Spread the love

ବୀଣାଭାରତୀ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଏବଂ ପୁରସ୍କାର ବିତରଣ

ଭୁବନେଶ୍ୱର (ଦର୍ଶନ ସମୀକ୍ଷା)

ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (୍ଯଯାମପୁର ମୌଜା)ଭରତପୁର ଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର 26ତମ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ତିନି ଦିନ ଧରି ବିଦ୍ୟାମନ୍ଦିର ପ୍ରାନ୍ତରରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁ୍ଯଯ ଅତିଥି ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର, ସ୍ବତନ୍ତ୍ର ଅତିଥି ପ୍ରଥମ ଭାରତୀୟ ଅର୍ଜ୍ଜୁନ ପୁରସ୍କାର ପ୍ରାପ୍ତ ମହିଳା ସାଇକେଲ ଚାଳିକା ମିନତୀ ମହାପାତ୍ର, ସମ୍ମାନିତ ଅତିଥି ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ରବି ନାରାୟଣ ବେହେରା, ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ସୁବାସ ଚନ୍ଦ୍ର ସିଂ, ଉପସଭାପତି ସ୍ବରୂପଚନ୍ଦ୍ର ମହାନ୍ତି, ପ୍ରତିଷ୍ଠାତା ଅଜୟ ଗୁରୁଜୀ ପ୍ରମୁଖ ଯୋଗ ଦେଇ ମଶାଲ ସ୍ଥାପନ, କ୍ରୀଡାପତାକା ଉତ୍ତୋଳନ ଓ ବାର୍ଷିକ କ୍ରୀଡା ଉଦ୍ଘାଟନ କରାଇବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ନାଗରିକ ହେବା ପାଇଁ ସୁପରାମର୍ଶ ଦେଇଥିଲେ। ଶିଶୁପ୍ରାରମ୍ଭଠାରୁ ଦଶମ ଶ୍ରେଣୀ ପଯର୍‌ୟନ୍ତ ଶିଶୁମାନଙ୍କୁ ଛଅଟି ଦଳରେ ବିଭକ୍ତ କରାଯାଇ ବିଭିନ୍ନ ପ୍ରକାରର କ୍ରୀଡା କୌଶଳମାନ ପ୍ରଦର୍ଶିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ମୁ୍ଯଯ ଅତିଥି ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସାଧାରଣ ସମ୍ପାଦକ ମାନସୀ ମଞ୍ଜରୀ ରାୟ ପାଢୀ, ସମ୍ମାନିତ ଅତିଥି ଯୁବ ଉଦ୍ୟୋଗୀ ତଥା ସାମଜସେବୀ ପ୍ରକାଶ ଚନ୍ଦ୍ର ପରିଡା, ସମାଜସେବୀ ତଥା ବିଦ୍ୟାମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ତ୍ରିଲୋଚନ ପଣ୍ଡା, ପରିବେଶ ଶିକ୍ଷାର ପ୍ରକଳ୍ପ ସହାୟକ ଭରତ ଚନ୍ଦ୍ର ଜେନା, ଭାରତୀୟ ଶିକ୍ଷା ପରିଷଦର ଟ୍ରଷ୍ଟି ବାବାଜୀ କୁମାର, ପ୍ରତିଷ୍ଠାତା ଅଜୟ ଗୁରୁଜୀ ପ୍ରମୁଖ ଯୋଗ ଦେଇ କ୍ରୀଡା ପତାକା ଅବତରଣ, ମଶାଲ ନିର୍ବାପନ କରିବା ସହିତ ଛାତ୍ରଛାତ୍ରୀମାନେ ଭବି୍ଯଯତରେ ଭଲ ମଣିଷ ହେବାକୁ ସୁପରାମର୍ଶ ଦେବା ସଙ୍ଗେ ସଙ୍ଗେ ବାର୍ଷିକ କ୍ରୀଡା ପ୍ରତିଯୋଗିତା, ବାର୍ଷିକ ବିଜ୍ଞାନ ମେଳା ଏବଂ ବାର୍ଷିକ ଶୈକ୍ଷିକ ପ୍ରତିଯୋଗିତା 2026-27ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଇଥିଲେ। ବିଦ୍ୟାମନ୍ଦିରର ସିନିୟର ଏବଂ ସୁପର ସିନିୟର ବିଭାଗ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ୍ଯଯାଚ୍‌ ଅନୁଷ୍ଠିତ ହୋଇଥିଲା। ସମସ୍ତ କାଯର୍‌ୟକ୍ରମ ପରିଚାଳନା ବରିଷ୍ଠ ଗୁରୁଜୀ ହରିଶ୍ଚନ୍ଦ୍ର ପ୍ରଧାନ କରିଥିବା ବେଳେ ପ୍ରଧାନ ଆଚାଯର୍‌ୟ ଦୀପ୍ତିମୟୀ ହରିଚନ୍ଦନ ଧ୍ଯଯବାଦ ଅର୍ପଣ କରିଥିଲେ। କ୍ରୀଡା ଶିକ୍ଷକ ସୁନୀଲ କୁମାର ପଟ୍ଟନାୟକଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମାାମନଙ୍କ ସହଯୋଗରେ କାଯର୍‌ୟକ୍ରମଟି ସୁଚାରୁରୂପେ ସମ୍ପାଦନ ହୋଇଥିଲା।