Spread the love

କନ୍ଧମାଳ : ମହିଳା ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନ..

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା ଫୁଲବାଣୀ ସଦର ମହୁକୁମା ରେ ମହିଳା ଏବଂ ବାଳିକାଙ୍କ ପ୍ରତି ହିଂସା ରୋକିବା ସହ ସେମାନଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ୧୬ ଦିନିଆ ସଚେତନତା ଅଭିଯାନ ଆରମ୍ଭ ହେଇଯାଇଛି l ଏହି ଅବସରରେ ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହେଇଥିଲା l ଏହି କାର୍ଯ୍ୟକ୍ରମ ଟିକୁ ନୂତନ ଭାବେ କନ୍ଧମାଳ ଜିଲ୍ଲା ରେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବିନୋଦ କୁମାର ସେନାପତି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପି. ପଦ୍ମା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଏଲ ନାଇକ, ମିଶନ ଶକ୍ତି ଡିପିସି ରାମ ତାଣ୍ଡି, ଜେନେରାଲ ଟ୍ରେନିଂ ଅଫିସର୍ ପ୍ରଭାକର ଦିଗାଲ, ପ୍ରୋଗ୍ରାମ ଅଫିସର ଇନ୍ଦିରା ମହାପାତ୍ର, ପ୍ରୋଟେକ୍ସନ ଅଫିସର ସୁଶୀଳା ସବର, ଡିଏଚ୍‌ଇଡବ୍ଲ୍ୟୁ ଜିଲ୍ଲା ସମନ୍ୱୟକ ଦୀପକ କୁମାର ସାହୁ, ମିଶନ ଶକ୍ତି ସିଡିଏମ୍‌ଓ ଡା. ଆଶୁତୋଷ ଓ ଟାଉନ ଥାନା ସବ୍‌ଇନ୍ସପେକ୍ଟର ଅଜିତ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ l ଏହି ସଚେତନତା ରାଲିରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଏସ୍‌.ଏମ୍‌. ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ୱାନ୍‌ ଷ୍ଟପ୍‌ ସେଣ୍ଟର, ଡିଏଚ୍‌ଇଡବ୍ଲ୍ୟୁ, ଜେନେରାଲ ସେଲ୍ ଡିସି ଲଷ୍ମୀପ୍ରିୟା ସାହୁ, ଆଇ ଆର୍ ବି କର୍ମଚାରୀ, ଶକ୍ତି ସଦନର କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହେଇଥିଲେ l ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସେମାନେ ମହିଳା ହିଂସା ବିରୋଧରେ ସଚେତନତାର ବାର୍ତ୍ତା ଦେଇଥିଲେ l ‘ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ ପ୍ରାପ୍ତିର ଅଧିକାର’ ବିଷୟବସ୍ତୁକୁ ନେଇ ନଭେମ୍ବର ୨୫ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ l ଏହି ସମୟରେ ଘରୋଇ ହିଂସା, ଯୌନ ଉତ୍ପୀଡ଼ନ, ସାଇବର ଅପରାଧ, ବାଲ୍ୟବିବାହ ଓ ଯୌତୁକ ପ୍ରଥା ବିରୋଧରେ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହେବା ସହ ମହିଳାଙ୍କ ଆଇନଗତ ଅଧିକାର ଓ ହେଲ୍ପଲାଇନ୍‌ ୧୮୧ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l ଏହି କାର୍ଯ୍ୟକ୍ରମ ଟି କୁ ସୂଚାରୁରୂପେ ତୁଲେଇବା ପାଇଁ ଡି ଏସ୍ ଡବ୍ଲ୍ୟୁ କାର୍ଯ୍ୟାଳ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l