । କ୍ରାଇମବ୍ରାଞ୍ଚ ଏହି ଘଟଣାର ସଠିକ ଅନୁସନ୍ଧାନ କରିବା ଆବଶ୍ୟକ । ଏ ପରୀକ୍ଷା ଦୁର୍ନୀତି ଦୀର୍ଘ ଦଶବର୍ଷ ହେଲା ହୋଇଚାଲିଛି । ପ୍ରଭାବଶାଳୀ ଲୋକଙ୍କ ଛତ୍ରଛାୟା ତଳେ ରହି ଏଭଳି ସ୍କାମ କରିବା ସାହସ ପାଉଛନ୍ତି । କଟକରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ପ୍ରସଙ୍ଗରେ କହିଛନ୍ତି ଶାନ୍ତି ଫେରାଇ ଆଣିବାକୁ ଲୋକମାନେ ଚିନ୍ତା କରିବା ଦରକାର । ଭାରତୀୟ ମାନଙ୍କୁ ଭାଗଭାଗ କରି ବିଦେଶୀ ଶକ୍ତି ଆମକୁ ଶାସନ କରି ଆସିଛନ୍ତି ତେଣୁ ସମସ୍ତେ ଆମର ବନ୍ଧୁ ବୋଲି ଭାବିବା ଆବଶ୍ୟକ କାରଣ ଆମର ଶାସ୍ତ୍ର କହିଛନ୍ତି ସମଗ୍ର ବସୁଧା ଗୋଟିଏ କୁଟୁମ୍ବ ।

Leave a Reply

Your email address will not be published. Required fields are marked *