Spread the love

ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ: ବଢୁଛି ଚିନ୍ତା ,ଆବଶ୍ୟକ ସଚେତନତା ଓ ସହଯୋଗ ।

ଭୂବନେଶ୍ଵର : ୨୦.୮.୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

” ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନ ତରଫରୁ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ଏକ ଭରଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳl ର ମୁଖ୍ୟ ବିଷୟବସ୍ତୁ ଥିଲା ‘ ଡିକୋଡ଼ିଙ୍ଗ ମେଣ୍ଟାଲ୍ ଇଲନେସ ‘ ଏଵଂ ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଥିଲେ ଡକ୍ଟର ନିର୍ଲିପ୍ତ ଦାସ । ଡକ୍ଟର ଦାସ ନିଜ ବକ୍ତବ୍ୟରେ ବିଭିନ୍ନ ହିନ୍ଦୀ ସିନେମା ମାଧ୍ୟମରେ ପ୍ରଦର୍ଶିତ ବିଭିନ୍ନ ମାନସିକ ଅସୁସ୍ଥତାକୁ ନେଇ ଦର୍ଶାଯାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ମାନସିକ ସ୍ଥିତି,ଏହାକୁ ପ୍ରଭାବିତ କରୁଥିବା ପ୍ରମୁଖ କାରଣ ଏବଂ ଏହାର ପ୍ରତିକା ରମୁଳକ ପଦକ୍ଷେପ ଗୁଡ଼ିକୁ ଅନୁଧ୍ୟାନ କରିଥିଲେ ।

ଏହାସହିତ ଶିକ୍ଷକ ,ଅଭିଭାବକ ଓ ଶିକ୍ଷାନୁଷ୍ଠାନର ସହଯୋଗ ଏବଂ ସହନୁଭୂତିଶୀଳ ଶିକ୍ଷା ପରିବେଶ ଏବଂ ଆବଶ୍ୟକ ସ୍ଥଳେ ବିଶେଷଜ୍ଞ ସହାୟତା ଯୋଗାଇଦେବା ଦ୍ଵାରା ଏହି ସମସ୍ୟାକୁ ଅନେକାଂଶରେ ହ୍ରାସ କରାଯାଇପାରେ ବୋଲି ମତାମତ ଜ୍ଞାପନ କରିଥିଲେ ।ଏହି କର୍ମଶାଳାରେ ୧୦ ଟି ମହାବିଦ୍ୟାଳୟ ଯଥା ସରକାରୀ ସ୍ନାତକ ମହାବିଦ୍ୟାଳୟ ,ସୁନ୍ଦରଗଡ଼,ମହିଳା ସ୍ନାତକ ମହାବିଦ୍ୟାଳୟ,ନୟାଗଡ଼,ମ୍ୟାକ ମିକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ, ଗଞ୍ଜାମ,କୁନ୍ତଳାକୁମାରୀ ସାବତ ମହିଳା ସ୍ନାତକ ମହାବିଦ୍ୟାଳୟ, ବାଲେଶ୍ବର,ମା ବାସୁଲେଇ ସ୍ନାତକ ମହାବିଦ୍ୟାଳୟ,ଠାକୁରମୁଣ୍ଡା , ମୟୂରଭଞ୍ଜ,ହୃଦାନନ୍ଦ ନାୟକ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ, ଚାନ୍ଦୋଳ, କେନ୍ଦ୍ରାପଡ଼ା,ବାରିପଦା ସ୍ନାତକ ମହାବିଦ୍ୟାଳୟ, ମୟୁରଭଂଜ, ବାୟିଶୀମୌଜା ସ୍ନାତକ ମହାବିଦ୍ୟାଳୟ,ପୁନଙ୍ଗ,ଜଗତସିଂପୁର,ଧର୍ମଗଡ ମହିଳା ସ୍ନାତକ ମହାବିଦ୍ୟାଳୟ,କଳାହାଣ୍ଡି, ପଞ୍ଚଆୟତ୍ତ ସମିତି ସ୍ନାତକ ମହାବିଦ୍ୟାଳୟ , ବାରଗୋଉଁ,ସୁନ୍ଦରଗଡ଼ ଆଦି ମହାବିଦ୍ୟାଳୟର ହାରାହାରି ୧୧୦୦ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ ।

ଏହି କର୍ମଶାଳାକୁ ପରିଚାଳନା କରିଥିଲେ ପି . ଆର୍ କୋଡ଼ିନେଟର ଚୈତାଲି ସୋମ । ଏତଦ୍ ବ୍ୟତୀତ ସଂଗଠନର ପରିଚାଳକ ଶ୍ରୀଯୁକ୍ତ ହରିହର ବଡ଼ପଣ୍ଡା ଯୋଗଦାନ କରିଥିଲେ ଏବଂ ସ୍ଵାତୀ ପ୍ରଭା ମିଶ୍ର , ପ୍ରିତିନନ୍ଦା ମହାପାତ୍ର ଓ ଅଭିରାମ ଜେନା ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଆଗାମୀ ଦିନରେ ଆହୁରି ଅଧିକ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖିଛି ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ।