ନିମାପଡା ଏନ ଆଇ ସି କମ୍ପ୍ୟୁଟର ୩୦ ତମ ପ୍ରତିଷ୍ଠା ଦିବସ ଓ ରକ୍ତଦାନ ଶିବିର । ନିମାପଡା,୧୮/୮(ଦର୍ଶନ ସମୀକ୍ଷା)
ନିମାପଡା ଏନଏସି ଅନ୍ତର୍ଗତ ଗୁହାଳପଡା ଠାରେ ଥିବା ଏନ ଆଇ ସି କମ୍ପ୍ୟୁଟରର ୩୦ ତମ ପ୍ରତିଷ୍ଠା ଦିବସ ଅବସରରେ ଉକ୍ତ ଅନୁଷ୍ଠାନ ଓ ନିମାପଡା ପ୍ରେସ କ୍ଲବ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି ।
ଅନୁଷ୍ଠାନର ପରିଚାଳକ ଦିଲ୍ଲୀପ କୁମାର ସାହୁଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଓକେସିଏଲ୍ ର ଡିଏଲସି ନୀରଞ୍ଜନ ମହାପାତ୍ର,ନିମାପଡା ବିଡ଼ିଓ ଡ. ଅଭିଜିତ ଷଡ଼ଙ୍ଗୀ,ଅତିରିକ୍ତ ତହସିଲଦାର କେ ଭେଙ୍କଟେଶ୍ବର ରାଓ,ୱାଟ କୋ ଜେଇ ଧର୍ମେନ୍ଦ୍ର ପଟ୍ଟନାୟକ,ନିମାପଡା ପ୍ରେସ କ୍ଲବ ସଭାପତି ଅକ୍ଷୟ କୁମାର ବେହେରା, ସମ୍ପାଦକ ରମାକାନ୍ତ ବେହେରା, ଚାରିଛକ ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର କର,ପୂର୍ବତନ କାଉନସିଲର ବ୍ରଜେନ୍ଦ୍ର ପ୍ରଧାନ,ଲିଟିଲିଷ୍ଟାର ଗ୍ରୁପର ସମ୍ପାଦକ ସୁମନ୍ତ କୁମାର ମହାରଣା, ଶିକ୍ଷାବିତ ସିତମ ପ୍ରଧାନ,ଶୁଭମ୍ ମହାପାତ୍ର,କୁନାଲ ଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ନିମାପଡା କଲେଜର ଛାତ୍ର ଛାତ୍ରୀମାନଙ୍କୁ ଇଣ୍ଟରସିପ (ଏନ ଇ ଟି) ସାର୍ଟିଫିକେଟ ଅତିଥିମାନଙ୍କ ଦ୍ୱାରା ପ୍ରଧାନ କରାଯାଇଥିଲା । ଉକ୍ତ ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।











