Spread the love

କନ୍ଧମାଳ : ଏକଲବ୍ୟ ଆବାସିକ ବିଦ୍ୟାଳୟ ସ୍ଥାନାନ୍ତର କୁ ବିରୋଧ କରି ମହା ବୈଠକ ଅନୁଷ୍ଠିତ..

କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲା କ ନୂଆଗାଁ ବ୍ଲକ୍ ସାରଙ୍ଗଗଡ଼ ମୁଖ୍ୟାଞ୍ଚଳରେ ପ୍ରସ୍ତାବିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) କୁ ଜନବିରୋଧ ସତ୍ତ୍ୱେ ନୂଆରାଜଘରାକୁ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଆଜି ସାରଙ୍ଗଗଡ଼ ଠାରେ ଏକ ସ୍ଥାନୀୟ ମହାବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ସାରଙ୍ଗଗଡ଼ ଅଞ୍ଚଳର ୫ଟି ପ୍ରମୁଖ ପଞ୍ଚାୟତର ଶତାଧିକ ପ୍ରତିନିଧି, ଗ୍ରାମବାସୀ ଏବଂ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ପ୍ରଶାସନର ଏକତରଫା ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି l
ସୂଚନାଯୋଗ୍ୟ ଯେ, ସାରଙ୍ଗଗଡ଼ ମୁଖ୍ୟାଞ୍ଚଳରେ ଏହି ବିଦ୍ୟାଳୟ ପାଇଁ ୧୨ ଏକର ମୁକ୍ତ ସରକାରୀ ଜମି ଉପଲବ୍ଧ ଥିବା ବେଳେ ପ୍ରଶାସନ ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି ନୂଆରାଜଘରା ଠାରେ ଶହ ଶହ ମୂଲ୍ୟବାନ ଗଛ କାଟି ବିଦ୍ୟାଳୟ ସ୍ଥାପନ ପାଇଁ ଜମି ସଫା କରିଛି l ଏହା ବିରୋଧରେ ଅଞ୍ଚଳବାସୀ
ଅନ୍ୟପଟେ, ସ୍ଥାନୀୟ ଲୋକଙ୍କ ତୀବ୍ର ଅସନ୍ତୋଷ ଓ ଆନ୍ଦୋଳନକୁ ଭୟ କରି ପ୍ରଶାସନ ଆସନ୍ତା ୧୫ ତାରିଖ ଦିନ ସେଠାକୁ ନଆସି ଚୁପ୍‌ଚାପ୍ ଅନଲାଇନ୍ (ଭର୍ଚୁଆଲ୍) ମାଧ୍ୟମରେ ଶିଳାନ୍ୟାସ କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଏକ ସରକାରୀ ଗ୍ରିଭାନ୍ସ (ଅଭିଯୋଗ) ଉତ୍ତରରୁ ସ୍ପଷ୍ଟ ହେଇଛି l ଏହାକୁ ନେଇ ଆଜି ଅଞ୍ଚଳବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି l ଆଜିର ବୈଠକରେ ୫ଟି ପଞ୍ଚାୟତର ଜନସାଧାରଣ ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି ଯଦି ଜୋରଜବରଦସ୍ତ ଅନଲାଇନ୍ ମାଧ୍ୟମରେ ଶିଳାନ୍ୟାସ କରାଯାଏ, ତେବେ ଆଗାମୀ ଦିନରେ ସାରଙ୍ଗଗଡ଼ ଅଞ୍ଚଳର ହଜାର ହଜାର ଜନସାଧାରଣ ରାଜପଥକୁ ଓହ୍ଲାଇବା ସହ ବଡ଼ ଧରଣର ଗଣତାନ୍ତ୍ରିକ ଆନ୍ଦୋଳନ କରିବେ l ସ୍କୁଲ୍ ସାରଙ୍ଗଗଡ଼ରେ ହିଁ ହେବ, ନଚେତ୍ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି କମିଟି ସଦସ୍ୟମାନେ ସ୍ପଷ୍ଟ କରିଛନ୍ତି l