କନ୍ଧମାଳ : ରାଇକିଆ ରେ 16 ଦିନିଆଁ ମହିଳା ହିଂସା ବିରୋଧରେ 4 ଦିନର ସଚେତନତା ଅଭିଯାନ..
କନ୍ଧମାଳ :କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ରାଇକିଆ ବ୍ଲକ୍ ରେ ମହିଳା ଓ ବାଳିକାଙ୍କ ପ୍ରତି ଲିଙ୍ଗଭିତ୍ତିକ ହିଂସା ନିରାକରଣ ନିମନ୍ତେ ଚାଲିଥିବା ୧୬ ଦିନିଆ ସଚେତନତା ଅଭିଯାନ ଚତୁର୍ଥ ଦିବସରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍ ଅନ୍ତର୍ଗତ ବାଡ଼ାମାହା ଗ୍ରାମରେ “ନ୍ୟାୟର ଆରମ୍ଭ ଘରେ – ଘରେ ହିଂସାକୁ ନା” ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ରାଇକିଆ ସିଡିପିଓ ଶ୍ରୀମତୀ ସଞ୍ଜୁକ୍ତା ମହାପାତ୍ର, ଜିଲ୍ଲା ସଂଯୋଜକ (DHEW) ଶ୍ରୀ ଦୀପକ କୁମାର ସାହୁ, DHEW କର୍ମଚାରୀ, ସୁନିତା ପ୍ରଧାନ ସେଣ୍ଟର୍ ଆଡ଼ମିନିଷ୍ଟେଟର୍ ସ୍ପେସାଲିଷ୍ଟ କନ୍ଧମାଳ ଯୋଗଦେଇଥିଲେ l

ସେହିପରି ଏହି କାର୍ଯ୍ୟକ୍ରମ ରେ ରାଇକିଆ ICDS ଲେଡି ସୁପରଭାଇଜର, ସୁଭଦ୍ରା ହେଲ୍ପଡେସ୍କ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ କିଶୋରୀ ବାଳିକାମାନେ ଯୋଗଦାନ କରିଥିଲେ l ଏହି ଅଭିଯାନ ଟି ଘରକୁ ଘର ଯାଇ ସଚେତନତା ସୃଷ୍ଟି କରିବା ସହିତ IEC ସାମଗ୍ରୀ ବଣ୍ଟନ କରାଯାଇଥିଲା l ଏଥିରେ ଲିଙ୍ଗଗତ ସମାନତା, ପାରସ୍ପରିକ ସମ୍ମାନ, ଘରୋଇ ହିଂସାର ନିରାକରଣ ଏବଂ ଉପଲବ୍ଧ ସହାୟତା ସେବା ସମ୍ପର୍କରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ହିଂସାମୁକ୍ତ ପରିବାର ଓ ସୁରକ୍ଷିତ ସମାଜ ଗଠନ କରିବା l











