Spread the love

ପଞ୍ଚାୟତ ସ୍ତରୀୟ ଶିଶୁସୁରକ୍ଷା ବୈଠକ

ବଦାଳୋ 15/08/2026 (ଦର୍ଶନ ସମୀକ୍ଷା)

ଢେଙ୍କାନାଳ ଜିଲ୍ଳା ଓଡ଼ାପଡ଼ା ବ୍ଲକର ବଦାଳୋ ପଞ୍ଚାୟତ କାର୍ଯ୍ୟାଳୟ ଠାରେ 80 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ବିଶ୍ୱ ଯୁବକେନ୍ଦ୍ର ଦ୍ଵାରା ପରିଚାଳିତ ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍ସ ସହଯୋଗରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ବୈଠକଅନୁଷ୍ଠିତ ହୋଇଥିଲା ଉକ୍ତବୈଠକ ରେ ସରପଞ୍ଚ କ୍ରିଷ୍ଣା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ଏବଂ କମିଟି ର ସଭାପତି ସରପଞ୍ଚ କ୍ରିଷ୍ଣା ମହାନ୍ତି,ଉପସଭାପତି ନୟାବ ସରପଞ୍ଚ ଜାନକୀ ବେହେରା,ହାଇସ୍କୁଲ ମୁଖ୍ୟ ଶିକ୍ଷକସନ୍ତୋଷ କୁମାର ମହାପାତ୍ର ସ୍ୱୟଂ ସହାୟକ ଗୋଷ୍ଠୀ ଜ୍ୟୋତିର୍ମୟୀ ସାହୁ,smc ମେମ୍ବର ଅରୁଣ ବେହେରା,କିଶୋର ବାଳକ ଚିକୁନୁ ବିଶ୍ୱାଳ,କିଶୋରୀ ବାଳିକା,ଏବଂ ପଂଚାୟତ ର ୱାର୍ଡ ମେମ୍ବର,Gplf ମେମ୍ବର ଉପସ୍ଥିତ ଥିଲେ l ବିଶ୍ୱ ଯୁବ କେନ୍ଦ୍ର ମନସ୍ମିତା ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚେତନତା, ବାଲ୍ୟବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ, ପାରିବାରିକ, ମାନସିକ ତଥା ଆର୍ଥିକ ଚାପ, ଶିକ୍ଷା ତଥା ଆତ୍ମନିର୍ଭରଶୀଳତା ଅଭାବ, ସାମାଜିକ କୁପରିଣାମ, ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି, ଯୋଗଦେଇଥିବା ଅତିଥି, ତଥା ବିଭିନ୍ନ ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ଉପରେ ଆଲୋଚନା ହୋଇଥିଲା |

ଏହାବ୍ୟତୀତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଆଇନ ପୋକ୍ସୋ ଉପରେ ଆଲୋଚନା ହୋଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା | ଏହି ଅବସରରେ କୌଣସି ଶିଶୁ ଅଧିକର ଉଲ୍ଲଙ୍ଘନ ଦେଖିଲେ ଚାଇଲ୍ଡ ହେଲ୍ପ ଲାଇନର ଦେୟମୁକ୍ତ ନମ୍ବର ୧୦୯୮କୁ ଫୋନ୍ କରି ଜଣାଇବାକୁ ପରାମର୍ଶ ଦିଅଯାଇଥିଲା ପ୍ରଧାନ ମନ୍ତ୍ରୀ କନ୍ୟା ବିବାହ ଯୋଜନା ବିଷୟରେ ଆଲୋଚନା କରାଗଲା ଏଡି ଓ ମୀନାରଭା ପତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ଜବ କାର୍ଡ,ବିବିଜି ରାମ ଜି, ବିଷୟରେ ଆଲୋଚନା କରିଥିଲେl ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର ପିଲାମାନେ କିପରି ସୁରକ୍ଷିତ ରହିବେ,ପିଲାମାନେ କିପରି ସ୍କୁଲ ଯିବେ |ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା