Spread the love

୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬

କୋଟାକ ମହିନ୍ଦ୍ରାକୁ ହରାଇଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ

ଭୁବନେଶ୍ୱର-ତା.୨୪.୧୧.୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଓଡ଼ିଶା ସଚିବାଳୟ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜିତ ୨୨ତମ ସଚିବାଳୟ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ-୨୦୨୬ର ଲିଗ୍‌ ମ୍ୟାଚ୍‌ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦଳ କୋଟାକ ମହିନ୍ଦ୍ରାକୁ ହରାଇ ବିଜୟୀ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୪ ୱିକେଟ୍‌ ହରାଇ ୧୨୪ ରନ୍‌ କରିଥିବାବେଳେ କୋଟାକ୍‌ ମହିନ୍ଦ୍ରା ଦଳ ୬ ୱିକେଟ୍‌ ହରାଇ ୧୨୩ ରନ୍‌ କରିବାକୁ ସମର୍ଥ ହୋଇଥିଲା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିୟାମତୁଲା ଶେଖ୍‌ ୩୧ ରନ୍‌, ପ୍ରଭାଶ ୨୭ ରନ୍‌ ଓ ଶୁଭ୍ର ସୌରଭ୍‌ ୨୫ ରନ୍‌ କରିଥିଲେ । କୋଟାକ୍‌ ମହିନ୍ଦ୍ରା ପକ୍ଷରୁ ଜ୍ୟୋତି ପ୍ରକାଶ ସ୍ୱାଇଁ ୪ ଓଭରରେ ୨୯ ରନ୍‌ ଦେଇ ୨ ୱିକେଟ୍‌ ପାଇଥିଲେ । ସେହିପରି କୋଟାକ୍‌ ମହିନ୍ଦ୍ରା ପକ୍ଷରୁ ସୁଧୀର ନନ୍ଦ ୪୨, ସୌମ୍ୟ ରଞ୍ଜନ ବିଶ୍ୱାଳ ୨୭ ରନ୍‌ କରିଥିବାବେଳେ ରିଜର୍ଭ ବ୍ୟାଙ୍କର ପ୍ରବେଶ ୪ ଓଭରରେ ୨୮ ରନ୍‌ ଦେଇ ଗୋଟିଏ ୱିକେଟ୍‌ ପାଇଥିଲେ । ଆଜି ଖେଳରେ ପ୍ରଭାଶ କୁମାର ସାହୁଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ଡେଲଏଟ୍‌କୁ ହରାଇ ଜ୍ୟୋତି ଗ୍ରୁପ୍‌ ଦଳ ବିଜୟୀ ହୋଇଛି । ଦିବ୍ୟ ପଣ୍ଡାଙ୍କ ୨୦୧ ରନ୍‌ ଏବଂ ସନ୍ଦିପ୍‌ ସେଠୀଙ୍କ ୩୩ ରନ୍‌ ବଳରେ ଜ୍ୟୋତି ଗ୍ରୁପ୍‌ ୨୭୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପରେ ବ୍ୟାଟିଂ କରିବାକୁ ଆସି ଡେଲଏଟ୍‌ ୯ ୱିକେଟ୍‌ ବିନିମୟରେ ୧୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଜ୍ୟୋତି ଗ୍ରୁପ୍‌ର ଦିବ୍ୟ ପଣ୍ଡାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା ।