Spread the love

ସ୍ୱାଧୀନତା ଦିବସ ପାଳନ ଅବସରରେ ରେଗେଡl ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଦାମନଯୋଡି/ରେଗେଡା:- ୧୫.୦୮.୨୦୨୬- ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା

ରେଗେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରେଗେଡା ଗ୍ରାମବାସୀ ଏବଂ ଓଡ଼ିଶା ରକ୍ତଦାତା ମହାସଂଘର ମିଳିତ
ଆନୁକୁଲ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ ରେଗେଡା ସରପଞ୍ଚ ଶ୍ରୀମତୀ ସୀମା ସେଠୀ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମନ୍ତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ସାହୁଙ, ବରିଷ୍ଠ ନାଗରିକ ଅଦିତି ପ୍ରଧାନ, ପ୍ରଫୁଲ୍ଲ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ, ସରୋଜ କୁମାର ପ୍ରଧାନ ଓ ପ୍ରଦୋଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଫିତା କାଟି ଉଦଘାଟନ କରିଥିଲା ବେଳେ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ଏଵଂ ରକ୍ତ ଦେଇ ଜୀବନ ବଞ୍ଚେଇବା ଆମର ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। କଟକ ସ୍ଥିତ କେନ୍ଦ୍ରୀୟ ରେଡ଼ କ୍ରସ ରକ୍ତକେନ୍ଦ୍ରର ରକ୍ତ ସଂଗ୍ରହକାରି ଦଳଙ୍କ ତତ୍ବାବଧାନରେ ସର୍ବ ମୋଟ ୮୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଡ଼ାକ୍ତର ସନତ ସତ୍ୟଜିତ ଦେଓ ତାଙ୍କ ଟିମ୍ ସଞ୍ଜୟ ପାତ୍ର ସର୍ବ ମୋଟ ୮୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ପ୍ରଥମଥର ପାଇଁ ରକ୍ତଦାନ କରୁଥିବା ଯୁବ ଛାତ୍ର ଛାତ୍ରୀମାନଙ୍କ ଉତ୍ସାହ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ଥିଲା। ଏହି ଶିବିରକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପେନ୍ଦ୍ର ନାଥ ବେହେରା,ବିଘ୍ନରାଜ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ବାବୁଲା କୁମାର ସାହୁ, ଅମିତ କୁମାର ପ୍ରଧାନ, ନିରଞ୍ଜନ ସାହୁ, ବିଘ୍ନେଶ ପ୍ରଧାନ, ସହକାରୀ ଶିକ୍ଷୟିତ୍ରୀ ଭାରତୀ ପ୍ରଧାନ, ଅମର କୁମାର ସାହୁ, ପ୍ରତାପ କୁମାର ପ୍ରଧାନ, ସଞ୍ଜୟ କୁମାର ମହାଳିକ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରକୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ। ସୂଚନାଯୋଗ୍ୟ କି ବର୍ଷା ଯୋଗୁଁ ରାଜ୍ୟରେ ରକ୍ତ ସଂକଟ ସମୟରେ ରେଗେଡା ଭଳି କଟକ ଜିଲ୍ଲାର ଏକ ଉପାନ୍ତ ଗ୍ରାମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ହର ଘର ରକ୍ତଦାତା କାର୍ଯ୍ଯକ୍ରମ ଅନ୍ୟ ବିଦ୍ୟାଳୟମାନଙ୍କ ପାଇଁ ନିଶ୍ଚୟ ଏକ ପ୍ରେରଣାର ଉତ୍ସ ବୋଲି ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡ଼ ନରେଶ ଚନ୍ଦ୍ର ସାହୁ ପ୍ରକାଶ କରିବା ସହ ଆୟୋଜକ ମାନଙ୍କର ଭୂୟୀୟସି ପ୍ରଶଂସା କରିଥିଲେ। ଏହି ହର ଘର ରକ୍ତଦାତା କାର୍ଯ୍ଯକ୍ରମ ଦ୍ୱାରା ପ୍ରତ୍ୟେକ ଘରୁ ଗୋଟିଏ ଗୋଟିଏ ରକ୍ତଦାତା ସୃଷ୍ଚି ହୋଇପାରିଲେ ରାଜ୍ୟରେ ରକ୍ତର ଆଉ ଅଭାବ ରହିବନାହିଁ।