Spread the love

ଟାଟାଷ୍ଟିଲ ମେରାମଣ୍ଡଳି କାରଖାନା କର୍ମଚାରୀ ଙ୍କ ବିୟୋଗ ପ୍ରତିବାଦରେ ପରିବାର ଲୋକ ଆଦୋଳନ।
ଖଜୁରିଆ କଟା ୫/୮ ଦର୍ଶନ ସମୀକ୍ଷା

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳି କାରଖାନା ର ଜଣେ ଶ୍ରମିକ ମୃତ ବରଣ କରିଥିଵା ଜଣାପଡିଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ଟାଟାଷ୍ଟିଲ କାରଖାନା ଗେଟ୍ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ଖବର ନେବାରେ ଜଣାଗଲା ଯେ ଟାଟାଷ୍ଟିଲ ମେରାମଣ୍ଡଳି କାରଖାନା ର ଲଜିଷ୍ଟିକ୍ସ ବିଭାଗରେ କାର୍ଯ୍ୟରତ ଜଣେ ଶ୍ରମିକ ଗତ ୨୯ ତାରିଖ ଦିବା ୧୨ ଘଟିକା ସମୟରେ ତଳେ ପଡିଯାଇ ଗୁରୁତର ଆହତ ହୋଇ ଥିଲେ ତାଙ୍କୁ ପ୍ରଥମେ କାରଖାନା ଡାକ୍ତରଖାନା ରେ ଚିକିତ୍ସିତ କରିବା ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥିତ ଅଶ୍ଵିନୀ ଡାକ୍ତରଖାନା କୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳ ଘ ୬ ,୨୦ ମି ସମୟରେ ମୃତ୍ୟୁବରଣ କରିଥିବା ଟାଟାଷ୍ଟିଲ ମେରାମଣ୍ଡଳି କାରଖାନା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି।ଶ୍ରୀନାଏକଙ୍କର କୈାଣସି ଦୃଘଟଣା ରେ ଆହାତ ହୋଇନଥିବା ବେଳେ ବ୍ରେନ୍ ଷ୍ଟ୍ରୋକ ଯୋଗୁଁ ଶ୍ରମିକ ଙ୍କର ମୃତ ବରଣ ହୋଇଥିବା କାରଖାନା ପକ୍ଷରୁ ସୂଚନା ଦିଆଯାଇଛି।ଶ୍ରମିକ ଙ୍କ ନାମ ବିଷ୍ମୁଦେଵ ନାଏକ ତାଙ୍କ ଘର ବଂଅରପାଳ ଥାନା ଅନ୍ତର୍ଗତ ତାଳବାହାଳ ଗ୍ରାମର ବୋଲି ଜଣାପଡିଛି। ମୃତ ବ୍ୟକ୍ତିଙ୍କ ପରିବାର ଲୋକେ କ୍ଷତିପୂରଣ ଦାବିରେ ଆଜି ଟାଟାଷ୍ଟିଲ ମେରାମଣ୍ଡଳି କାରଖାନା ମୂଖ୍ୟ ଗେଟ୍ ସମ୍ମୁଖରେ ଆନ୍ଦୋଳନ କରିଥିଲେ।ଏ ସମ୍ପର୍କରେ କାରଖାନା ପକ୍ଷରୁ ସୂଚନା ଦିଆଯାଇଛି କି ଶ୍ରୀ ନାଏକଙ୍କ ପରଲୋକ ରେ ଟାଟାଷ୍ଟିଲ ଗଭିର ଶୋକ ପ୍ରକାଶ କରି ଶୋକ ସନ୍ତପ ପରିବାର କୁ ସମବେଦନା ଜଣାଇଛନ୍ତି। କାରଖାନା ର ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତି
ପୁରଣ ମିଳିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *