୧ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ସହ ୨ ଗିରଫ ଓ ଏକ ଆମ୍ବୁଲାନ୍ସ ଜବତ
ମାଲକାନଗିରି ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
କାଲିମେଳା ଥାନା ପୋଲିସ ରାତ୍ରି କାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ କାଲିମେଳା ଥାନା ଠାରୁ ପ୍ରାୟ ୧୦ କିଲୋମିଟର ଦୂର ରେ ରହିଥିବା ସୁଧାକୋଣ୍ଡା ଜଙ୍ଗଲ ନିକଟରେ ଗୋଟିଏ ଅନ୍ତରଜ୍ୟ ଗଞ୍ଜେଇ ଚୋରା ଚାଲାଣ ଆମ୍ବୁଲାନ୍ସ MH-04H0997 ନମ୍ବର ବିଶିଷ୍ଟ ଫୋର୍ସ କମ୍ପାନୀ ଗାଡିକୁ ଠାବ କରିଛଥିଲା କାଲିମେଳା ପୋଲିସ । ଉକ୍ତ ଆମ୍ବୁଲାନ୍ସ ରେ ଦୁଇ ଜଣ ମହାରାଷ୍ଟ୍ର ରାଜ୍ୟ ର ପୁନେ ଜିଲ୍ଲାର ସୋମିନାଥ ସାହେବରାଓ ବୟସ ୩୧ ବର୍ଷ ଓ ସୌରଭ ନିର୍ମଳ ବୟସ ୨୯ ବର୍ଷ ଦୁଇଜଣ ଙ୍କୁ ପାଇଥିଲେ।ତାପରେ ସେମାନଙ୍କୁ ପୋଛାରାଉଚରା କରିବା ପରେ ସେମାନେ ଉକ୍ତ ଆମ୍ବୁଲାନ୍ସ ରେ ବାମ ପଟ ରହିଥିବା ଦେଡବୋଡି ଚାମ୍ବର ଭିତରୁ ୨୦୦ କେଜି ଗଞ୍ଜେଇ ରିହିଥିବା ପୋଲିସ ଆଗରେ କହିଥିଲେ ତାପରେ କାଲିମେଳା ପୋଲିସ ଉକ୍ତ ଗଞ୍ଜେଇ କୁ ଜବତ କରିବା ସହିତ ଦୁଇ ଅଭିଯୁକ୍ତ ଙ୍କୁ କାଲିମେଳା ଥାନା ଆଣି କେଶ ନମ୍ବର ୧୮0 ରେ ତାରିଖ ୧୩/୦୮/୨୦୨6 ଧାରା ୨୦(b)(ii)c ଏଣ୍ଡିପିଏସ ରେ ମାମଲା ରୁଜୁ କରି ଆମ୍ବୁଲାନ୍ସ ଓ ଗୋଟିଏ ମୋବାଇଲ ଫୋନ ଜବତ କରିବା ସହିତ ଆଜି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକ କୋଟି ହେବଏବଂ ମହାରାଷ୍ଟ୍ର ରାଜ୍ୟ ଚୋରା ଚାଲାଣ ହୋଇଥାନ୍ତା ବୋଲି ମାଲକାନଗିରି ଏସ୍ଡ଼ଡିପିଓ ଦିବ୍ୟ ରଞ୍ଜନ ଦଳେଇ ସୂଚନା ଦେଇଅଛନ୍ତି।ଏବଂ ଉକ୍ତ ଆମ୍ବୁଲାନ୍ସ ଯୋଗେ ଗଞ୍ଜେଇ ଚୋରା ଚାଲାଣ ଚେର ଯେତେ ଦୂର ପର୍ଯ୍ୟନ୍ତ ଲମ୍ବି ଯାଇଛି ତାର ସନ୍ଧାନ କରିବା ସହିତ ଏହି ଗଞ୍ଜେଇ ଚୋରା ଚାଲାଣ ରେ ଆଉ କେଉଁ ମାନଙ୍କ ର ହାତ ରହିଛି ତାର ମଧ୍ୟ ସନ୍ଧାନ କରୁଅଛି ବୋଲି ଏସଡିପିଓ ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି।











