Spread the love

ରୁଙ୍ଗଟା କାରଖାନାରେ ଦୂର୍ଘଟଣାରେ ଶ୍ରମିକ ମୃତ
ଭୁବନେଶ୍ୱର ,୨୮ା୩ 🙁 ଦର୍ଶନ ସମୀକ୍ଷା )ଢେଙ୍କାନାଳ ଜିଲ୍ଲା ଝାଡବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲ ପ୍ଲାଣ୍ଟ ପରିସରରେ ଦୂର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗତ ୧୭ ତାରିଖ ମଧ୍ୟାହ୍ନରେ ଇଣ୍ଡକସନ ଫର୍ଣ୍ଣେସ ହଠାତ୍ ବିସ୍ଫୋରଣ ହେବାରୁ ୬ଜଣ କର୍ମଚାରୀଙ୍କ ଉପରେ ଗରମ ତରଳ ଲୁହା ପଡିବାରୁ ସେମାନେ ପୋଡି ହୋଇ ଯାଇଥିଲେ । ସେଥିମଧ୍ୟରୁ ଜଣେ ଶ୍ରମିକ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ଦିନ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ପରେ ଫାକ୍ଟ୍ରି ଏଣ୍ଡ ବଏଲର ବିଭାଗ ପକ୍ଷରୁ ଗୋଟିଏ ଇଣ୍ଡକସନ ଫର୍ଣ୍ଣେସ ବନ୍ଦ କରାଯାଇଛି । କମ୍ପାନୀରେ ଶ୍ରମିକଙ୍କ ସୁରକ୍ଷା ପ୍ରତି ଅଣଦେଖା କରି ଚାଲି ଥିବାରୁ ରୁଙ୍ଗଟା କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଇଣ୍ଡକସନ ଫର୍ଣ୍ଣେସ ରେ ଅଣକୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ବିପଦପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ଏହି କାରଖାନାରେ ବାହାର ରାଜ୍ୟର ଅନଭିଜ୍ଞ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି ଏବଂ ଘଟଣା ପଦାକୁ ଆସି ପାରୁନାହିଁ । କାମ ହରାଇବା ଭୟରେ ଶ୍ରମିକମାନେ ପ୍ରତିବାଦ କିମ୍ବା ଦାବୀ ଶ୍ରମ ବିଭାଗ ନିକଟରେ କରି ପାରୁନାହାଁନ୍ତି । ଏଣୁ କମ୍ପାନୀର ମାଲିକଙ୍କ ନାମରେ ଫୌଜଦାରୀ ହତ୍ୟା ମାମଲା ରୁଜୁ କରି ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । କାରଖାନା କର୍ତ୍ତୃପକ୍ଷ ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରୁଥିବା ଆଲୋଚନା ହେଉଛି । ଏହି ଦୂର୍ଘଟଣା ପରେ ଶ୍ରମିକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଢେଙ୍କାନାଳ ଜୋନ କାରଖାନା ଓ ବାଷ୍ପିତ୍ର ବିଭାଗର ସହକାରୀ ନିର୍ଦ୍ଦେଶକ ପୁଷ୍ପମିତ୍ରା ଜେନା ଘଟଣା ସ୍ଥଳକୁ ତଦନ୍ତ ପାଇଁ ନ ଯାଇ ଚୁପ ବସିଥିବା ଅଭିଯୋଗ ହୋଇଛି । କାରଖାନାରେ ସୁରକ୍ଷାରେ ତ୍ରୁଟି ପାଇଁ ବାରମ୍ବାର ଦୂର୍ଘଟଣା ଘଟୁଛି । କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ । କାରଖାନା ଓ ବାଷ୍ପିତ୍ର ବିଭାଗର ଅଧିକାରୀମାନେ ଲୋକ ଦେଖାଣିଆ ଯାଂଚ କରୁଥିବା ଅଭିଯୋଗ ହୋଇଛି । କାରଖାନା ମ୍ୟାନେଜର,ମାଲିକ ଏବଂ ଅକ୍ୟୁପାୟର ଙ୍କ ନାମରେ ମାମଲା ରୁଜ୍ଜୁ କରିବାକୁ ଦାବୀ ହୋଇଛି । ଶ୍ରମ ଏବଂ ଇଏସ୍‌ଆଇ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମଗମ,ଶ୍ରମ କମିଶନର ଇନ୍ଦ୍ରମଣି ତ୍ରୀପାଠୀ,କାରଖାନା ବାଷ୍ପିତ୍ର ନିର୍ଦ୍ଦେଶକ ନୀତି ରଞ୍ଜନ ସେନ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ଶ୍ରମିକ ମହଲରେ ଦାବୀ ହୋଇଛି । ଏ ସମ୍ପର୍କରେ ଅନୁଗୁଳ କାରଖାନା ଓ ବାଷ୍ପିତ୍ର ବିଭାଗର ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।

Leave a Reply

Your email address will not be published. Required fields are marked *

You Missed