ଆଜିର କାହାଣୀ ବି ସମ୍ପୂର୍ଣ ସତ୍ୟ ଘଟଣା ଘଟିଥିଲା ବିହାର ର ଭଙ୍ଗା ଥାନା ଏରିଆ ରେ,, କିପରି ଏକ ନକଲି ଥାନା ଚାଲୁଥିଲା, ସବୁଠୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ୟେ ନକଲି ଥାନାଟି ଅସଲି ଥାନା ଠାରୁ ମାତ୍ର 500 ମିଟର ଭିତରେ, କିନ୍ତୁ କେହି ଜାଣିପାରୁନଥିଲେ କେମିତି??, ଆଗରୁ ଅନେକ ନକଲି ପୋଲିସ ବିଭିନ୍ନ ଜାଗାରେ ଧରା ପଡ଼ିଥିବା ଦେଖିବାକୁ ମିଳିଛି, କିନ୍ତୁ ପୁରା ଥାନାଟି ନକଲି,, ଯେମିତି ଥାନା ଭିତରେ ଟେବୁଲ ଚେୟାର, IIC ରୁମ, ବନ୍ଧୁକ ସହିତ ଥାନା କାନ୍ଥରେ ମହାପୁରୁଷ ମାନଙ୍କ ଫୋଟୋ ଦେଖିବାକୁ ମିଳିଥିଲା, ଥାନା ଗାଡି ବି ଅବିକଳ ପୋଲିସ ଗାଡି, ଯେତେବେଳେ ନୂଆ IIC ଜଣେ ବଦଳି ହେଇ ଆସିଲେ କିଛି ସ୍ଥାନୀୟ ଲୋକ ଗଲେ ସାର ଙ୍କୁ ଶୁଭେଚ୍ଛା ଜଣେଇବାକୁ, ସବୁ ଠିକ ଠାକ ଚାଲିଲା, ଅପରାଧୀ ବି ଧରା ପଡିଲେ, କିନ୍ତୁ ସେ ଅପରାଧୀ ମାନଂକୁ କୋଉ ଜେଲରେ ରଖାଗଲା କେହି ଜାଣିପାରିଲେନାହିଁ,, କିଛି ସ୍ଥାନୀୟ ଅପରାଧୀ ବି ଫେରାର ହେଇଗଲେ କାରଣ ଥାନାର ପାଞ୍ଚ ଜଣ ଷ୍ଟାଫ ପୁରା ସଚୋଟ,, ଅପରାଧୀ ଭୟ କରିବାଟା ସ୍ୱଭାବିକ, ଘଟଣା ଟି ଜଣାପଡିଲା ସେତେବେଳେ ଯେତେବେଳେ ଥାନା IIC ମ୍ୟାଡ଼ାମ ମାର୍କେଟ ରେ ଚାଲାଣ କାଟିଲେ,, ଅସଲି ପୋଲିସ ଙ୍କୁ ଖବର ମିଳିଲା ଏମିତିକା ତ କେହି ଅଫିସର ନାହାନ୍ତି,, ସମସ୍ତ ନକଲି ଥାନା ଷ୍ଟାଫ ଗିରଫ ହେଲେ, ସାମ୍ବାଦିକ ମାନେ ଯେତେବେଳେ IIC ମ୍ୟାଡ଼ାମ ଙ୍କୁ ପ୍ରଶ୍ନ ପଚାରିଲେ, ମ୍ୟାଡ଼ାମ କହିଲେ ଆମକୁ ଝାରଖଣ୍ଡ CM ହେମନ୍ତ ସୋରେନ କହିଥିଲେ ଏଠାରେ ରହି ସ୍ଥାନୀୟ ଅପରାଧୀ ମାନଂକୁ ସାବଡ଼ କରିବାକୁ,, ଯାହାହେଉ ନକଲି ଥାନା ଟି ସବୁଦିନ ପାଇଁ ବନ୍ଦ କରାଗଲା, ଥାନାଟି ଜଣେ ପ୍ରଭାବଶାଳୀ ବ୍ୟକ୍ତି ଙ୍କ “ଅନୁରାଗ ଗେଷ୍ଟ ହାଉସ” ରେ ଚାଲୁଥିଲା,, ସେହିପରି ଆମ ରାଜ୍ୟରେ ବି ଏକ ଅଜବ ଘଟଣା ଘଟିଥିଲା ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନ ଏଆରଫିଲଡ ଥାନାରେ ଦୁଇ ଦୁଇ ଟି IIC ପୋଷ୍ଟିଙ୍ଗ ହେଇଛନ୍ତି, ଜଣେ ଥିଲେ ନକଲି, ନାଁ ରଞ୍ଜନ ଭୂଇଁଆ, ସେମିତି ଡ୍ରେସ ପିନ୍ଧି ଥାନା ଠାରୁ ଅଳ୍ପ ଦୂରରେ ଚଳେଇ ଥିଲେ ନିଜ ଘରେ ଆଉ ଏକ ନକଲି ଥାନା,, ଗୋଟିଏ କେଶରେ ଜଣେ ଅଭିଯୁକ୍ତ ଙ୍କ ଭାଇକୁ ଡାକି ଧମକେଇଲେ,, ତାଙ୍କୁ ବି ଅସଲି ଥାନା ବାବୁ ଆସି ଗିରଫ କଲେ,,