ଭୁବନେଶ୍ୱର //ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ପୁସ୍ତକ ଲୋକାର୍ପିତ”ଲେଖକର ବକ୍ତବ୍ୟ ତା ଲେଖାରେ ପ୍ରତିଫଳିତ ହୁଏ |

Spread the love

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ପୁସ୍ତକ ଲୋକାର୍ପିତ
“ଲେଖକର ବକ୍ତବ୍ୟ ତା ଲେଖାରେ ପ୍ରତିଫଳିତ ହୁଏ |”

ଭୁବନେଶ୍ୱର 04.08 ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଲେଖକର ବକ୍ତବ୍ୟ ତା ଲେଖାରେ ପ୍ରତିଫଳିତ ହୋଇଥାଏ | ପ୍ରତି ଲେଖା ଭିନ୍ନ ଭିନ୍ନ ଭାବରେ ପାଠକଙ୍କ ଦ୍ୱାରା ବିଚାର କରାଯାଏ ବୋଲି ଅତିଥିମାନେ ମତ ଦେଇଛନ୍ତି |

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ନନ୍ଦ କିଶୋର ସିଂହଙ୍କ ଲିଖିତ ” ଓଡ଼ିଆ ମୁଁ ଓଡ଼ିଆ ” ଓ ଡ଼. ଅଶୋକ କୁମାର ସିଂହଙ୍କ ଲିଖିତ “ଦି ଗ୍ରାମାର ଅଫ ଡିକେ ” ଲୋକାର୍ପିତ ହୋଇଛି |

କାର୍ଯ୍ୟକ୍ରମରେ ପ୍ର. ଯତୀନ ନାୟକ ଅତିଥି ଭାବରେ ଯୋଗଦେଇ ‘ଡିକେ’ ବା କ୍ଷୟ ମଧ୍ୟ ଆମ ଜୀବନର ଅଂଶ ଓ ଏହା ଚେତନାକୁ ଅଧିକ ରସାଣିତ କରିବାରେ ସାହାଯ୍ୟ କରିଥାଏ ବୋଲି ଉଲ୍ଲେଖ କରିଥିଲେ | ଅତିଥି
ଡ଼. ନନ୍ଦ କିଶୋର ବିଶ୍ୱାଳ, ଶଙ୍କର ନାରାୟଣ ମଲ୍ଲିକ, ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଓ ପୁସ୍ତକଦୁଇଟି ସମ୍ପର୍କରେ
ଆଲୋଚନା କରିଥିଲେ | ଡ଼. ଆଦ୍ୟାଶା ଦାସ ଓ ଅଶୋକ ସିଂହଙ୍କ ମଧ୍ୟରେ ବାର୍ତାଳାପ ହୋଇଥିଲା |

ଲେଖକଦ୍ବୟ ସେମାନଙ୍କ ଅଭିମତ ଉପସ୍ଥାପନ କରିଥିଲେ |
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ
ପରିଚାଳନା କରିଥିଲେ |
ଏଥିରେ ବହୁ କବି ଓ ଲେଖକଙ୍କ ସମେତ ଉଭୟ ପୁସ୍ତକର ପ୍ରକାଶକ ଓ ସାହିତ୍ୟପ୍ରେମୀ ଉପସ୍ଥିତ
ଥିଲେ | ଶେଷରେ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *