କନ୍ଧମାଳ : ଆମ ପୋଲିସ୍.ଆମ ସାଥୀ’ ସାଇବର ସୁରକ୍ଷା ଓ ନିଶା ନିବାରଣ ନେଇ ଛାତ୍ରଛାତ୍ରୀ ଙ୍କୁ ସଚେତନ..
କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ଆରକ୍ଷକ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଖଜୁରୀପଡ଼ା ଥାନା ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଆମ ପୋଲିସ୍.ଆମ ସାଥୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଇନ୍ ଗତ ସଚେତନତା ସୃଷ୍ଟି କରିବା, ସାଇବର୍ ଅପରାଧ ଓ ନିଶାଦ୍ରବ୍ୟର କୁ ପ୍ରଭାବ ସମ୍ପର୍କରେ ଜାଗ୍ରତ କରିବା ସହ ପୋଲିସ୍ ଏବଂ -ଜନସାଧାରଣ ମାନଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବଲି ସୁ ବାର୍ତ୍ତା ଦେଇଛନ୍ତି ଥାନା ଅଧିକାରୀ ଚାପଧାରୀ ପ୍ରଧାନ l

ଏହି ସଚେତନତା ସଭାରେ ଖଜୁରୀପଡ଼ା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ସମେତ ଏସ.ଆଇ. ଦୀନବନ୍ଧୁ ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ, ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଅଜୟ ସାହୁ ଏବଂ ଉପାଧ୍ୟକ୍ଷା ସବନମ୍ କହଁର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ସମାଜରେ ଶୃଙ୍ଖଳା ରକ୍ଷା, ନିଶା ନିବାରଣ, ସାଇବର୍ ସୁରକ୍ଷା ଏବଂ ‘ପୋକ୍ସୋ’ (POCSO) ଆକ୍ଟ ଜରିଆରେ ଶିଶୁ ସୁରକ୍ଷା ପାଇଁ ପୋଲିସ୍ ର ଭୂମିକା ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋକପାତ କରିଥିଲେ l
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେଇଥିଲା l ସମସ୍ତ କୃତୀ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ପୋଲିସ୍ ବିଭାଗ ପକ୍ଷରୁ ପୁରସ୍କାର୍ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି l
ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ବୃନ୍ଦ: ପୋକ୍ସୋ (POCSO) ଆକ୍ଟ ଚିତ୍ରାଙ୍କନ: * ପ୍ରଥମ: ବୁଧେଶ୍ୱରୀ ଦିଗାଲ
ଦ୍ୱିତୀୟ: ପ୍ରତ୍ୟୁଷ ପ୍ରିୟଦର୍ଶିନୀ ବେହେରା,ତୃତୀୟ: ରୋହନ ମୁଖୀ
ପୋକ୍ସୋ (POCSO) ଆକ୍ଟ ବକ୍ତୃତା (ଡିବେଟ୍): ପ୍ରଥମ: ମାନସୀ ବେହେରା
ଦ୍ୱିତୀୟ: ଜସ୍ମିନ୍ ପ୍ରଧାନ
ତୃତୀୟ: ମଧୁସ୍ମିତା କହଁର
ସାଇବର୍ ସୁରକ୍ଷା ଚିତ୍ରାଙ୍କନ: * ପ୍ରଥମ: ରିପଲ୍ ବେହେରା,ଦ୍ୱିତୀୟ: ସୌମ୍ୟଜିତ ବେହେରା
ତୃତୀୟ: ଶିବାନୀ ନାୟକ
ସାଇବର୍ ସୁରକ୍ଷା ବକ୍ତୃତା (ଡିବେଟ୍): ପ୍ରଥମ: ସୌରଭ ପ୍ରଧାନ
ଦ୍ୱିତୀୟ: ଶୁଭଶ୍ରୀ ବେହେରା
ତୃତୀୟ: ସାଇ ପ୍ରତୀକ କବି
ନିଶାମୁକ୍ତ ଓଡ଼ିଶା ଚିତ୍ରାଙ୍କନ: * ପ୍ରଥମ: ଅଙ୍କିତ ବେହେରା, ଦ୍ୱିତୀୟ: ସସ୍ମିତା ସାହାଣୀ, ତୃତୀୟ: ଆକାଶ ନାୟକ
ନିଶାମୁକ୍ତ ଓଡ଼ିଶା ବକ୍ତୃତା (ଡିବେଟ୍): * ପ୍ରଥମ: ରଞ୍ଜିତ୍ ପ୍ରଧାନ,ଦ୍ୱିତୀୟ: ବିଦୁସ୍ମିତା ସାହୁ, ତୃତୀୟ: ସୁଭଦ୍ରା ବେହେରା,କାର୍ଯ୍ୟକ୍ରମର ଶେଷରେ ସମସ୍ତ କୃତୀ ଛାତ୍ରଛାତ୍ରୀ ଅତିଥିମାନଙ୍କ କରକୋମଳରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୋଲିସ୍ କର୍ମଚାରୀ ଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବେ ପରିଚାଳିତ ହେବା ସହିତ ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ହେଇ ଅତିଥି ମାନଙ୍କ ସୁ ବାର୍ତ୍ତା କୁ ଅତି ଆନନ୍ଦରେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି l ଖଜୁରୀପଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ଚାପଧାରୀ ପ୍ରଧାନ ଙ୍କର ଏଭଳି ଜନ ସମ୍ପର୍କ ର ସଚେତନତା ର ପ୍ରାୟାସ୍ କୁ ଦେଖି ଅଞ୍ଚଳ ବାସୀଙ୍କ ସମେତ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଶ୍ରୀ ପ୍ରଧାନ ଅଧିକାରୀ ଙ୍କୁ ଆନ୍ତରିକର ସହିତ ସାଧୁବାଦ ଜଣେଇଛନ୍ତି l କନ୍ଧମାଳ ଜିଲ୍ଲା ତଥା ଓଡ଼ିଶା ରାଜ୍ୟ ରେ ଏଭଳି ଉତ୍ତମ ଆଚରଣ ସୁ ବ୍ୟବହାର ର ଥାନା ଅଧିକାରୀ ହୁଏତ ଅନ୍ୟ କୌଣସି ଥାନାରେ ନ ଥିବେ ବଲି ଏବେ ଖଜୁରୀପଡ଼ା ଅଞ୍ଚଳ ରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି l












Leave a Reply