ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା
“ପିଲାଙ୍କ ଅକ୍ଷୟ ସମ୍ମାନ”
ଶିଶୁ କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ଯ୍ୟଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୬
ଭୁବନେଶ୍ବର, ୧୭/୧୧: ୩୭ତମ ପିକକ୍ ଶିଶୁମେଳାରେ ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କ ସହ ନିକଟରେ ଦେହାନ୍ତି ହୋଇଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ଗୀତା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଓଡ଼ିଆ ସଙ୍ଗୀତ ଜଗତର ଏହି ପ୍ରିୟ କଣ୍ଠଶିଳ୍ପୀମାନଙ୍କ ଅବିସ୍ମରଣୀୟ ଗୀତଗୁଡ଼ିକୁ ଯୁବ ପ୍ରତିଭାମାନେ ପରିବେଷଣ କରି ଏକ ଭାବପୂର୍ଣ୍ଣ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଗୀତଗୁଡିକ ମଧ୍ୟରେ ଥୁଲା ରେ ଆତ୍ମନ ନିଦ୍ରା ପରିହାରୀ……, ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ…., ମୁ କାଲେ ବଡ ହେଲିଣି…, ଚିଠି ମୋର ଟିକି ଚଢେଇ…., ମାଝିରେ ଶେଷ ଶ୍ରାବଣ….., ପୂଣ୍ୟର ନଦୀ ତୀରେ….., ମା ତୁମେ ଜଗତର ସହ ଭରସା, ମୟବିନି ବନ ଜୋଛନା…, ଏ ଜୀବନ ତ ଏକ ନାଟକ…, ହୃଦୟର ଏହି ଶୂନ୍ୟତାକୁ…, କେଉଁ ନାମ ଧରି.., ଭସା ମେଘା ମୁଁ ଯେ ଭାସି ଯାଏ ଦୂରେ… ଇତ୍ୟାଦି । କଣ୍ଠଶିଳ୍ପୀ ମାନେ ଥିଲେ ସୌମ୍ୟାଶ୍ରୀ ଆଚାର୍ଯ୍ୟ, ଦିବ୍ୟନ୍ଦୁ ମହାପାତ୍ର, ସିଦ୍ଧିପ୍ନା ବିନ୍ଧାଣି, ଦୀଶା ଦିବ୍ୟାହ୍ମୀ ସାହୁ, ଗାର୍ଗୀ ପ୍ରିୟଦର୍ଶିନୀ, ଜିଜ୍ଞାସା ନାଥ, ସାଇ ସୁଧା, ଦିବ୍ୟାହ୍ମୀ ରାଉତ, ଶ୍ରୀମାଂସିଶ ମହାରଣା, କୀର୍ତି ଚନ୍ଦ୍ର ସ୍ବାଇଁ, ଆରୁଷ କର ଓ ସାୟାଂଶ ସୁମନ ସାହୁ । ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ବାଦ୍ୟଜନ୍ମରେ ସହଯୋଗ କରିଥିଲେ ଶ୍ରୀ ଶରତ କୁମାର ପାଣି, ଆଲୋକ ପୃଷ୍ଟି, ଦେବାଶିଷ କର ଓ ଏମ ସୀମାଦ୍ରି । ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ
ମାନଙ୍କୁ ମଧ୍ୟ ଆଜି ପୁରସ୍କୃତ କରଯାଇଥିଲା । ଶିଶୁ କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ଯ୍ୟଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୬” ରେ ପୁରସ୍କୃତ କରଯାଇଥିଲା ।
ଏହି ଅବସରରେ ରାଜ୍ୟ ମହିଳା ଆୟୋଗର ଅଧ୍ଯକ୍ଷା ଶୋଭନା ମହାନ୍ତି, ବିଶିଷ୍ଟ କଣ୍ଠର୍ଶିଳ୍ପୀ ଶ୍ରୀଯୁକ୍ତ ଲକ୍ଷ୍ମୀକାନୁ ପାଳିତ ଓ ଶ୍ରୀମତୀ ବନ୍ଦିତା ଦାସ, ଖୋର୍ଦ୍ଧା ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ହିଆଲ ଏବଂ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ବର ୟୁନିକ୍ର ସଦସ୍ୟା ରୋଟାରିଆନ୍ ଆର୍ଯ୍ୟା ପାଣିଗ୍ରାହୀ, ସମାଜସେବୀ ରୁବି ରାଉତ ପ୍ରମୁଖ ଯୋଗଦେଇ ପିକକ୍ ର ଏହି ଉଦ୍ୟମକୁ ପ୍ରଶଂସା କରି ସ୍ବର୍ଗତ ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ ଓ ଗୀତା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହିଳା ଆୟୋଗର ଅଧ୍ଯକ୍ଷା ଶ୍ରୀମତୀ ମହାନ୍ତି କହିଲେ ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ସେମାନଙ୍କୁ ପଢିବା ସହିତ ଅନ୍ୟାନ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେବାପାଇଁ ମାତାପିତା ପ୍ରେରିତ କରିବା ଆବଶ୍ୟକ । ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ର ଅଧ୍ୟକ୍ଷା ଡଃ ମୀନାକ୍ଷୀ ପଣ୍ଡା, ସମ୍ପାଦକ ରଞ୍ଜନ ମହାନ୍ତି,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖୁଥିଲେ । ପିକକ୍ ର ରନ୍ଧା ଦାଶ, ଜ୍ୟୋତିଶଙ୍କର ମହାନ୍ତି ଲକ୍ଷ୍ମୀକାନୁ ମହାନ୍ତି, ମିଲିୟନ ମାର୍ଶାଲ ଟିୟୁ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ .ଆରୁଶି ଅଦ୍ରିକା ଓ ହର୍ଶାଳି ଡୋରା।
ଆଜିର ସୂଚନା ପାଇଁ : for 18/11/2026
ପିକକ୍ ଶିଶୁମେଳା ପଞ୍ଚମ ଦିବସ ତାରିଖ – ୧୮- ୧୧ କାର୍ଯ୍ୟସୂଚୀ, ସ୍ଥାନ – ଏକାମ୍ର ହାଟ ଆମ୍ପି ଥୁଏଟର
କୌତୁକ ପୋଷାକ ପ୍ରତିଯୋଗୀତା (ନର୍ସରୀ ରୁ ସପ୍ତମ ଶ୍ରେଣୀ) – ଅପରାହ୍ନ ୪:୩୦ ଘଟିକା
ଷ୍











