ଗଜପତି // ଅବକାରୀ ଟିମ ଦ୍ୱାରା ଚୋରାରେ ବେଆଇନ ଭାବରେ ଚାଲୁଥିବା ଦେଶୀମଦ ଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରାଯାଇଛି. ଓ 55.69 ଲକ୍ଷ ଟଙ୍କା ହଡ଼ପ କରି ଦୁଇ ଇଞ୍ଜିନିୟର ଓ ଠିକାଦାର ଗିରଫ

Spread the love

ବହୁ ଚର୍ଚ୍ଚିତ ପାରଳା ମୁନିସିପାଲିଟିର ପଟ୍ଟନାୟକ ବନ୍ଧ ପୁନଃରୁଦ୍ଧାର ନାମରେ 55. 69 ଲକ୍ଷ ହେରଫେର ଅଭିଯୋଗରେ 2 ଯନ୍ତ୍ରୀ ଓ ଜଣେ ଠିକାଦାର ଭିଜିଲାନ୍ସ ଦ୍ଵାରା ଗିରଫ

ପାରଳାଖେମୁଣ୍ଡି, 6/8(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ପାରଳାଖେମୁଣ୍ଡି ମୁନିସିପାଲିଟିର ପଟ୍ଟନାୟକ ବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଦୁର୍ନୀତି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ଗୁରୁବାର କାର୍ଯ୍ୟାନୁଷ୍ଠାନ ନେଇଛି। ସରକାରୀ ପାଣ୍ଠିରୁ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କା ହେରଫେର ଅଭିଯୋଗରେ ପାରଳା ମୁନିସିପାଲିଟିର ପୂର୍ବତନ ଜେଇ ଡି. ଯୁଧିଷ୍ଠିର, ବର୍ତ୍ତମାନର ମ୍ୟୁନିସିପାଲ ଇଞ୍ଜିନିୟର (ଏମ୍‌ଇ) ସଞ୍ଜୀବ ଚମ୍ପତ୍ତି ଓ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଭିଜିଲାନ୍ସ ତଦନ୍ତ ଅନୁଯାୟୀ,, ୨୦୧୯ରୁ ୨୦୨୨ ମଧ୍ୟରେ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର ଓ ପଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ତିନୋଟି ରନିଂ ଆକାଉଣ୍ଟ (ଆର୍‌ଏ) ବିଲ୍‌ ମାଧ୍ୟମରେ କର କଟିବା ପରେ ମୋଟ ୧ କୋଟି ୨୨ ଲକ୍ଷ ୪୦ ହଜାର ୭୦୦ ଟଙ୍କା ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା। ତଦନ୍ତରେ ଅଭିଯୋଗ ହୋଇଛି ଯେ, ସେତେବେଳର ଜେଇ ଡି. ଯୁଧିଷ୍ଠିର କାର୍ଯ୍ୟ ହୋଇନଥିବା କିମ୍ବା ନିମ୍ନମାନରେ ହୋଇଥିବା କାମକୁ ମେଜରମେଣ୍ଟ ବୁକ୍‌ (ଏମ୍‌ବି)ରେ ମିଥ୍ୟା ଓ ବର୍ଦ୍ଧିତ ମାପଜୁପ ଭାବେ ଲିପିବଦ୍ଧ କରିଥିଲେ। ପରେ ମ୍ୟୁନିସିପାଲ ଇଞ୍ଜିନିୟର ସଞ୍ଜୀବ ଚମ୍ପତ୍ତି ସେହି ମାପଜୁପକୁ ସଠିକ୍‌ ବୋଲି ଯାଞ୍ଚ କରି ଅନୁମୋଦନ ଦେଇଥିଲେ। ଏହାର ଆଧାରରେ ଠିକାଦାର ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ସମ୍ପୂର୍ଣ୍ଣ ବିଲ୍‌ ପ୍ରଦାନ କରାଯାଇଥିଲା।

ଭିଜିଲାନ୍ସର ସ୍ୱାଧୀନ ବୈଷୟିକ ଯାଞ୍ଚରୁ ପ୍ରକାଶ ପାଇଛି ଯେ, ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କା ମୂଲ୍ୟର କାମ ନିମ୍ନମାନରେ କିମ୍ବା କମ୍‌ ପରିମାଣରେ କରାଯାଇଥିବାରୁ ରାଜ୍ୟ ସରକାରଙ୍କ ରାଜକୋଷକୁ ସିଧାସଳଖ କ୍ଷତି ପହଞ୍ଚିଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଭିଜିଲାନ୍ସ ପିଏସ୍‌ କେସ୍‌ ନଂ–୦୭/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ଦଣ୍ଡବିଧିର ଧାରା ୧୨୦-ବି, ୪୦୯, ୪୨୦, ୪୬୮, ୪୭୧ ଓ ୪୭୭-ଏ ଅନୁଯାୟୀ ମାମଲା ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଭିଜିଲାନ୍ସ ପୂର୍ବରୁ ତତ୍କାଳୀନ ଇଓ, ଆକାଉଣ୍ଟାଣ୍ଟ, ଯନ୍ତ୍ରୀ ଓ ଠିକାଦାରଙ୍କୁ ପଚରାଉଚରା କରିବା ସହ ପ୍ରକଳ୍ପସ୍ଥଳରେ ମାପଜୁପ କରିଥିଲା। ପୌରପରିଷଦ କାର୍ଯ୍ୟାଳୟରେ ଚଢ଼ାଉ କରି ଟେଣ୍ଡର ଫାଇଲ୍‌, ମେଜରମେଣ୍ଟ ବୁକ୍‌, ବିଲ୍‌ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଥିଲା। ସେହି ତଦନ୍ତରେ ମିଳିଥିବା ପ୍ରମାଣ ଆଧାରରେ ଏହି ତିନିଜଣଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ କହିଛି, ମାମଲାର ତଦନ୍ତ ଜାରି ରହିଛି।
ଗଜପତି ଅବକାରୀ ବିଭାଗର ସଫଳତା : ଭାଙ୍ଗିଲେ ଦେଶୀ ମଦ ଭାଟି, 3500 ପୋଚ ନଷ୍ଟ ଓ
80 ଲିଟର ଦେଶୀ ମଦ ଜବତ
ପାରଳାଖେମୁଣ୍ଡି, 6/8(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି. ଅବକାରୀ ଟିମ ଦ୍ୱାରା ଘଞ୍ଚ ଜଙ୍ଗଲ ମଧରେ ଚୋରାରେ ବେଆଇନ ଭାବରେ ଚାଲୁଥିବା ଦେଶୀମଦ ତିଆରି ଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରାଯାଇଛି. ଏଥିସହ ଦେଶୀ ମଦ ତିଆରି ପାଇଁ ବେଆଇନ ଭାବେ ଗଛିତ ଥିବା 3500 ଲିଟର ପୋଚକୁ ଜବତ କରି ନଷ୍ଟ କରିବା ସହ 80 ଲିଟର ଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ବେଆଇନ ମଦ କାରବାର ବିରୁଦ୍ଧରେ ଚଢଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ କାଶୀନଗର ଅବକାରୀ ବିଭାଗ ପକ୍ଷରୁ ଦେଶୀମଦ ବିରୋଧରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ସହ ଗୁମ୍ମା ଅଞ୍ଚଳରେ ଚଢ଼ାଉ କରି ବେଆଇନ ଭାବେ ଚାଲୁଥିବା ଦେଶୀ ମଦ ତିଆରି ଭାଟି ଗୁଡିକୁ ଅବକାରୀ ଦଳ ଭାଙ୍ଗି ଚୁରମାର କରିବା ସହ ବହୁ ପରିମାଣର ଦେଶୀ ମଦ ପୋଚ ଓ ରନ୍ଧା ମଦ ନଷ୍ଟ କରାଯାଇଛି. କାଶୀନଗର ଅବକାରୀ ବିଭାଗ ଅନ୍ତର୍ଗତ ନେରଡିଗୁଡ଼ା ରାସ୍ତାରେ ଏକ ଏକ୍‌ସେଲ୍ ବାଇକ୍ ଯୋଗେ ଦେଶୀ ମଦ ଚୋରାଚାଲାଣ ହେଉଥିବା ବେଳେ ଜବତ କରାଯାଇ ମଦ ଚୋରାଚାଲାଣକାରୀ ନେରିଡିଗୁଡା ଗ୍ରାମର କିରଣ ଶବରଙ୍କୁ ଗିରଫ କରାଯାଇଛି. ସେହିପରି କାଶୀନଗର ଅବକାରୀ ବିଭାଗ ପକ୍ଷରୁ ଗୁମ୍ମା ବ୍ଲକ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇଛି। ଗୁମ୍ମା ଗ୍ରାମର ଖ୍ରୀଷ୍ଟିଆନ ସାହି ନିକଟସ୍ଥ ଏକ ନାଳ ପାଖରେ ଚଢ଼ାଉ କରାଯାଇ ଆନୁମାନିକ ୩୫୦୦ ଲିଟର ଦେଶୀ ମଦ ପୋଚ ଓ ରନ୍ଧା ମଦ ନଷ୍ଟ କରାଯାଇଥିବା ଅବକାରୀ ଏସ୍ଆଇ ବାଲାଜୀ ରାଓ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଅବୈଧ ଭାବେ ଦେଶୀ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ସାମଗ୍ରୀ ମଧ୍ଯ ନଷ୍ଟ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *