ଗଜପତି ଜିଲ୍ଲା //ମାନବ ଚାଲାଣ ରୋକିବା, ମହିଳା ଓ ଶିଶୁଙ୍କୁ ସୁରକ୍ଷା ପାଇଁ ଆଲୋଚନାଚକ୍ର ଓ ସ୍ୱାଗତିକା ଥାଇଲାଣ୍ଡରେ ଆୟୋଜିତ ୩୧ତମ ମିସେସ୍ ଏସିଆ ଓ୍ୱାର୍ଳଡ ୨୦୨୬ ପ୍ରତିଯୋଗିତା ବିଜୟିନୀ

Spread the love

ମାନବ ଚାଲାଣ ରୋକିବା, ମହିଳା ଓ ଶିଶୁଙ୍କୁ ସୁରକ୍ଷା ପାଇଁ ଗଜପତିରେ ଆଲୋଚନାଚକ୍ର
ପାରଳାଖେମୁଣ୍ଡି, 31/7(ତାରିଣୀ ପ୍ରସାଦ ପଣ୍ଡା): ବିଶ୍ବ ମାନବ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର (ଆଇଏସଆରଡି), ଗଜପତି ଏବଂ ଜିଲ୍ଲା ପ୍ରଶାସନ, ଗଜପତି ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଆର୍. ଉଦୟଗି ୟଗିରି ବ୍ଲକ ସମ୍ମିଳନୀ କକ୍ଷ ଠାରେ ମାନବ ଚାଲାଣ ରୋକିବା, ମହିଳା ଓ ଶିଶୁଙ୍କୁ ସୁରକ୍ଷା ଦେବାରେ ସମସ୍ତ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକ ମିକା ସମ୍ପର୍କିତ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଅଦାଲତର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନବ ଚୋରା ଚାଲାଣ ରୋକିବା ପାଇଁ ଆଇନର କଠୋର ପ୍ରୟୋଗ ସହ ସମସ୍ତ ବିଭାଗର ସମନ୍ବିତ ପ୍ରୟାସର ଆବଶ୍ୟକ‌ତା ଉପରେ ଆଲୋକପାତ କରିଥିଲେ।୩୦ ଜୁଲାଇରେ ବିଶ୍ବ ମାନବ ଚାଲାଣ ବିରୋଧୀ ଦିବସ ପାଳନ କରାଯାଉଛି, ଏହି ଅବସରରେ ୨୦୨୬ ଅଭିଯାନର ବିଷୟବସ୍ତୁ “ଟ୍ରାଣ୍ଡ୍ ବିହାଇଣ୍ଡ୍ ଦି ସ୍କାମ୍”। ଲକ୍ଷ୍ୟ ହେଉଛି ସାଇବର-ସକ୍ଷମ ଆର୍ଥିକ ଠକେଇ, ବଳପୂର୍ବକ ଅପରାଧ ଏବଂ ଶିଳ୍ପ-ସୁରର ଠକେଇ ଯୌଗିକ ସହିତ ଜଡିତ ମାନବ ଚାଲାଣର ଚିନ୍ତାଜନକ ବୃଦ୍ଧି ବିଷୟରେ ବିଶ୍ବବ୍ୟାପୀ ସଚେତନତା ବୃଦ୍ଧି କରିବା। ମୁଖ୍ୟ ଉଦ୍ଦେଶ୍ୟ ନୂତନ କାର୍ଯ୍ୟ ପ୍ରଣାଳୀର ପର୍ଦ୍ଦାଫାଶ: କିପରି ଆନୁର୍ଜାତୀୟ ସଂଗଠିତ ଅପରାଧ ଗୋଷ୍ଠୀଗୁଡ଼ିକ ନକଲି ଚାକିରି ବିଜ୍ଞାପନ ଏବଂ ପ୍ରତାରଣାମୂଳକ ନିଯୁକ୍ତି ପ୍ରତିଶୃତି ବ୍ୟବହାର କରି ପୀଡିତ ମାନଙ୍କୁ ବେଆଇନ ଅନଲାଇନ୍ ଠକେଇ କାର୍ଯ୍ୟରେ ପ୍ରଲୋଭିତ କରନ୍ତି ତାହା ଉପରେ ଆଲୋକପାତ କରିବା। ବଞ୍ଚିଥୂବା ଥୂବା ବ୍ୟକ୍ତି-କେନ୍ଦ୍ରିତ ସୁରକ୍ଷାକୁ ପ୍ରୋତ୍ସାହିତ କରିବା: ବାଧ୍ୟତାମୂଳକ ଅପରାଧର ଶିକାର ହେଉଥ‌ିବା ମାନଙ୍କୁ ଅପରାଧୀ ଭାବରେ ଦଣ୍ଡିତ କରିବା ପରିବର୍ତ୍ତେ ବଞ୍ଚିଥ‌ିବା ବ୍ୟକ୍ତି ଭାବରେ ବ୍ୟବହାର ବହାର କରିବା ପାଇଁ ଓକିଲାତି କରିବା। ଆଇନଗତ ଏବଂ ଆଇନ ପ୍ରବର୍ତ୍ତନ ପ୍ରତିକ୍ରିୟାକୁ ସୁଦୃଢ଼ କରିବା: ସାଇବର-ଚାଲାଣ ନେଟୱାର୍କ ଗୁଡ଼ିକୁ ଭାଙ୍ଗିବା ପାଇଁଦୃଢ଼ ସୀମ ସୀମାପାର ସହଯୋଗ ଏବଂ ଅନୁର୍ଜାତୀୟ ଢାଞ୍ଚାର ବ୍ୟବହାରକୁ ଉତ୍ସାହିତ କରିବା। ଚିହ୍ନଟକୁ ଉନ୍ନତ କରିବା: ଡିଜିଟାଲ୍ ଏବଂ ଠକେଇ-ଆଧାରିତ ଶୋଷଣର ସୂଚକ ଗୁଡ଼ିକୁ ସଠିକ୍ ଭାବରେ ଚିହ୍ନଟ କରିବା ପାଇଁ ଆଗ ଧାଡିର କର୍ମୀ ଏବଂ କର୍ତ୍ତୃପକ୍ଷଙ୍କ କ୍ଷମତା ବୃଦ୍ଧି କରିବା ଆଦି ବିଷୟରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ରାକେଶ ସାହୁ, ଆଇପିଏସ, ଏସଡିପିଓ;; ଶ୍ରୀମତୀ କଳ୍ପଲତା ପ୍ରଧାନ, ଆଇଆଇସି, ଆର୍. ଉଦୟଗିରି; ଶ୍ରୀମତୀ ସାରଳା ପାତ୍ର, ପ୍ରୋଟେକ୍ସନ ଅଫିସର, ଡିଏସଡବ୍ଲୁଓ କାର୍ଯ୍ୟାଳୟ; ଶ୍ରୀ ଅମିୟ କୁମାର ତ୍ରିପାଠୀ, ଅଧ୍ଯକ୍ଷ, ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି); ଶ୍ରୀ ନାଗେଶ୍ବର ଚୌଧୁରୀ, ସଦସ୍ୟ, ସିଡବ୍ଲ୍ୟୁସି; ଶ୍ରୀ ଜୟ ପ୍ରକାଶ ବାଡତ୍ୟା, ଲିଗାଲ ପ୍ରୋବେସନ ଅଫିସର (ଡିସିପିୟୁ) ଏବଂ ଶ୍ରୀମତୀ ସିବାନୀ ପାଣିଗ୍ରାହୀ, ଡିସିସି, ଓଏଲଏମ (ପିସିଆଇ), ଶ୍ରୀ ଲୋରେମାନ ଖର୍ସେଲ, ବିଡିଓ, ଆର୍. ଉଦୟଗିରି ପ୍ରମୁଖ ଆଲୋଚନା ରଖୁଥିଲେ | ଏହି କାର୍ଯ୍ୟକ୍ରମରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର, ଗଜପତିର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନୀତା ରଥ ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମାନବ ଚୋରା ଚାଲାଣ ସମ୍ବନ୍ଧୀୟ ଏକ କେସ୍ ଷ୍ଟୁଡି ଉପସ୍ଥାପନା କରାଯାଇ ଉଦ୍ଧାର, ଆଇନଗତ ସହାୟତା, ପୁନର୍ବାସ ଓ ବିଭିନ୍ନ ବିଭାଗର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆର୍. ଉଦୟଗିରି, ରାମଗିରି, ମୋହନା, ଅଡ଼ବା, ଚନ୍ଦ୍ରଗିରି ଓ ନୂଆଗଡ଼ ଥାନାର ପୋଲିସ ଅଧୂକାରୀ, ଆମ ପୋଲିସ ସମିତି ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଏମ୍‌ବିକେ, ଜିସିଆରପି, ବିଭିନ୍ନ ବିଭାଗର ପ୍ରତିନିଧୂ, ସଖୀ ୱାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀ ମଧୁସ୍ମିତା ପାଢ଼ୀ, ସିବାନୀ ସାମନୁ, ଟି. ସୁରେଶ କୁମାର,ଦିବ୍ୟ କୁମାର ସୁଆର, ମୋହିନୀ ପ୍ରଧାନ, ସୁନୀତା ବେହେରା, ମୋନାଲିସା ବେହେରା, ମହେଶ୍ବର ନାୟକ, ହରିକୃଷ୍ଣ ଚୌଧୁରୀ ଏବଂ ଆଇଏସଆରଡି ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ପାରଳାଖେମୁଣ୍ଡିର ସ୍ୱାଗତିକା ଥାଇଲାଣ୍ଡରେ ଆୟୋଜିତ ୩୧ତମ ମିସେସ୍ ଏସିଆ ଓ୍ୱାର୍ଳଡ ୨୦୨୬ ପ୍ରତିଯୋଗିତା ବିଜୟିନୀ ହୋଇ ସମଗ୍ର ଭାରତ ପାଇଁ ଗୌରବ ଆଣିଛନ୍ତି
ପାରଳାଖେମୁଣ୍ଡି, 31/7(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡିର ସ୍ୱାଗତିକା ଥାଇଲାଣ୍ଡରେ ୩୧ତମ ମିସେସ୍ ଏସିଆ ଓ୍ୱାର୍ଳଡ ୨୦୨୬ ପ୍ରତିଯୋଗିତା ବିଜୟିନୀ ହୋଇ ସମଗ୍ର ଭାରତ ପାଇଁ ଗୌରବ ଆଣିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଚିତ୍ରକାର ସାହିର ବାସିନ୍ଦା ଭାସ୍କର ପାଣିଗ୍ରାହୀଙ୍କ କନ୍ୟା ସ୍ୱାଗତିକା ପାଣିଗ୍ରାହୀ ଥାଇଲାଣ୍ଡରେ ଆନ୍ତର୍ଜାତିୟ ବିଶ୍ୱମଂଚରେ ଭାରତ ଓ ଓଡିଶା ପାଇଁ ଗୌରବ ଆଣିଛନ୍ତି।

ମୁମ୍ୱାଇ ଗ୍ଲୋବାଲ ଦ୍ୱାରା ଆୟୋଜିତ ୩୧ତମ ମିସେସ୍ ଏସିଆ ଓ୍ୱାର୍ଳଡ ୨୦୨୬ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। ଏଥିରେ ସେ ବିଜୟିନୀ ହୋଇ ବଲିଉଡର ବିଶିଷ୍ଟ ଅଭିନେତା ସୁରୀନ୍ଦର ପାଲ ସିଂ ଦ୍ୱାରା ଏହି ପଦବୀରେ ସମ୍ମାନିତ ହୋଇଛନ୍ତି। ଓଡ଼ିଶାରୁ ସେ ଏକମାତ୍ର ପ୍ରତିନିଧିତ୍ୱ କରିଥିଲେ। ପୂର୍ବରୁ ୨୦୨୫ ମସିହାରେ ମଧ୍ଯ ମିସେସ୍ ଇଣ୍ଡିଆ ପ୍ରାଇଡ୍ ଅଫ୍ ନେସନ୍ ରେ ଭାଗ ନେଇ “ଗୁଡଓ୍ୱିଲ ଆମ୍ୱାସାଡର” ପଦବୀ ହାସଲ କରି ଏସିଆ ମଂଚରେ ପ୍ରବେଶ କରିଥିଲେ।ତାଙ୍କର ଏହି ସଫଳତା ପାଇଁ ” “ନେସନାଲ ଏଓ୍ୱାର୍ଡ ୨୦୨୬”ରେ ମଧ୍ଯ ସମ୍ମାନିତ ହୋଇଛନ୍ତି।ଗଜପତିରୁ ଆରମ୍ଭ ହୋଇଥିବା ତାଙ୍କର ସଫଳ ଯାତ୍ରା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଛି ଇଂଜିନିୟରିଂରେ ଡିଗ୍ରୀ ହାସଲ କରି ରୁର୍କି ରେ ଉଚ୍ଚଶିକ୍ଷା ଲାଭ କରି ବର୍ତ୍ତମାନ ସେ ବେଂଗାଲୁରୁର ବହୁ ଜାତୀୟ ଅଟୋମୋବାଇଲ କମ୍ପାନୀରେ ଆସୋସିଏଟ୍ ଟେକ୍ନିକାଲ ପ୍ରୋଜେକ୍ଟ ମ୍ୟାନେଜର ରୂପେ କର୍ମରତ ଅଛନ୍ତି।ସେ ନିଜର ଦିବଂଗତ ମାଉସୀଙ୍କ ଠାରୁ ପ୍ରେରଣା ପାଇ ଆଜି ସେ ଶ୍ରେଷ୍ଠସ୍ତରରେ ପହଂଚିପାରିଛନ୍ତି।ସେ ସ୍ୱେଚ୍ଛାସେବୀ ହିସାବରେ ମଧ୍ଯ ନିଜର ଭୂମିକା ସମ୍ପାଦନ କରୁଛନ୍ତି।ତାଂକର ମାଉସୀ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପରଲୋକ ଗମନ କରିଥିଲେ। ତେଣୁ ସେ ଇଣ୍ଡିଆନ୍ କ୍ୟାନସର ସୋସାଇଟି ଦ୍ୱାରା ଜଡିତ ହୋଇ ସ୍ତନ କର୍କଟର ସଚେତନତା, ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ସୁସ୍ଥତା ଉପରେ ଲୋକଙ୍କୁ ସଚେତନ କରାଉଛନ୍ତି।ସେ କହନ୍ତି,”ଜଣେ ମହିଳା ନିଜକୁ ସୁସ୍ଥ,ସଶକ୍ତ ଓ ଆତ୍ମବିଶ୍ୱାସ ରଖିଲେ ସେ କେବଳ ନିଜ ଜୀବନକୁ ନୁହେଁ,ନିଜ ପରିବାର ଓ ସମାଜରେ ପରିବର୍ତ୍ତନ ଆଣିପାରିବ”।ତାଙ୍କର ଏହି ବିରଳ ସମ୍ମାନ ପାଇଁ ସମଗ୍ର ଗଜପତି ଜିଲ୍ଲାରେ ଶୁଭେଚ୍ଛାର ସୁଅ ଛୁଟିଛି।ବିଶେଷ କରି ମହିଳା ମାନଂକୁ ପ୍ରେରଣା ଦେବ ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *