ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମୁଁ କ’ଣ କରିବି?ଯଦି ଆପଣ ଚାହିଁବେ, ମୁଁ ଚାକିରି କରିପାରିବି। ମୁଁ ଆଜି ଆପଣଙ୍କୁ ଏହା ମଧ୍ୟ ଜଣାଇବାକୁ ଚାହେଁ ଯେ ମୋର ଇସ୍ତଫା ଦେବାର ପରଦିନ ହିଁ ମୋତେ ଏକ ବଡ଼ ସଂସ୍ଥାରୁ ନିମନ୍ତ୍ରଣ ମିଳିଥିଲା। ତାହା ଏବେ ବି ମୋ ପାଖରେ ଅଛି-ଗରିମା ସିଂହ, News24 (ହିନ୍ଦୀ)

Spread the love

‘ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମୁଁ କ’ଣ କରିବି?
ଯଦି ଆପଣ ଚାହିଁବେ, ମୁଁ ଚାକିରି କରିପାରିବି। ମୁଁ ଆଜି ଆପଣଙ୍କୁ ଏହା ମଧ୍ୟ ଜଣାଇବାକୁ ଚାହେଁ ଯେ ମୋର ଇସ୍ତଫା ଦେବାର ପରଦିନ ହିଁ ମୋତେ ଏକ ବଡ଼ ସଂସ୍ଥାରୁ ନିମନ୍ତ୍ରଣ ମିଳିଥିଲା। ତାହା ଏବେ ବି ମୋ ପାଖରେ ଅଛି। ତା’ପରେ ଏକ ଛୋଟ ଚ୍ୟାନେଲରୁ ମଧ୍ୟ ପ୍ରସ୍ତାବ ଅଛି, ଯେଉଁଠାରେ ଦାୟିତ୍ୱ ବହୁତ ବଡ଼। ଯେକୌଣସି ଦିନ ସେଠାକୁ ଯାଇ କାମ ଆରମ୍ଭ କରାଯାଇପାରେ। ଏବଂ ନିଜର ସ୍ୱାଧୀନ କାମ କରିବାର ବିକଳ୍ପ ତ ସବୁବେଳେ ଖୋଲା ଅଛି।
ମୁଁ ମୋର କଥା ଏତିକିରେ ଶେଷ କରିବି। ମୁଁ ଏହି ସବୁଠାରୁ ବଡ଼ ପ୍ରଶ୍ନ ଆପଣଙ୍କ ହାତରେ ଛାଡ଼ିଦେଉଛି:
ସାଂସ୍ଥାନିକ ସାମ୍ବାଦିକତାର (ଇନଷ୍ଟିଚ୍ୟୁସନାଲ ଜର୍ଣ୍ଣାଲିଜିମ୍) ଏହି ଯୁଗରେ, ଯେଉଁ ବଡ଼ ବଡ଼ ସଂସ୍ଥାଗୁଡ଼ିକ ଖୋଲିଛି — ସେମାନଙ୍କର ପ୍ରଥମ ଅଘୋଷିତ ନିୟମ ହେଉଛି ଯେ ସେମାନେ ଜଣେ ସାମ୍ବାଦିକଙ୍କୁ ସାମ୍ବାଦିକ ହୋଇ ରହିବାକୁ ଦେବେ ନାହିଁ।
ଆପଣ ସବୁକିଛି କରିପାରିବେ। ବଡ଼ ସଂସ୍ଥାରେ ଆପଣଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ହେବେ। ଆପଣ ବହୁତ ପ୍ରସିଦ୍ଧ ହୋଇଯିବେ।
କିନ୍ତୁ ଆପଣ ଜଣେ ସାମ୍ବାଦିକ ହୋଇ ରହିପାରିବେ ନାହିଁ।’- ଗରିମା ସିଂହ, News24 (ହିନ୍ଦୀ)

Leave a Reply

Your email address will not be published. Required fields are marked *