ଗଜପତି ସମ୍ବାଦ // ଟପ ମାଓନେତା ଆଜାଦ 14 ବର୍ଷ ପରେ ଜେଲରୁ ଆଜାଦ

Spread the love

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି,19/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ ଏବଂ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଅଂଶୁମାନ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ. ଉକ୍ତ ଶିବିରରେ ମୋଟ ୧୦୧ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୭୭ଟି ବ୍ୟକ୍ତିଗତ ଏବଂ ୨୪ଟି ଗ୍ରାମଭିତ୍ତିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା।

Oplus_131072

ଅନ୍ୟ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୯ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଥିଲା। ୨୦ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଉକ୍ତ ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ କାର୍ଡ, ଶିକ୍ଷା, ଜଳସେଚନ, ରାସ୍ତା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣ ଅଭିଯୋଗ ଆସିଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଗୋଷଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ୍.ବୀରାରାଜୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଗଜପତିରେ 187 ତମ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ
ପାରଳାଖେମୁଣ୍ଡି, 19/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି 187 ତମ ବିଶ୍ୱ ଫଟୋଗ୍ରାଫି ଦିବସକୁ ମହାସମାରୋହରେ ପାଳନ କରାଯାଇଛି. ପାରଳା ସହରର ରାଜଦାଣ୍ଡରେ ଆୟୋଜିତ ଏହି ସମାବେଶରେ ଗଜପତି ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ଫଟୋଗ୍ରାଫରମାନେ ଆସି ଏକତ୍ରିତ ହୋଇଥିଲେ.

Oplus_131072

ଫଟୋଗ୍ରାଫ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛାକୁ ପରସ୍ପର ମଧ୍ୟରେ ଜ୍ଞାପନ କରି ହାତକୁ ହାତ ମିଶାଇ ଗଜପତି ଫଟୋଗ୍ରାଫର ୟୁନିୟନକୁ ଶକ୍ତିଶାଳୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ. ଗଜପତି ଜିଲ୍ଲା ଫଟୋଗ୍ରାଫର ସଙ୍ଘର ସଭାପତି ଅମର ନାଥ, ସମ୍ପାଦକ ଭି. ଦିଲ୍ଲୀ, ରେଡ୍ଡୀ, କେ. ଶିବା, ପି. ଶ୍ୟାମ କୁମାର, ପି. ବେଣୁ, ପି. ଗଙ୍ଗାଧାର ପ୍ରମୁଖଙ୍କ ସହ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଫଟୋଗ୍ରାଫରମାନେ ଆଜିର ଏହି ଉତ୍ସବରେ ଏକତ୍ରିତ ହୋଇଥିଲେ.
ଗଜପତି ପୋଲିସର ସଫଳତା…. 1 କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, 19/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଚୋରା ଗଞ୍ଜେଇ ଓ ଚୋରା ମଦ କାରବାର ବିରୁଦ୍ଧରେ ପୋଲିସର ଅଭିଯାନ, ପେଟ୍ରୋଲି ଓ ଚଢାଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 1 କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରାୟ ୭୦୨ କେଜି ଗଞ୍ଜେଇ ଜବତ ହୋଇଛି। ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଅଡବା ଥାନା ପରିସରରେ ଥିବା ଅଟାପଡ଼ା ଗ୍ରାମ ନିକଟିସ୍ଥ ଅନ୍ତରବା ପଞ୍ଚାୟତ ଅଧୀନ ଜଙ୍ଗଲ ଅଞ୍ଚଳରୁ ଏହି ଗଞ୍ଜେଇ ଜବତ ହୋଇଛି. ତେବେ ଘଟଣାସ୍ଥଳରୁ କୌଣସି ଅଭିଯୁକ୍ତ ଧରାପଡ଼ିନାହାନ୍ତି.

Oplus_131072

ଗତକାଲି ମଙ୍ଗଳବାର ଅଡ଼ବା ଥାନା ଆଇଆଇସିଙ୍କ ନେତୃତ୍ୱରେ ପୁଲିସ ଟିମ୍ ଅନ୍ତରବା, ଚୁଡ଼ାଙ୍ଗପୁର, ଅଟାପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ପୋଲିସର ପାଟ୍ରୋଲିଂ ଚାଲିଥିବା ବେଳେ ଅଟାପଡ଼ା ଗ୍ରାମ ନିକଟସ୍ଥ ଏକ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ୨୮ଗୋଟି ପ୍ଲାଷ୍ଟିକ୍ କ୍ୟାନ ଥିବା ଦେଖା ଯାଇଥିଲା। ସନ୍ଦେହ ହେବାରୁ ପୁଲିସ ଆଇନ ଅନୁଯାୟୀ ଯାଞ୍ଚ କରିଥିଲେ. ଏଠାରୁ 7କ୍ଵିଣ୍ଟାଲ 02 କେଜି ଗଞ୍ଜେଇକୁ ପୋଲିସ ଜବତ କରିଥିଲେ. ଚୋରା ବଜାରରେ ଜବତ ହୋଇଥିବା ଏହି ଗଞ୍ଜେଇର ମୂଲ୍ୟ 1 କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣା ପଡିଛି. ପୋଲିସର ଏହି ଚଢାଉରେ କାହାକୁ ଗିରଫ କରାଯାଇନାହିଁ. ହେଲେ ପୋଲିସ ଅଡବା ଥାନାରେ ମାମଲା ରୁଜୁ କରିବା ସହ ଏହି ଗଞ୍ଜେଇ କାରବାରରେ ସମ୍ପୃକ୍ତ ମାଫିଆମାନଙ୍କୁ ଗିରଫ କରିବା ପାଇଁ ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି.
ଟପ ମାଓନେତା ଆଜାଦ 14 ବର୍ଷ ପରେ ଜେଲରୁ ଆଜାଦ ହେଲେ
ପାରଳାଖେମୁଣ୍ଡି, 19/8(ତାରିଣୀ ପ୍ରସାଦ ପଣ୍ଡା):

ଟପ ମାଓନେତା ଆଜାଦ ପ୍ରାୟ ୧୪ ବର୍ଷ ଧରି ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ରହିବ ପରେ ତାଙ୍କ ବିରୁଦ୍ଧରେ ରହିଥିବା ଶେଷ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତ ତାଙ୍କୁ ନିର୍ଦୋଷ ଘୋଷଣା କରିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ବହୁଚର୍ଚ୍ଚିତ ୨୦୦୮ ମସିହାର ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମାମଲାରେ ଗତକାଲି ମଙ୍ଗଳବାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଵତନ୍ତ୍ର ଅଦାଲତ ଆଜାଦଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦୋଷ ଘୋଷଣା କରିଛନ୍ତି। ଏହା ତାଙ୍କ ବିରୋଧରେ ଚାଲିଥିବା ଶେଷ ମାମଲା ହୋଇଥିବାରୁ ରାୟ ପରେ ଆଜାଦଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ମୁକ୍ତ କରାଯାଇଛି. ପାରଳାଖେମୁଣ୍ଡିର ଅତିରିକ୍ତ ଦୌରାଜଜ୍ ତଥା ସ୍ଵତନ୍ତ୍ର ଅଦାଲତର ବିଚାରପତି ସତ୍ୟନାରାୟଣ ପାତ୍ର ମାମଲାରେ ଉପସ୍ଥାପିତ ପ୍ରମାଣ ଓ ସାକ୍ଷ୍ୟର ତର୍ଜମା କରି ରାୟ ଶୁଣାଇଛନ୍ତି ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଅଭିଯୋଗ ପକ୍ଷ ଆଜାଦଙ୍କ ସମ୍ପୃକ୍ତିକୁ ସନ୍ଦେହାତୀତ ଭାବେ ପ୍ରମାଣ କରିବାରେ ବିଫଳ ହୋଇଛି କେବଳ ସନ୍ଦେହ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ଅଦାଲତ ମତ ଦେଇଛନ୍ତି। ଅଦାଲତଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଆଜାଦଙ୍କୁ ଭୁବନେଶ୍ୱର ଝାରପଡା ଜେଲରୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ସ୍ୱରୂପ କୁମାର ପାଳ ଆଜାଦଙ୍କ ଏହି ଶେଷ ମାମଲା ପରିଚାଳନା କରୁଥିଲେ.