ଢ଼େଙ୍କାନାଳ ଜିଲା ନନ୍ ଗେଜେଟେଟ୍ ଆସୋସେସନ ର ସଭାପତି ଓ ସମ୍ପାଦକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ 87 ବର୍ଷ ବୟସ ରେ ପରଲୋକ

Spread the love

ଢ଼େଙ୍କାନାଳ ଜିଲା ନନ୍ ଗେଜେଟେଟ୍ ଆସୋସେସନ ର ସଭାପତି ଓ ସମ୍ପାଦକ ପଣ୍ଡିତ ରମାକାନ୍ତ ମିଶ୍ରଙ୍କ 87 ବର୍ଷ ବୟସ ରେ ପରଲୋକ

ଭୁବନେଶ୍ୱର: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଆଜି ସକାଳ ଛ ଘଟିକା ସମୟରେ ଢ଼େଙ୍କାନାଳଟାଉନ୍ ମୁକ୍ତାଦେଇପୂର୍ ଶାସନ ନିବାସୀ ବରିଷ୍ଟ ନାଗରିକ ସୁଲେଖକ କବି। ପଣ୍ଡିତ ରମାକାନ୍ତ ମିଶ୍ରଙ୍କ 87 ବର୍ଷ ବୟସ ରେ ଭୁବନେଶ୍ୱର ଠାରେ ସାନ ପୁଅ ବାସଭବନରେ ପରୋଲୋକ ଘଟିଛି l

ମର ଶରୀର ମୁକ୍ତଦେଇପୂର୍ ଶାସନ ବାସଭବନରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ର ସମ୍ପାଦକ ଟଙ୍କଧର ବେହେରା ପୂର୍ବତନ ସଭାପତି ସିବସାଇ ମହାପାତ୍ର କଂଗ୍ରେସ ନେତା ସମରେନ୍ଦ୍ର ନନ୍ଦ ସୁନୀଲ ଦାସ ପ୍ରେମ ଶଙ୍କର ମିଶ୍ର ବରିଷ୍ଟ ଆଡଭୋକେଟ୍। ଦିପ୍ତିସ ପଟ୍ଟନାୟକ ବରିଷ୍ଟ ନାଗରିକ ସଭାପତି ପ୍ରହ୍ଲାଦ ତ୍ରିପାଠ ମୁକ୍ତlଦେଇପୁର ମହାଜନ ମହାସଭା ସଭାପତି ଶଶିମଉଳି ରଥ ଜିଲା ବିଜେଡ଼ି ଉପ ସଭାପତି ଦେବାଶିଷ ମିଶ୍ର ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ଓ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ସ୍ୱର୍ଗତ ମିଶ୍ର ରାଜ୍ୟ ତଥା ଢ଼େଙ୍କାନାଳ ଜିଲା ନନ୍ ଗେଜେଟେଟ୍ ଆସୋସେସନ ର ସଭାପତି ଓ ସମ୍ପାଦକ ଦାୟିତ୍ଵ ତୁଲାଇ ଥିଲେ l ଜିଲ୍ଲା ବରିଷ୍ଟ ନାଗରିକର ମଞ୍ଚ ର ସଭାପତି ତଥା ଫାଉଣ୍ଡର ରହିଥିଲେ l ରାଜ୍ୟ ରେ ors ପଦବୀ ସୃଷ୍ଟି କରାଯିବାରେ ତାଙ୍କ ଅବଦାନ ଅତୁଳନୀୟ l ତାଙ୍କ ବିୟୋଗରେ ଢ଼େଙ୍କାନାଳ ରେ ଶୋକର ଛାୟା ଖେଳିଯାଇଛି l ବରିଷ୍ଟ ସମାଜସେବୀ ଗଙ୍ଗାଧର ସାମଲ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ବିଜେଡି ରlଷ୍ଟିୟ ପ୍ରବକ୍ତା ଡାକ୍ତର ଅବିନାଶ ସାମଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ ମିଶ୍ର ଙ୍କ ବିୟୋଗ ରେ ଢ଼େଙ୍କାନାଳ ଜିଲ୍ଲାର ଅପୂରଣୀୟ କ୍ଷତି ଘଟିଲା ସେ ଜଣେ ସମାଜସେବୀ ପରୋଉପକରୀ ଧର୍ମ ପରାୟଣ ବ୍ୟକ୍ତି ଥିଲେ l ତାଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି l ସ୍ଥାନୀୟ ସୁଆଗି ଠାରେ ସ୍ୱର୍ଗତ ମିଶ୍ର ଙ୍କ ଶେଷକାର୍ଯ୍ୟ ସମ୍ପନ ହୋଇଛି l ବଡ଼ ପୁଅ ପ୍ରମୋଦ ମିଶ୍ର ମୁଖlଗ୍ଣି ଦେଇଥିଲେ ସାନପୁଅ ଆଡଭୋକେଟ୍ ଭୁବନମୋହନ ମିଶ୍ର ଝିଅ ଜ୍ୱାଇଁ ନତି ନାତୁଣୀ ଓ ମୁକ୍ତଦେଇପୁର୍ ସlସ୍କୃତିକ ଅନୁଷ୍ଠାନ ର ସଭାପତି ସମ୍ପାଦକ ଓ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l