ଗଜପତି ସମ୍ବାଦ // ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଯୋଗୁଁ ଡ଼ିଜିପି ପଦକ ପାଇଲେ ଆର.ଉଦୟଗିରି ଏସଡିପିଓ

Spread the love

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ 2.0

ପାରଳାଖେମୁଣ୍ଡି, 14/8(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ପଦ୍ମପୁର ଗ୍ରାମର ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୁଲ୍ୟରେ ବନମହୋତ୍ସବ 2.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବୃକ୍ଷରୋପଣ, ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ ଓ ସଭାକାର୍ଯ୍ୟ ସମ୍ପାଦନ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ପାରଳାର ମାନ୍ୟବର ବିଧାୟକ ଇଁ. ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣରେ ପିଲାମାନଙ୍କୁ ଗୋଟିଏ ବୃକ୍ଷ ରୋପଣ କରିବା ସହ ବୃକ୍ଷର ଯତ୍ନ ନେବା ପାଇଁ ଉତ୍ସାହିତ କରିବା ସହ ଜଣେ ଜଣେ ବିରାଟକାୟ ବୃକ୍ଷ ଭଳି ହୋଇ ସମସ୍ତଙ୍କୁ ଫଳ ଫୁଲ ଓ ଛାୟା ଇତ୍ୟାଦି ପ୍ରଦାନ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ | ଏହି ଉତ୍ସବରେ ସମ୍ବାଦ ସାହିତ୍ୟ ଘରର ଉପ ସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ସମ୍ପାଦକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଜିଲ୍ଲା ପ୍ରତିନିଧି ଶ୍ରୀ ସୁଜିତ ବିଷୋୟୀ, ସୀତାକାନ୍ତ ପଣ୍ଡା ଓ ଅନ୍ୟାନ୍ୟ ସହକର୍ମୀ ଉପସ୍ଥିତ ରହିଥିଲେ | ସେହିଭଳି ପ୍ରଗତି ମହିଳା ସଙ୍ଗଠନର ସଭାପତି ଶ୍ରୀ ଲୋକନାଥ ମିଶ୍ର, ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ, ବରିଷ୍ଠ ସାମ୍ବାଦିକ ଭାଗବତ ପାଢ଼ୀ, ଶ୍ରୀ ମୁରଲିଧର ପରିଛା ଉପସ୍ଥିତ ରହି ନିଜର ବହୁମୂଲ୍ୟ ଅଭିଭାଷଣ ପିଲାଙ୍କ ଉଦେଶ୍ୟରେ ରଖିଥିଲେ ଓ ପିଲାମାନଙ୍କୁ ଉତ୍ସାହିତ କରିଥିଲେ | ଏହି ସଭାକୁ ଅଧ୍ୟକ୍ଷ ମନୋଜ କୁମାର ପଟନାୟକ ଅଧ୍ୟକ୍ଷତା କରିଥଲେ |
ଏହା ପରେ ଛାତ୍ରଛାତ୍ରୀମାନେ,ମୁଖ୍ୟଅତିଥି,ସମସ୍ତ ସମ୍ମାନିତ ଅତିଥି, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃକ୍ଷ ରୋପଣ କରିବା ସହ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ସହାୟତା କରିଥିଲେ |

Oplus_131072

ଜାତୀୟ ସେବା ଯୋଜନା ର ସଂଯୋଜକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଯୁବ ରେଡକ୍ରସର ସଂଯୋଜିକା କଳ୍ପନା ପଣ୍ଡା ଏଥିରେ ସହାୟତା କରିଥିଲେ | ଏହା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା | ଏତଦ ବ୍ୟତୀତ ଶ୍ରୀ ସୀତାରାମ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କରଯାଇଥିଲା | ଶେଷରେ ଶ୍ରୀ ବିନୋଦଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ |
ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ନିର୍ଦେଶକଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି,14/8(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲା ଚନ୍ଦ୍ରଗିରିସ୍ଥିତ ସଉରା ଲ୍ୟାମ୍ପର ନିର୍ଦେଶକ ତଥା ଅଞ୍ଚଳର ଜଣେ ବରିଷ୍ଠ ସମାଜସେବୀ ଲମ୍ବୋଦର ବିଷୋୟୀ ରତ୍ନଙ୍କର ବୁଧବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 68 ବର୍ଷ ବୟସ ହୋଇଥିଲା। ବୁଧବାର ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ପରିବାରବର୍ଗ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ସେହିଦିନ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା।

Oplus_131072

ସ୍ୱର୍ଗତ ଲମ୍ବୋଦର ବିଷୋୟୀରତ୍ନ ଦୀର୍ଘବର୍ଷ ଧରି ଚନ୍ଦ୍ରଗିରି ସଉରା ଲ୍ୟାମ୍ପର ନିର୍ଦେଶକ ଭାବେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ଅଞ୍ଚଳର ଚାଷୀମାନଙ୍କ ସ୍ୱାର୍ଥ ଓ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିଲେ। ତାଙ୍କର ଅକାଳ ବିୟୋଗ ଖବର ପ୍ରଚାର ହେବା ପରେ ଚନ୍ଦ୍ରଗିରି ଓ ଆଖପାଖ ଅଞ୍ଚଳର ଚାଷୀ ମହଲ ସମେତ ବିଭିନ୍ନ ବର୍ଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷକୃତ୍ୟ ନିଜ ଗ୍ରାମ ଲବାରସିଂ ସମ୍ପନ୍ନ ହୋଇଥିଲା। ଶେଷଯାତ୍ରାରେ ଅଞ୍ଚଳର ବୁଦ୍ଧିଜୀବୀ, ଚାଷୀ, ସାମାଜିକ କର୍ମୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁ ସାମିଲ ହୋଇ ସ୍ୱର୍ଗତ ବିଷୋୟୀରତ୍ନଙ୍କୁ ଶେଷ ବିଦାୟ ଜଣାଇଥିଲେ। ତାଙ୍କର ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଯୋଗୁଁ ଡ଼ିଜିପି ପଦକ ପାଇଲେ ଆର.ଉଦୟଗିରି ଏସଡିପିଓ ପାରଳାଖେମୁଣ୍ଡି, 14/8(ତାରିଣୀ ପ୍ରସାଦ ପଣ୍ଡା):

ଉଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଆରକ୍ଷୀ ମହାନିର୍ଦେଶକ (ଡିଜିପି)ଙ୍କ ପଦକ ହାସଲ କଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଏସଡିପିଓ ଆଇପିଏସ ରାକେଶ ସାହୁ । ବୁଧବାର ଭୁବନେଶ୍ୱର ସ୍ଥିତ ପୁଲିସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପଦକ ପ୍ରଦାନ କରାଯାଇଛି I ଡିଜିପି ଯୋଗେସ ବହାଦୁର ଖୁରାନିଆ ତାଙ୍କୁ ପଦକ ସହ ମାନପ‌ତ୍ର ପ୍ରଦାନ କରିଛନ୍ତି । ଆର. ଉଦୟ ଉଦୟଗିରିରେ ଏସଡ଼ିପିଓ ଭାବେ ରାକେଶ ସାହୁ ଯୋଗଦେବା ପରେ ବହୁ ଉଲେଖନୀୟ କାର୍ଯ୍ୟ କରିଛନ୍ତି । ବିଶେଷ କରି ଆର. ଉଦୟଗିରି, ମୋହନା ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚୋରା କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ସହ ଗଞ୍ଜେଇ ଚାଷରୁ ଲୋକେ କିଭଳି ନିବୃତ ରହି ରହିବେ ସେଥ‌ିପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଏଥିସହ ବଡ଼ ବଡ଼ ଅପରାଧ ଘଟଣାର ପର୍ଦାଫାଶ କରିବାରେ ସକ୍ଷମ ହୋଇଛନ୍ତି । ନିଶାମୁକ୍ତ ଓଡିଶା ଓ ନିଶାମୁକ୍ତ ଗଜପତି ଗଠନ ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହ ଲୋକେ ଯେଭଳି ସାଇବର ଠକେଇର ଶିକାର ନହେବେ ସେଥ‌ିପାଇଁ ଜନ ସଚେତନତା କରିଛନ୍ତି । ଏସଡିପିଓ ରାକେଶ ସାହୁ ତାଙ୍କର କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଉଲେଖନୀୟ ଅବଦାନ ପାଇଁ ଏହି ପଦକ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏସଡିପିଓ ଶ୍ରୀ ସାହୁଙ୍କ ଏଭଳି ପଦକ ହାସଲ ପରେ ଗଜପତି ଜିଲ୍ଲା ପୋଲିସ ଏବଂ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି.