ଗଜପତି ଜିଲ୍ଲା // ଅଡବା ପୋଲିସ ଦ୍ୱାରା ଏକ ଟ୍ରକରୁ 140 ବସ୍ତା ଗୁଟଖା ଜବତ ,କାଦୁଅ ରାସ୍ତାରେ ପାଦ ଚଲାରେ ଯାଇ ଚାଷୀ-ମୂଲିଆ ଓ ଆଦିବାସୀଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା କଲେ ବିଧାୟକ

Spread the love

ପାରଳା ବିଧାୟକଙ୍କ ମହନୀୟତା…. କାଦୁଅ ରାସ୍ତାରେ ପାଦ ଚଲାରେ ଯାଇ ଚାଷୀ-ମୂଲିଆ ଓ ଆଦିବାସୀଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା କଲେ

କାଶୀନଗର, ୧୩/୮(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଚାଷୀ, ମୂଲିଆ ଓ ଆଦିବାସୀଙ୍କ ଦୁଃଖ-ସୁଖରେ ସାମିଲ ହୋଇ ସେମାନଙ୍କ ସହ ମାଟିରେ ମିଶିବାର ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଗୁଟିପାଡୁ ଗ୍ରାମରେ। ଖାରଡା ପଞ୍ଚାୟତ ଅଧୀନ ଏହି ଗ୍ରାମକୁ ବିଧାୟକ ରୂପେଶ ପାଣିଗ୍ରାହୀ ଗସ୍ତ କରି ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ବିତାଇଥିଲେ।
ଗୁଟିପାଡୁ ଗ୍ରାମକୁ ଯିବା ପାଇଁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ଯାତାୟାତରେ ନାନା ସମସ୍ୟା ଭୋଗୁଛନ୍ତି। ବିଶେଷକରି ବର୍ଷା ଋତୁରେ ରାସ୍ତା କାଦୁଅରେ ପରିଣତ ହୋଇଯାଉଥିବାରୁ ଗ୍ରାମକୁ ଯିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ। ଏଭଳି ପରିସ୍ଥିତିକୁ ଖାତିର ନକରି ବିଧାୟକ ନିଜେ କାଦୁଅ ଭରା ରାସ୍ତାରେ ଚାଲି ଗ୍ରାମବାସୀଙ୍କ ନିକଟରେ ପହଞ୍ଚିଥିଲେ।
ଗ୍ରାମରେ ପହଞ୍ଚିବା ପରେ ବିଧାୟକ କେବଳ ଲୋକଙ୍କ ସମସ୍ୟା ଶୁଣି ଫେରି ଆସିନଥିଲେ।

ସେ ଚାଷୀଙ୍କ ସହ ଜମିକୁ ଯାଇ ଚାଷ କାର୍ଯ୍ୟରେ ମଧ୍ୟ ହାତ ବଢ଼ାଇଥିଲେ। ବୃଦ୍ଧ-ବୃଦ୍ଧା, ଆଦିବାସୀ ଚାଷୀ ଓ ଶ୍ରମିକଙ୍କ ସହ ମିଶି ଜମି ପ୍ରସ୍ତୁତି, ଧାନ ରୋଇବା ଓ ଅନ୍ୟାନ୍ୟ ଚାଷ କାର୍ଯ୍ୟରେ ସହଯୋଗ କରିଥିଲେ। ଜଣେ ଜନପ୍ରତିନିଧି ଚାଷୀଙ୍କ ସହ ଏଭଳି ଭାବରେ ମାଟିରେ ମିଶି କାମ କରୁଥିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଖୁସି ଓ ଆତ୍ମୀୟତାର ଭାବ ସୃଷ୍ଟି ହୋଇଥିଲା।
“ନେତା ଲୋକଙ୍କ ନିକଟକୁ ଯିବେ, ଲୋକଙ୍କ ସହ ମାଟିରେ ମିଶିବେ ଏବଂ ସେମାନଙ୍କ ଦୁଃଖକୁ ନିଜ ଦୁଃଖ ଭାବିବେ”— ଏହି ଭାବନାକୁ ନିଜ ଆଚରଣରେ ପ୍ରତିଫଳିତ କରିଥିବା ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥିଲା। କାଦୁଅ ରାସ୍ତାରୁ ଆରମ୍ଭ କରି ଚାଷ ଜମି ପର୍ଯ୍ୟନ୍ତ ବିଧାୟକଙ୍କ ସରଳ ଓ ଆତ୍ମୀୟ ଆଚରଣ ଗ୍ରାମବାସୀଙ୍କ ମନକୁ ଛୁଇଁଥିଲା।
ଏହି ଅବସରରେ ବିଧାୟକ ରୂପେଶ ପାଣିଗ୍ରାହୀ ଆଦିବାସୀ ଚାଷୀ ଓ ଶ୍ରମିକମାନଙ୍କୁ ଖାଦ୍ୟ ଓ ଥଣ୍ଡା ପାନୀୟ ଜଳ ପ୍ରଦାନ କରିଥିଲେ। ସେମାନଙ୍କ ସହ ହସଖୁସିରେ କଥାବାର୍ତ୍ତା କରିବା ସହ ଆର୍ଥିକ ସହାୟତା ମଧ୍ୟ କରିଥିବା ଜଣାପଡ଼ିଛି। ଦିନର ତାପ, କାଦୁଅ ଓ ଚାଷ କାମର କଷ୍ଟ ମଧ୍ୟରେ ଚାଷୀଙ୍କ ପାଖରେ ବସି ସେମାନଙ୍କ ସହ ଖାଇବା-ପିଇବା ଓ ଆଲୋଚନା କରିବାର ଦୃଶ୍ୟ ଉପସ୍ଥିତ ଲୋକଙ୍କ ମନରେ ଭିନ୍ନ ଏକ ଭାବନା ସୃଷ୍ଟି କରିଥିଲା।
ଗ୍ରାମବାସୀମାନେ ଦୀର୍ଘଦିନର ରାସ୍ତା ସମସ୍ୟା ସହ ଚାଷ କାର୍ଯ୍ୟ, ଯାତାୟାତ, ଜୀବିକା ଓ ଅନ୍ୟାନ୍ୟ ସମସ୍ୟା ବିଧାୟକଙ୍କ ସମ୍ମୁଖରେ ଉଠାଇଥିଲେ। ବିଧାୟକ ଧୈର୍ଯ୍ୟର ସହ ସମସ୍ତଙ୍କ କଥା ଶୁଣିବା ସହ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ନେଇ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି।
ଏହି ଗସ୍ତ ସମୟରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସମସ୍ତେ ଆଦିବାସୀ ଚାଷୀ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଦୁଃଖ, ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ।
ଗୁଟିପାଡୁ ଗ୍ରାମବାସୀଙ୍କ ପାଇଁ ଏହି ଗସ୍ତ କେବଳ ଜଣେ ଜନପ୍ରତିନିଧିଙ୍କ ସାଧାରଣ ଗସ୍ତ ନଥିଲା; ବରଂ ମାଟିର ମଣିଷଙ୍କ ସହ ମାଟିରେ ଠିଆ ହେବାର ଏକ ଆତ୍ମୀୟ ମୁହୂର୍ତ୍ତ ଥିଲା। ରାସ୍ତାର କାଦୁଅରେ ପାଦ ରଖି ଗ୍ରାମରେ ପହଞ୍ଚିବା, ଚାଷୀଙ୍କ ସହ ଜମିରେ କାମ କରିବା, ସେମାନଙ୍କୁ ଖାଦ୍ୟ-ପାନୀୟ ଦେବା ଓ ଆର୍ଥିକ ସହାୟତାର ହାତ ବଢ଼ାଇବା—ଏସବୁ ଘଟଣା ଗ୍ରାମବାସୀଙ୍କ ମନରେ ଏକ ମାନବିକ ସ୍ମୃତି ହୋଇ ରହିବ।
ଚାଷୀଙ୍କ ହାତରେ ଯେଉଁ ମାଟି ଲାଗିଥାଏ, ସେହି ମାଟିରେ ନିଜେ ପାଦ ରଖି ଚାଷୀଙ୍କ ସହ ଠିଆ ହେବାର ଏହି ଦୃଶ୍ୟ ଗୁଟିପାଡୁ ଗ୍ରାମରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଗସ୍ତକୁ ଏକ ଭାବପ୍ରବଣ ଓ ସ୍ମରଣୀୟ ଘଟଣାରେ ପରିଣତ କରିଛି।
/ଗଜପତିରେ ହଟୁନି ଦାଦନ ଯାତନା…. ଉଚ୍ଚଶିକ୍ଷା ପାଇଁ ମୁମ୍ବାଇରେ ଦାଦନ ଖଟୁଥିଲେ ଗଜପତିର ଯୁବତୀ
ଶବ ହୋଇ ଫେରିଲେ ଘରକୁ
ପାରଳାଖେମୁଣ୍ଡି, 13/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ହଟୁନି ଦାଦନଙ୍କ ଯାତନା. ପରିବାର ପରିପୋଷଣ ପାଇଁ ନିଜ ଘର ଦ୍ୱାର ଛାଡି ରାଜ୍ୟ ବାହାରକୁ ଦାଦନ ଯାଇ ଖଟୁଥିବା ଗଜପତିର ଶ୍ରମିକମାନଙ୍କ ବାରମ୍ବାର ମୃତ୍ୟୁ ଘଟୁଛି. ବର୍ତ୍ତମାନ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇରେ ଦାଦନ ଖଟୁଥିବା ଗଜପତିର ଜଣେ ଯୁବତୀଙ୍କ ମୃତ୍ୟୁ ସେଠାରେ ହୋଇଛି. ଅଧିକ ପାଠ ପଢିବା ପାଇଁ ମୁମ୍ବାଇରେ ଦାଦନ ଖଟୁଥିବା ଯୁବତୀ ଶବ ହୋଇ ଫେରିଲେ ଗଜପତି ଜିଲ୍ଲାକୁ. ଯୁକ୍ତ ଦୁଇରେ ନାମ ଲେଖାଇ ପାଠ ପଢ଼ିବାର ସ୍ଵପ୍ନ ଦେଖୁଥିଲୋ ହେଲେ ପରିବାରର ଆର୍ଥିକ ଅନଟନ ତାଙ୍କ ସ୍ୱପ୍ନରେ ବାଧା ସାଜିଥିଲା। ଶେଷରେ ପାଠପଢ଼ା ଛାଡ଼ି ନିଜେ କିଛି ରୋଜଗାର କରି ପୁଣି ପାଠପଢ଼ା ଜାରି ରଖିବା ଆଶାରେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ ଗଜପତିର ଯୁବତୀ.

ହେଲେ ଦୁଇ ମାସ ପରେ ଘରକୁ ଫେରିଲା ତାଙ୍କ ମୃତଦେହା ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁରୋ ମୃତ ଯୁବତୀ ହେଉଛନ୍ତି ଆଲିନା ମଲ୍ଲିକା ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିବା ପରେ ଆଲିନାଙ୍କ ଆଖ‌ିରେ ଥିଲା ଉଚ୍ଚଶିକ୍ଷାର ସ୍ୱପ୍ନା ଯୁକ୍ତ ଦୁଇରେ ନାମ ଲେଖାଇ ପାଠପଢ଼ା ଜାରି ରଖିବାକୁ ସେ ଚାହୁଁଥିଲୋ କିନ୍ତୁ ପରିବାରର ଆର୍ଥିକ ଅନଟନ ତାଙ୍କ ଶିକ୍ଷା ଜାରି ରଖିବାରେ ବାଧା ସାଜିଥିଲା ନିଜେ କିଛି ଟଙ୍କା ରୋଜଗାର କରି ପରେ ପାଠପଢ଼ା ଜାରି ରଖିବେ ବୋଲି ଆଶା ରଖ୍ ପ୍ରାୟ ଦୁଇ ମାସ ତଳେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲୋ ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରି ରହୁଥିଲେ. ଆଲିନା ତେବେ ହଠାତ୍ ସେ ପେଟ ଯନ୍ତ୍ରଣାରେ ଆକ୍ରାନ୍ତ ହୋଇଥିଲ. ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଲିନାଙ୍କ ମୃତ୍ୟୁ ହୋଇଥିଲା. ଯେଉଁ ଝିଅ ନିଜ ପାଠପଢ଼ା ପାଇଁ ଟଙ୍କା ରୋଜଗାର କରିବାକୁ ଘରୁ ବାହାରିଥିଲେ, ଶେଷରେ ମୃତଦେହ ହୋଇ ଗାଁକୁ ଫେରିଲୋ ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଆଲିନାଙ୍କ ମୃତଦେହ ମୁମ୍ବାଇରୁ ଗାଁକୁ ଆଣିବା ପାଇଁ ଗ୍ରାମବାସୀ ଚାନ୍ଦା ଆଦାୟ କରିଥିବା ଜଣାପଡ଼ିଛି.ଅତ୍ୟନ୍ତ ଶୋକାକୁଳ ପରିବେଶରେ ଆଲିନାଙ୍କ ମୃତଦେହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି. ଗରିବ ଏହି ପରିବାରକୁ ସରକାରୀ ସାହାର୍ଯ୍ୟ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି.
ଅଡବା ପୋଲିସ ଦ୍ୱାରା ଏକ ଟ୍ରକରୁ 140 ବସ୍ତା ଗୁଟଖା ଜବତ ପାରଳାଖେମୁଣ୍ଡି, 13/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ପୋଲିସର ପେଟ୍ରୋଲିଂ ଓ ଚଢାଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ପୁଲିସ ପକ୍ଷରୁ ଅଡବା ଠାରେ ପେଟ୍ରୋଲିଂ ଚାଲିଥିବା ସମୟରେ ଏକ ଟ୍ରକକୁ ସନ୍ଦେହ ରେ ଯାଞ୍ଚ କରି କରିଥିଲେ | ଯାଞ୍ଚ ପରେ ଏଥିରେ ବେଆଇନ ଭାବେ ଗୁଟଖା ଚାଲାଣ ହେଉଥିବା ଜଣା ପଡିଥିଲା। ଏହି ଗୁଟଖା ବ୍ରହ୍ମପୁରରୁ ଜୟପୁର ଯାଉଥିବା ବେଳେ ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ଜବତ କରିଛି ଅଡବା ପୋଲିସ। ଜବତ ହୋଇଥିବା ଗୁଟଖାର ଆନୁମାନିକ ମୂଲ୍ୟ ପ୍ରାୟ 10 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ଅଡ଼ବା ଥାନା ଅଧିକାରୀ। ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି.
ଗୁଣି ସନ୍ଦେହରେ ଗଜପତିରେ ମହିଳାଙ୍କୁ ବାସନ୍ଦ
ପାରଳାଖେମୁଣ୍ଡି, 13/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ଗୁଣି ସନ୍ଦେହରେ ଜଣେ ମହିଳାଙ୍କୁ ବିଭିନ୍ନ ଭାବେ ନିର୍ଯାତନା ଦେବା ସହ ସାମାଜିକ ବାସନ୍ଦ କରିଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଲୁହାଖୁଣ୍ଟି ଗ୍ରାମର କନ୍ଧ ସମ୍ପ୍ରଦାୟର ମହିଳା ସଜନୀ ରଇତଙ୍କୁ ଗ୍ରାମବାସୀମାନେ ମାନସିକ ନିର୍ଯାତନା ଦେବା ସହ ଗ୍ରାମରୁ ବାସନ୍ଦ କରିଥିବା ଅଭିଯୋଗ କରି ସେ ଗତକାଲି ଆର.ଉଦୟଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟଯେ,କିଛି ଦିନ ତଳେ ଲୁହାଖୁଣ୍ଟି ଗ୍ରାମର ଜଣେ ୫୭ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିଲା । ମୃତ୍ଯୁ ପୂର୍ବରୁ ସଜନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା. ଉତ୍ତେଜନାବଶତଃ ସଜନୀ ସେହି ବ୍ୟକ୍ତିଙ୍କୁ ତତେ ଦେଖିଦେବି, ତତେ ଛାଡ଼ିବିନି ବୋଲି କହିଥିଲେ. ଦୁର୍ଭାଗ୍ୟବଶତଃ କିଛି ଦିନ ପରେ ତାଙ୍କର ମୃତ୍ୟୁ ହେବା ପରେ ଗ୍ରାମବାସୀ ସଜନୀଙ୍କୁ ଗୁଣି କରୁଥିବା ସନ୍ଦେହ କରିଛନ୍ତି। ଏଣୁ, ତାଙ୍କୁ ଗ୍ରାମରୁ ବାସନ୍ଦ
କରିଛନ୍ତି। ତିନି ପିଲାଙ୍କୁ ନେଇ କୁଆଡ଼େ ଯିବେ ବୋଲି ସଜନୀ ଥାନାର ସହାୟତା ଚାହିଁଥିଲେ। ଏ ନେଇ ଥାନାଧିକାରୀ କଳ୍ପଲତା ପ୍ରଧାନ, ତହସିଲଦାର ଜ୍ୟୋତିର୍ମୟ ଦାସ ଲୁହାଖୁଣ୍ଟି ଗ୍ରାମକୁ ଯାଇ ଲୋକଙ୍କୁ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ଵାସରୁ ଦୂରେଇ ରହିବା ପାଇଁ ବୁଝାଇବା ସହ ଏହି ଘଟଣାର ଆପୋଷ ସମାଧାନ କରିବା ପାଇଁ ମୋହନା ତହସିଲଦାର ଓ ଥାନା ଅଧିକାରୀ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି