ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫିସର୍ସ ବହୁମୁଖୀ ସମବାୟ ସମିତିର ୪୩ ତମ ବାର୍ଷିକ ସାଧାରଣ ସଭା
ଭୁବନେଶ୍ଵର: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅପିସରଙ୍କ ଦ୍ବାରା ଗଠିତ ସମବାୟ ସମିତିର ରାଜ୍ୟସ୍ତରୀୟ ୪୩ ତମ ବାର୍ଷିକ ସାଧାରଣ ସଭା ଚଳିତ ମାସ ୧୫ ତାରିଖ ଦିନ
Institution of Engineers (India), ଭୁବନେଶ୍ଵରଠାରେ ଅମିତାଭ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ସମିତିର ସମ୍ପାଦକ ନବ କିଶୋର ସାହୁ ଅତିଥିମାନଙ୍କର ପରିଚୟ କରିବା ସଙ୍ଗେ ସଙ୍ଗେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଭାରତୀୟ ପ୍ରଶାସନିକ ସେବାର ଅବସର ପ୍ରାପ୍ତ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବାୟ ସମିତିର ଭୂମିକା ଉପରେ ସବିଶେଷ ଆଲୋକପାତ କରିଥିଲେ ।
ଅଫିସର ସଂଘର ସଭାପତି ଗୋଲଡେନ୍ ଟୋପ୍ନୋ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ, ଐକ୍ୟ ବଦ୍ଧତା ଯୋଗେ ସମିତିର ତଥା ସଂଘର ଉତ୍ତୋରତ୍ତର ଉନ୍ନତି ସମ୍ପାଦିତ ହୋଇପାରିଛି ଏବଂ ଆଗାମୀ ଦିନରେ ମଧ୍ୟ ସମସ୍ତ ସଭ୍ୟଙ୍କର ସହଯୋଗ କାମନା କରିଥିଲେ । ସଭାପତି ଅମିତାଭ ଦାସ ତାଙ୍କର ସ୍ବାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଭାଟିକୁ ସୁଚାରୁ ରୂପେ ପରିଚାଳନା କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ଷ୍ଟେଟ୍ ବ୍ୟାଙ୍କ ଅଫ ଷ୍ଟାଫ୍ ଆସୋସିଏସନ୍, ଭୁବନେଶ୍ଵର ସର୍କଲର ସଭାପତି ଡଃ ତପନ କୁମାର ପାଲ ଓ ସମ୍ପାଦକ ଡଃ ଚିତ୍ତରଞ୍ଜନ ପଣ୍ଡା ଏହି ବୈଠକରେ ଉଦବୋଧନ ଦେଇଥିଲେ ।
ପରିଶେଷରେ କୋଷାଧକ୍ଷ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।











