ମୟୁର ଅନୁଷ୍ଠାନର ଦଶମ ସପ୍ତଶଯ୍ୟା ମହୋତ୍ସବ ଓ ୨୫ତମ ବାର୍ଷିକ ଉତ୍ସବ
ଢେଙ୍କାନାଳ,୬ା୧୦: -=(ଦର୍ଶନ ସମୀକ୍ଷା) ଦୁଇଦିନ ବ୍ୟାପୀ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଢେଙ୍କାନାଳର ଜଣାଶୁଣା ମୟୁର ଏକାଡେମୀ ଅଫ୍ ମୁ୍ୟଜିକ୍ ଓ ନୃତ୍ୟ ଅନୁଷ୍ଠାନ ତା’ର ୨୫ତମ ବାର୍ଷିକ ଉତ୍ସବ ତଥା ୧୦ମ ସପ୍ତଶଯ୍ୟା ମହୋତ୍ସବ ମହାସମାରୋହରେ ପାଳନ କରିଛି । ଦୁଇଦିନ ବ୍ୟାପୀ ଉତ୍ସବରେ ଢେଙ୍କାନାଳ ମାଟିର ବରିଷ୍ଠ ନାଟ୍ୟକାର, ଚିତ୍ରଶିଳ୍ପୀ ତଥା ଅନୁଷ୍ଠାନର ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ପ୍ରଥମ ଦିବସରେ ପୌରାଂଚଳର ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସହରରେ ଥିବା ସମସ୍ତ ରେଜିଷ୍ଟ୍ରିଭୁକ୍ତ ସାଂସ୍କୃତି ଅନୁଷ୍ଠାନମାନଙ୍କୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ଯୋଗଇଦେବା ପାଇଁ ଅନୁଷ୍ଠାନମାନେ ଚେଷ୍ଟିତ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଉକ୍ରଳ ଆଜବେଷ୍ଟସ୍ର ଇଲେକ୍ଟ୍ରିକାଲ୍ ମ୍ୟାନେଜର ବିଜୟ କୁମାର ବିଶ୍ୱାଳ, ଦଳିତ ମହାସଂଘର ସଭାପତି ପ୍ରହଲ୍ଲାଦ ନାୟକ ଅନୁଷ୍ଠାନର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କଳିଙ୍ଗ ଟିଭିର ପ୍ରତିନିଧି ତଥା ମାଇକ୍ରୋମିଡିଆ ଅନୁଷ୍ଠାନର ନିଦେ୍ର୍ଦଶକ ଅଥୟ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ମୟୁର ସହ ଅନେକ ଆଗରୁ ସୁସଂପର୍କ ଥିଲା, ଆଗକୁ ଏହିପରି ରହିବ ବୋଲି କହିଥିଲେ । ଏହି ଅବସରରେ ପିଲାମାନଙ୍କୁ ଟ୍ରଫି, ପ୍ରମାଣପତ୍ର ବଂଟନ କରାଯାଇଥିଲା । ଦ୍ୱିତୀୟ ଦିବସ ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦାନ କରି ଅନୁଷ୍ଠାନର କର୍ମକର୍ତାମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା କିପରି ସଫଳ ହୋଇପାରିବ ବୋଲି ମତବ୍ୟକ୍ତି କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ନଗରପାଳ ସୁନିଲ୍ କୁମାର ଶର୍ମା ଅତିଥି ଭାବେ ନୁହେଁ ପରିବାରର ସଦସ୍ୟ ଭାବରେ ନିଜକୁ ମୟୁର ସହିତ ବହୁ ବର୍ଷରୁ ଜଡିତ କରି ରଖିଛନ୍ତି ବୋଲି କହିଥିଲେ । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ଢେଙ୍କାନାଳର ବରିଷ୍ଠ ନୃତ୍ୟ ଦଳ ଅଭିନୟ ଡ୍ୟାନ୍ସ ଏକାଡେମୀ, ରିଙ୍କିଲ୍ସ ଡ୍ୟାନ୍ସ ଗ୍ରୁପ୍, ନୀତା ନୃତ୍ୟାଙ୍ଗନା, ନୃତ୍ୟାଙ୍ଗନା, ସାଧନା ନୃତ୍ୟ ସଂଗୀତ ବିଦ୍ୟାଳୟ, ଅନୁଷ୍ଠାନ ସହ ତାଙ୍କର ଗୁରୁମାନଙ୍କୁ ତଥା ଭୁବନେଶ୍ୱରୁ ଆସିଥିବା ନୂପୁର୍ ଅନୁଷ୍ଠାନର ଗୁରୁ ନିରଞ୍ଜନ ରାଉତଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁ ଅକ୍ଷୟ କୁମାର ନାୟକଙ୍କ ତତ୍ୱାବଧାନରେ ଦୁଇଦିନ ସଂଧ୍ୟା ସମୟରେ ଭଜନ ପରିବେଷଣ କରାଯାଇଥିଲା । ଦ୍ୱିଦିବସୀୟ କାର୍ଯ୍ୟକ୍ରମକୁ ଚନ୍ଦନ କୁମାର ନାୟକ ସଂଯୋଜନା କରିଥିଲେ । ଏଥିସହ ତାଙ୍କର ଏହି ସ୍ନେହ ସମ୍ଭାଷଣ ପାଇଁ ଦର୍ଶକମାନଙ୍କର ପ୍ରଶଂସା ଭାଜନ ହୋଇଥିଲେ । ଦୁଇଦିନଯାକ ଅନୁଷ୍ଠାନ ସଂପାଦକ ଭାବେ ବନମାଳୀ ମଲ୍ଲିକ ଅନୁଷ୍ଠାନ ବିଷୟରେ ଅବଗତ କରାଇଥିଲେ । ଅନୁଷ୍ଠାନର ସଭ୍ୟମାନଙ୍କ ଭିତରେ ସୁକାନ୍ତ କୁମାର ମଲ୍ଲିକ, ନୃସିଂହ ଚରଣ ସ୍ୱାଇଁ, ପ୍ରସନ୍ନ ବିଶ୍ୱାଳ, ରଶ୍ମିତା ସାହୁ, ସବିତା ମହଁନ୍ତ ପ୍ରଭୃତି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥବାବେଳେ ଅନୁଷ୍ଠାନର ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦେଇଥିବା ଗୁରୁ କାବେରୀ ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ପିଲାମାନେ ସୁନ୍ଦର ନୃତ୍ୟ ପରିବେଷଣ କରିବା ସହ ଭୁବନେଶ୍ୱରର ନୂପୁର୍ ଅନୁଷ୍ଠାନର ପିଲାମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ସମାଜସେବୀ ତଥା ଜିଲ୍ଲାପରିଷଦ ସଭ୍ୟା ଆଡଭୋକେଟ୍ ମମତାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ
ଢେଙ୍କାନାଳ,୬ା୧୦: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଲାଉଲଇ ସ୍ଥିତ “ପ୍ରିୟ’ ଫିଜିଓଥେରାପି ସେଂଟର ଠାରେ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ “ପ୍ରିୟ’ ର ନିଦେ୍ର୍ଦଶକ ଟଙ୍କଧର ବାରିକ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ । ଫିଜିଓଥେରାପିଷ୍ଟ ନିବେଦିତା ନାୟକ, ସାହିଲ ଆଫ୍ରିଡ, ସତ୍ୟପ୍ରକାଶ ନାୟକ ଯୋଗଦେଇଥିଲେ । ଉଚ୍ଚ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଥେରାପି ଅଭ୍ୟାସ ବଜାୟ ରଖିବାକୁ ନିବେଦିତା ନାୟକ ଅଭିଭାବକ ମାନଙ୍କୁ ବୁଝାଇ କହିଥିଲେ । ଶିଶୁ ମାନଙ୍କର ସଠିକ୍ ଯନô ନେବା, ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ଫିଜିଓଥେରାପିଷ୍ଟ ସାହିଲ୍ ଆଫ୍ରିଦ୍ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ । ଡ଼ା. ହରିହର ଦାସଙ୍କ ଦ୍ୱାରା ସମସ୍ତ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରୋଟିନ, ବିସ୍କୁଟ ଓ ଔଷଧ ବଂଟନ କରାଯାଇଥିଲା । ଉକ୍ତ କାର୍ଯକ୍ରମ ଟିକୁ “ପ୍ରିୟ’ର ସମସ୍ତ କର୍ମକର୍ତା ତଥା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, ସ୍ୱାଗତିକା ରାଉତ, ଲକ୍ଷ୍ମୀପ୍ରିୟା ନାୟକ, ରବୀନ୍ଦ୍ର କୁମାର ସାମଲ, ବୈକୁଣ୍ଠ ନାଥ ପାତ୍ର, ପର୍ଶୁରାମ ଦାସ, ପ୍ରକାଶ ସାମଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ ।
ଢେଙ୍କାନାଳ //ଦୁଇଦିନ ବ୍ୟାପୀ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ଢେଙ୍କାନାଳର ଜଣାଶୁଣା ମୟୁର ଏକାଡେମୀ ଅଫ୍ ମୁ୍ୟଜିକ୍ ଓ ନୃତ୍ୟ ଅନୁଷ୍ଠାନ ତା’ର ୨୫ତମ ବାର୍ଷିକ ଉତ୍ସବ ତଥା ୧୦ମ ସପ୍ତଶଯ୍ୟା ମହୋତ୍ସବ ମହାସମାରୋହରେ ପାଳନ କରିଛି

Leave a Reply