ବୌଦ୍ଧ : କୁନା ଦିଗାଲ ଦର୍ଶନ ସମୀକ୍ଷା
ବୁଣାକାର ସମାବେଶ ଓ ହ୍ୟାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ..
ବୌଦ୍ଧ ଜିଲ୍ଲା ରେ ଦ୍ଵାଦଶ ତମ ଜାତୀୟ ହସ୍ତତନ୍ତ ଦିବସ ୨୦୨୬ ପାଳନ ଅବସରରେ “ଥ୍ରେଡ଼ ଅଫ ଫ୍ରିଡ଼ମ” ବୁଣାକାର ସମାବେଶ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ହ୍ୟାକାଥନ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହେଇଯାଇଛି l ଉକ୍ତ ହ୍ୟାକାଥନ କାର୍ଯ୍ୟକ୍ରମକୁ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୦ଜଣ ବୁଣାକାର ଙ୍କୁ ନେଇ ସେମାନଙ୍କୁ ୧୦ ଟି ଦଳରେ ବିଭକ୍ତ କରାଯାଇଥିଲା l
ପ୍ରତ୍ୟେକ ଦଳରେ ୩ ଜଣ ବୁଣାକାର ସହ ବୟନ ଶିଳ୍ପ ବିଭାଗର ଜଣେ ମେଣ୍ଟର ରହିଥିଲେ l ବିଶେଷ କରି ବୁଣା କାର୍ଯ୍ୟରେ ସେମାନଙ୍କର ଦକ୍ଷତା, ଅଭିଜ୍ଞତା ଓ ଉତ୍ପାଦନ ଶୀଳତା ଆଧାରରେ ସେମାନଙ୍କୁ ବିଭକ୍ତ କରାଯାଇଥିଲା l

ହ୍ୟାକାଥନର ମୁଖ୍ୟ ବିଷୟ ବସ୍ତୁ ଥିଲା ସ୍ୱାଧୀନତାରେ ବୁଣାକାର୍ଯ୍ୟ ବା ସ୍ୱାଧୀନତାର ପ୍ରତୀକ ରୂପେ ଏକ ଡିଜାଇନ କରନ୍ତୁ କିମ୍ବା ପୁରୁଣା ବୁଣା କାମକୁ ନୂଆ ରୂପ ଦେବା ଏବଂ ବୁଣାକାର ଓ ଉତ୍ପାଦର କାହାଣୀ କୁହନ୍ତୁ l ଏହି ଅବସରରେ ବୁଣାକାର ମାନେ ନୂତନ ଡିଜାଇନ, ପାରମ୍ପରିକ ବୁଣାକଳା ଓ ଆଧୁନିକ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ସୃଜନଶୀଳ ବିଷୟ ଉପରେ ପ୍ରଦର୍ଶନ କରିଥିଲେ l କାର୍ଯ୍ୟକ୍ରମ ର ଦ୍ୱିତୀୟ ଅଧିବେଶନ ରେ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ବୟନ କଳା ହେଉଛି ଆମ ସଂସ୍କୃତିର ପରିଚୟ l ଏହାକୁ ଆମ ବୁଣାକାର ମାନେ ବଞ୍ଚେଇ ରଖିଲେ ଆଗାମୀ ପିଢ଼ିର ପିଲାମାନେ ଏଥି ପ୍ରତି ବିଶେଷ ଆଗ୍ରହୀ ହୋଇ ଲାଭବାନ୍ ହେବେ l ସେ ଏହି ପ୍ରତି ଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବିଜେତା ମାନଙ୍କ ନାମ ଘୋଷଣା କରିଥିଲେ l ଉକ୍ତ ପ୍ରତିଯୋଗିତାର ବିଚାରକ ଭାବେ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନାଏକ, ଡିଜାଇନର ମହେଶ୍ୱର ମେହେର ଓ ମାଷ୍ଟର ୱେଭର ପ୍ରେମାନନ୍ଦ କହଁର ରହିଥିଲେ l ରମେଶ ପ୍ରସାଦ ମେହେର ସଭା ପରିଚାଳନା କରିଥିଲେ l ସହକାରୀ ବୟନ ଶିଳ୍ପ କାର୍ଯ୍ୟାଳୟର କର୍ମଚାରୀ ଦେବେନ୍ଦ୍ର ଭୋଇ, ଜିଲୁ ସାହୁ , ପ୍ରିୟଙ୍କା ଗଡନାୟକ ଏବଂ ଅନ୍ୟ କର୍ମଚାରୀବୃନ୍ଦ ଏହି ଆୟୋଜନରେ ସହଯୋଗ କରିଥିଲେ l
କନ୍ଧମାଳ : ମୁଣ୍ଡରେ ଛତା ଅଛି ନାହିଁ ହେଲିମେଣ୍ଟ.. ବିପଦକୁ ଆମନ୍ତ୍ରଣ କରୁଚି ବାଇକ୍ ରାଲିମେଣ୍ଟ..
କେନ୍ଦ୍ର ତଥା ସାରା ରାଜ୍ୟ ରେ ହର ଘର ତୀରଙ୍ଗା ବାଇକ୍ ରାଲି କରି ଲୋକଙ୍କୁ ସଚେତନତା କରୁଛନ୍ତି ଅନେକ ବଡ଼ ବଡ଼ିଆ ଵାଦାଧିକାରୀ ନେତା ମନ୍ତ୍ରୀ ଏବଂ କର୍ମୀ ମାନେ l ଚାଳକ ମୁଣ୍ଡରେ ହେଲିମେଣ୍ଟ ଜାଗାରେ ଛତା ଧରି ବଜାର ପରିକ୍ରମା କରିବା ସହିତ ଜନ ସାଧାରଣ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଉଛନ୍ତି ଯାହା ଏହି ଫୋଟ ଚିତ୍ର ରୁ ଆପଣ ମାନେ ଦେଖି ପାରୁଥିବେ l ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶା ରାଜ୍ୟ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହିତ ଓଡ଼ିଶା ରାଜ୍ୟ ପରିବହନ ମନ୍ତ୍ରୀ ଓ ସମସ୍ତ ଜିଲ୍ଲା ର ଜିଲ୍ଲା ପରିବହନ ଅଧିକାରୀ ମାନଙ୍କୁ ଅଖିଳ ଭାରତ ଗ୍ରାହକ କଲ୍ୟାଣ ପରିଷଦ ର ରାଜ୍ୟ ଉପ ସଭାପତି କୁନା ଦିଗାଲ ପ୍ରଶ୍ନ ରଖିଛନ୍ତି କି ବିନା ହେଲିମେଣ୍ଟ ରେ ବାଇକକ୍ ଚଲେଇବା ଏକ ଦଣ୍ଡନୀୟ ଅପରାଧ ଯାହାକି ଆମ ପାଇଁ ବିପଦ ଅଟେ l

ଯାହାକୁ ନେଇକି ପରିବହନ ବିଭାଗ ତରଫରୁ ଅନେକ ସ୍ତାନ ରେ ଛକି ରହି ଅମାନିଆ ହେଲିମେଣ୍ଟ ପିନ୍ଧିନ ଥିବା ବାଇକ୍ ଚାଳକ ମାନଙ୍କୁ ମନଇଚ୍ଛା ଚାଲାଣ କାଟି ଥାନ୍ତି l ହେଲେ ଏଭଳି ଖୁଲମ୍ ଖୋଲା ବିନା ହେଲିମେଣ୍ଟ ରେ ସହ ସହ ହଜାର ହଜାର ବାଇକ୍ ରାଲେ କରିବା ପାଇଁ ପରିବହନ ବିଭାଗ ତରଫରୁ ଏଭଳି ଚାଳକ ମାନଙ୍କ ଠାରୁ କେତେ ଚା ଲାଣ କାଟିଛନ୍ତି ତାର ହିସାବ ଜନ ଲୋକ ଲୋଚନ କୁ ଆଣିବା ନିତ୍ୟାନ୍ତ ଆବଶ୍ୟକ ବଲି କହିଛନ୍ତି l ଏଭଳି ହଜାର ହଜାର ବାଇକ୍ ରାଲେ ସମୟରେ ଦୁର୍ଘଟଣା ଘଟିବନି ବଲି ମାନେ କଣ ଅଛି ? l ରାସ୍ତାରେ ଗସ୍ତ କରୁଥିବା ନିରୀହ ଜନ ସାଧାରଣ ଲୋକଙ୍କୁ ମନ ଇଚ୍ଛା ଫାଇନ୍ ପକାଯାଇ ଆବଶ୍ୟକ ପଡ଼ିଲେ ତାଙ୍କରି ଗାଡ଼ି କୁ ଥାନାରେ ନେଇଁ ରଖି ଦିଆଯାଉଅଛି l ତାହେଲେ ଏଭଳି ଅମାନିଆ ହଜାର ହଜାର ବାଇକ୍ ଚାଳକ ମାନଙ୍କ ଠାରୁ ପରିବହନ ଅଧିକାରୀ ମାନେ କେତେ ଟଙ୍କା ଆଦାୟ କରିଛନ୍ତି ଵା କଣ ପଦକ୍ଷେପ ନେଇଁ ଛନ୍ତି ନା ନିଜେ ନିଜର ଜିଲ୍ଲା ରୁ ଲକ୍ଷାଧିକ ଅର୍ଥ ନେଇଁ ଚିର ନିଦ୍ରାରେ ସୋଇଛନ୍ତି ବଲି ପ୍ରଶ୍ନ ରଖିଛନ୍ତି କୁନା ଦିଗାଲ l କାରଣ ଆଇନ୍ ସମସ୍ତ ଙ୍କ ପାଇଁ ସମାନ୍. ସେ ନେତା ହୁଅନ୍ତୁ ଵା ମନ୍ତ୍ରୀ ହୁଅନ୍ତୁ କି ଅଫିସର୍ ସମସ୍ତ ଙ୍କ ପାଇଁ ଆଇନ୍ ସମାନ୍ ରହିଲେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସାଧାରଣ ଜନତା ସମ୍ନାନ୍ କରିବେ ବଲି ମତ ରଖିଛନ୍ତି l
କନ୍ଧମାଳ : ଗାଦି ହରେଇଲେ ସରପଞ୍ଚ ଚନ୍ଦ୍ରିକା ..ଗାଦିରେ ବସିଲେ ଦୀପକ..
କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ରେ ଦୀର୍ଘ ଦୁଇ ବର୍ଷର ସଂଘର୍ଷ ପରେ BJP ସମର୍ତ୍ତିତା ଚନ୍ଦ୍ରିକା ମଲିକ ଙ୍କୁ ସରପଞ୍ଚ ପଦବୀରୁ ହରାଇ ବିଜୟ ହେଲେ କଂଗ୍ରେସ ସମର୍ଥନ ଦିପୋକ ପ୍ରଧାନ l ସରପଞ୍ଚ ଚନ୍ଦ୍ରିକା ମଲିକ ପୂର୍ବରୁ ଯେପରି ୱାର୍ଡ ମେମ୍ବର ମାନଙ୍କୁ ଦମ୍ ଦେଖାଇ ତାଗିଦ୍ କରି କଥା କହୁଥିଲେ ଏଥର କୁଆଡ଼େ ମୁହଁ ଲୁଚାଇବେ ବଲି ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି l
ହଁ ଦର୍ଶକ ବନ୍ଧୁ ଆପଣ ଦୁଈ ବର୍ଷ ଧରି ଯାହା ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲା ତାହା ଏହି ବର୍ଷ ସଫଳତା ମିଳିଛି I ଯାହା ଦାରିଙ୍ଗବାଡ଼ି ବ୍ଲକ୍ ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ଚନ୍ଦ୍ରିକା ମଲିକ ଙ୍କୁ ସରପଞ୍ଚ ପଦବୀରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ହେଇଥିଲେ ମଧ୍ୟ ସରପଞ୍ଚ ଜଣକ ୱାର୍ଡ ମେମ୍ବର ମାନଙ୍କୁ ବେଖାତ୍ରି କରି ସେମାନଙ୍କୁ ଅଣ ଦେଖା କରି କୌଣସି ମାସିକ ବୈଠକ ରେ ନ ଡାକି ସେମାନଙ୍କ ଅନୁପସ୍ଥିତିରେ ନିଜ ଇଚ୍ଛା ଅନୁସାରେ ଚଳେଇ ଆସୁଥିଲେ I ସ୍ଥାନୀୟ ପଞ୍ଚାୟତ ବାସିଙ୍କୁ ଅଙ୍ଗୁଳି ରେ ନଚାଉଥିଲେ ହେଲେ ହାଇ କୋର୍ଟ ର ନିର୍ଦ୍ଦେଶ କ୍ରମେ ଏଥର ବାଏ ଇଲେକ୍ସନ ହୋଇଥିବା ବେଳେ ଚନ୍ଦ୍ରିକା ମଲିକ ଙ୍କୁ ସରପଞ୍ଚ ପଦବୀରୁ ବିଦାୟ କରି ଗାଦି ରେ ବସିଲେ ଦିପୋକ୍ l ଦୀପକ ଙ୍କର ବିଜୟ ପରେ ସ୍ଥାନୀୟ ପଞ୍ଚାୟତ ବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି l











