Spread the love

ଉତ୍କଳ ହସ୍ପିଟାଲରେ ୮୦ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳିତ

ଭୁବନେଶ୍ୱର, ୧୫.୦୮.୨୦୨୬ (ଦର୍ଶନ ସମୀକ୍ଷା)
ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ଅଗ୍ରଣୀ ବହୁବିଶେଷଜ୍ଞ ଚିକିତ୍ସା ପ୍ରତିଷ୍ଠାନ ଉତ୍କଳ ହସ୍ପିଟାଲରେ ୮୦ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳିତ ହୋଇଯାଇଅଛି।

ଏହି ଅବସରରେ ଉତ୍କଳ ହସ୍ପିଟାଲର ଏମ୍‌.ଡି. ଡ. ପ୍ରଜ୍ଞାନ ରଞ୍ଜନ ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ହସ୍ପିଟାଲର କର୍ମଚାରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ହସ୍ପିଟାଲର ସୁରକ୍ଷା କର୍ମଚାରୀମାନେ ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ସିଇଓ ଶ୍ରୀ ବି.କେ. ସୁବୋଧ ସିଂହ, ଡିନ୍‌ ଏକାଡେମିକ୍ସ ପ୍ରୋ. (ଡ.) ପି.କେ. ଦାସ, ଭି.ପି. ଡ. ବିଶ୍ୱଜିତ୍‌ ନନ୍ଦ, ମୁଖ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ବିଶ୍ୱଜିତ୍‌ ଦାସ, ମାନବ ସମ୍ବଳ ଅଧିକାରିଣୀ ସ୍ନିଗ୍ଧା ସାମଲ, ସିନିୟର୍‌ ମ୍ୟାନେଜର୍‌ (ଆଇ.ଟି.) ଶ୍ରୀ ସୌମେନ୍ଦ୍ର ଗାଇନ୍‌ଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର, ନର୍ସ, ସୁରକ୍ଷା କର୍ମଚାରୀ, ପାରାମେଡିକାଲ୍‌ କର୍ମଚାରୀ ଏବଂ ରୋଗୀଙ୍କ ସମ୍ପର୍କୀୟମାନେ ଯୋଗଦେଇଥିଲେ।

ଏହି ଅବସରରେ ଅତିଥିମାନେ ଦେଶର ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଥିଲେ। ସେମାନଙ୍କର ତ୍ୟାଗ, ବଳିଦାନ ଓ ଦେଶପ୍ରେମ ଯୋଗୁଁ ଆମ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱାଧୀନ ରାଷ୍ଟ୍ର ଭାବେ ପରିଚିତ ହୋଇପାରିଛି। ସେମାନଙ୍କ ତ୍ୟାଗକୁ ସ୍ମରଣ କରି ଦେଶର ଅଖଣ୍ଡତା, ଏକତା ଓ ପ୍ରଗତି ପାଇଁ ସମସ୍ତେ ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।

ଏହି ଅବସରରେ ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଡ. ଆଦିତ୍ୟ ସାମଲ, ଫାଉଣ୍ଡର ଡାଇରେକ୍ଟର ଡ. କଲ୍ୟାଣ ରଥ ଏବଂ ଡ. ଅରୁଣ ମହାନ୍ତି ସୁଦୂର ଆମେରିକାରୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ହସ୍ପିଟାଲର ଡାଇରେକ୍ଟର, ଶ୍ରୀ ଶୈଳେନ୍ଦ୍ର କୁମାର ପଣ୍ଡା, ଶ୍ରୀ ସୁବ୍ରତ କୁମାର ଦାସ, ସି. ଏଫ୍. ଓ. ଶ୍ରୀ ଅରୁଣ କୁମାର ଖିଲାର, ଡାଇରେକ୍ଟର ମେଡିକାଲ୍‌ ସର୍ଭିସେସ୍‌ ଡ. ରଞ୍ଜନ କୁମାର ମହାପାତ୍ର ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହିଅବସରରେ ହସ୍ପିଟାଲ ପରିସରରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।